Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

କେବେ ପତ୍ରଝଡା ଦିଏନି ଏହି ବଟ ବୃକ୍ଷ, ହଜାର ବର୍ଷ ପ୍ରାଚୀନ ଏହାର ଇତିହାସ ହେଲେ ନାହିଁ ଓହଳ

14/12/2019 at 10:28 PM

ମୋରନା : ଉତ୍ତରପ୍ରଦେଶ ମୁଜାଫରନଗରର ମୋରନାରେ ରହିଛି ଏକ ବଟବୃକ୍ଷ। ଯାହାକୁ କେବଳ ସ୍ଥାନୀୟ ଅଞ୍ଚଳ କାହିଁକି ସମସ୍ତ ଦେଶରେ ଲୋକେ ଅକ୍ଷୟ ବଟ ନାମରେ ଜାଣନ୍ତି। କୁହାଯାଏ ଏହି ବଟ ବୃକ୍ଷର ଇତିହାସ ମହର୍ଷି ବ୍ୟାସଙ୍କ ପୁତ୍ର ସୁକଦେବଙ୍କ ସହ ଜଡିତ। ମହାଭାରତ କାଳର ଏହି ବଟବୃକ୍ଷକୁ ନେଇ ରହିଛି ଅନେକ ରୋଚକ କଥା। ତେବେ ସବୁଠୁ ବଡ କଥା ହେଉଛି ବର୍ଷରେ ପ୍ରତ୍ୟେକ ବଟବୃକ୍ଷ ଥରେ ପତ୍ରଝଡା ଦେଇଥାଏ। ହେଲେ ଏହି ବୃକ୍ଷ କେବେ ପତ୍ରଝଡା ଦିଏନିକି ଏତେ କାଳର ବରଗଛ ହୋଇମଧ୍ୟ ଏହାର ଗୋଟିଏ ଓହଳ ବି ନାହିଁ। 

ପୌରାଣିକ ଆଖ୍ୟାନ ଅନୁସାରେ ଏହି ବୃକ୍ଷ ମୁଳରେ ମହାରାଜ ପରିକ୍ଷିତଙ୍କୁ ଶାପମୁକ୍ତ କରିବା ଲାଗି ସୁକମୁନି ଭାଗବତ ଶୁଣାଇଥିଲେ। ପରିକ୍ଷିତ ମହାରାଜ ତୃଷାର୍ତ୍ତ ହୋଇ ମୁନିଙ୍କୁ ଜଳଦାନ ଲାଗି ନିବେଦନ କରିଥିଲେ। ତେବେ ଧ୍ୟାନସ୍ତ ମୁନି ତାଙ୍କ କଥାର କୌଣସି ଜବାବ ନ ଦେବାରୁ ପରିକ୍ଷିତ ତାଙ୍କ ଗଳାରେ ମଲା ସାପ ପକାଇଦେଥିଲେ। ଏଥିଲାଗି ମୁନିଙ୍କ ପୁତ୍ର ପରିକ୍ଷିତଙ୍କୁ ତକ୍ଷକ ଦଂଶନରେ ତାଙ୍କର ମୃତ୍ୟୁ ହେବ ବୋଲି କ୍ରୋଧରେ ଅଭିଶାପ ଦେଇଥିଲେ।

ଏଣୁ ମୁନି ପୁତ୍ରଙ୍କ ଅଭିଶାପରେ ପରିକ୍ଷିତଙ୍କ ମୃତ୍ୟୁ ନିଶ୍ଚିତ ଥିଲା। ଏଥିଲାଗି ତାଙ୍କୁ ଶାପମୁକ୍ତ କରିବା ନିମନ୍ତେ ସୁକମୁନି ତାଙ୍କୁ ଭାଗବତ କଥା ଶୁଣାଇ ମୋକ୍ଷ ପ୍ରଦାନ କରିଥିଲେ। ଅକ୍ଷୟ ବଟ ନାମାନୁସାରେ ଅକ୍ଷୟ ଅର୍ଥାତ ଏହାର କ୍ଷୟ ନାହିଁ। କୁମ୍ଭ ମେଳା  ଓ ବିଶେଷ ଅବସରରେ କେବଳ ଅକ୍ଷୟବଟ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ ହୁଏ। ଅନ୍ୟଥା ଏହାକୁ କଡା ସୁରକ୍ଷା ମଧ୍ୟରେ ପ୍ରାଚିର ବେଷ୍ଟନୀ କରି ରଖାଯାଇଛି।

   Related Posts