ଜାଣନ୍ତୁ କେଉଁଠି ଉଠାଯାଇଥିଲା ନୋଟ୍ ରେ ଦେଖାଯାଉଥିବା ମହାତ୍ମା ଗାନ୍ଧିଙ୍କ ଏହି ଫଟୋ

Published By : Prameya-News7 Bureau | June 28, 2019 IST

କାଗଜ ଟଙ୍କାରେ ମହାତ୍ମା ଗାନ୍ଧିଙ୍କ ଛବି ଛାପିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୯୩ ମସିହାରେ ସୁପାରିଶ କରିଥିଲେ। ସେହି ଅନୁସାରେ ୧୯୯୬ ମସିହାରୁ ଦେଶରେ  ଗାନ୍ଧି ସିରିଜ୍ ର ନୋଟ ଛପାଯାଉଛି। ତେବେ ଜାଣନ୍ତି କି ନୋଟ ଉପରେ ଛପା ହେଉଥିବା ମହାତ୍ମା ଗାନ୍ଧିଙ୍କ ଏହି ଫଟୋ କେଉଁଠି ଉଠା ଯାଇଥିଲା ? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା ମହାତ୍ମା ଗାନ୍ଧି ସିରିଜ ନୋଟ୍ ଓ ଏଥିରେ ଛପା ଯାଉଥିବା ଫଟୋ ସମ୍ପର୍କରେ ।

{"id":128252,"width":579,"height":365}

ଭାରତ ସ୍ୱାଧୀନ ହେବା ପରେ ବି ଦେଶରେ କିଙ୍ଗ ଜର୍ଜଙ୍କ ଫଟୋ ଥିବା ନୋଟ ଦେଶରେ ପ୍ରଚଳିତ ଥିଲା। ୧୯୪୯ ମସିହାରେ ପ୍ରଥମ ଥର ଏଭଳି ନୋଟ ସବୁ ହଟାଇ ନିଆଯିବା ସହ ପ୍ରଥମ କରି ଦେଶରେ ଅଶୋକ ସ୍ତମ୍ବ ସିରିଜ ନୋଟ ଜାରି ହୋଇଥିଲା। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଦେଶରେ ଅଶୋକ ସ୍ତମ୍ବ ସିରିଜ ପ୍ରଚଳିତଥିଲା। ତେବେ ୧୯୯୩ ମସିହାରେ ଆରବିଆଇ ମହାତ୍ମା ଗାନ୍ଧି ସିରିଜ ପ୍ରଚଳନ ନିମନ୍ତେ ସରକାରଙ୍କୁ ସୁପାରିଶ କରିଥିଲେ।  ସେହି ଅନୁସାରେ ୧୯୯୬ ମସିହାରୁ ଦେଶରେ ପ୍ରଚଳିତ ହେଉଥିବା ପ୍ରତ୍ୟେକ ନୋଟରେ ମହାତ୍ମା ଗାନ୍ଧିଙ୍କ ଛବି ରହୁଛି। ତେବେ ଏହା ପୂର୍ବରୁ ମଧ୍ୟ ଭାରତୀୟ ନୋଟରେ ମହାତ୍ମା ଗାନ୍ଧିଙ୍କ ଛବି ଛପା ଯାଇଥିଲା, ତେବେ ତାହା କେବଳ ୫ଶହ ଟଙ୍କା ନୋଟରେ ଥିଲା। 

{"id":128250}

ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୮୭ ମସିହାରେ ପ୍ରଥମ କରି ଦେଶରେ ୫ଶହ ଟଙ୍କା ମୁଦ୍ରା ଜାରି ହୋଇଥିଲା। ଆରବିଆଇ ଗଭର୍ଣ୍ଣର ଆର.ଏନ. ମଲହୋତ୍ରାଙ୍କ ସମୟରେ ଜାରି ହୋଇଥିବା ଏହି ନୋଟରେ ପ୍ରଥମ ଥର ମହାତ୍ମା ଗାନ୍ଧିଙ୍କ ଛବି ଛପା ଯାଇଥିଲା। ଏଥି ପାଇଁ ମହାତ୍ମା ଗାନ୍ଧିଙ୍କ ସେହି ଫଟୋକୁ ମନୋନୀତ କରାଯାଇଥିଲା ଯାହା କୋଲକାତା ଭାଇସରୟ ହାଉସରେ ଉଠାଯାଇଥିଲା।

{"id":128249}

ମହାତ୍ମା ଗାନ୍ଧି ତତ୍କାଳୀନ ବର୍ମା (ମ୍ୟାଁମାର) ଓ ଭାରତରେ ବ୍ରିଟିଶ ସେକ୍ରେଟାରୀ ଅବସ୍ଥାପିତ ଫ୍ରେଡରିକ୍ ପେଥିକ୍ ଲରେନ୍ସଙ୍କୁ ଭେଟିବା ପାଇଁ ସେ ରହୁଥିବା କୋଲକାତା ଭାସରୟ ହାଉସ୍ ଯାଇଥିଲେ। ସେଠାରେ ଉଠା ଯାଇଥିବା ତାଙ୍କର ଏହି ଫଟୋକୁ ନୋଟ୍ ରେ ଛାପିବା ନିମନ୍ତେ ପୋଟ୍ରେଟ୍ ରେ  ପରିବର୍ତିତ କରାଯାଇଛି।  ମହାତ୍ମା ଗାନ୍ଧିଙ୍କ ଏହି ଫଟୋକୁ ୧୯୮୭ ମସିହାରୁ ସବୁ ନୋଟ୍ ରେ ୱାଟରମାର୍କ ଭାବେ ଛପାଯାଉଥିଲା। ତେବେ ୧୯୯୬ ମସିହାରୁ ୫ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟରେ ମହାତ୍ମା ଗାନ୍ଧିଙ୍କ ଛବି ଛପା ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.