ଧ୍ୟାନ ଦିଅନ୍ତୁ ! ସ୍ୱଳ୍ପ ପ୍ରିମିୟମର ଟର୍ମ ଇନସ୍ୟୋରାନ୍ସ ଆପଣଙ୍କୁ ପଡିପାରେ ମହଙ୍ଗା

Published By : Prameya-News7 Bureau | September 16, 2019 IST

ମୁମ୍ବାଇ : ଯୁବପିଢୀଙ୍କ ମଧ୍ୟରେ ଏବେ ଟର୍ମ ଇନସ୍ୟୋରାନ୍ସର କ୍ରେଜ ଖୁବ ବଢିଛି। ଜୀବନର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଯୁବ ବର୍ଗ ଅଧିକରୁ ଅଧିକ ଏଭଳି ବୀମା କରାଉଛନ୍ତି। ତେବେ  ବୀମା ସମ୍ପର୍କରେ ଅଭିଜ୍ଞତା ନଥିବାରୁ ଅନେକ ସମୟରେ ବୀମାର ପୁରା ଲାଭ ତାଙ୍କ ପରିବାର ପାଉ ନାହାନ୍ତି। ଏହା ଛଡା ଅନେକ ଲୋକ ସ୍ୱଳ୍ପ ପ୍ରିମିୟମ ଯୋଗୁ ଭବିଷ୍ୟତର ଲାଭକୁ ମଧ୍ୟ ହରାଉଛନ୍ତି। ତେବେ ପ୍ରଚାର ଲାଗି ଆଜିକାଲି ଟେଲିଭିଜନରୁ ନେଇ ରେଡିଓ ଏବଂ ସମ୍ବାଦପତ୍ରରେ ବି ଏଭଳି ବୀମାର ଖୁବ୍ ପ୍ରଚାର ଓ ପ୍ରସାର ଚାଲିଛି।  ହେଲେ ଏଭଳି ବୀମା ସମ୍ପର୍କରେ କ’ଣ ତହୁଛନ୍ତି ବୀମା ଘରର ଚେୟାରମ୍ୟାନ ଆସନ୍ତୁ ଜାଣିବା।

{"id":158703,"width":576,"height":300}

ବୀମା ଘର ଅଧ୍ୟକ୍ଷ ଅନୁଜ ଅଗ୍ରୱାଲଙ୍କ କହିବା ଅନୁସାରେ ଯଦି ବୀମା ନେବାକୁ ଆଗ୍ରହୀ ତେବେ ବିନା ବୀମା ପରାମର୍ଶରେ  କରନ୍ତୁ ନାହିଁ। କମ ପ୍ରିମିୟମ ଲୋଭରେ ଏଭଳି ବୀମା କମ୍ପାନୀଙ୍କ ମୋହରେ ପଡନ୍ତୁ ନାହିଁ। ଏହା ସତ୍ତ୍ୱେ ଯଦି ବୀମା କରିବାକୁ ଚାହାନ୍ତି ତେବେ ଏପର୍ଯ୍ୟନ୍ତ କରିଥିବା ବୀମାର ଏକ ପୋର୍ଟଫୋଲିଓ ନିଶ୍ଚିତ କରନ୍ତୁ। ଏଥିରୁ ଆପଣ ବୀମା କଭରେଜର ବୟସ ସମେତ କେତେ ସମୟର ବୀମା ବାଛିବା ଦରକାର, କେଉଁ ବୀମା ପଲିସି ଆପଣଙ୍କ ଲାଗି ଉଚିତ, ଟର୍ମ ଇନସ୍ୟୋରାନ୍ସ ନେଉଥିଲେ ଏହାର ଅବଧି ଓ ବିକଳ୍ପ ସମ୍ପର୍କରେ ଆପଣ ଏଥିରୁ ସହଜରେ ବୁଝି ଯାଇପାରିବେ।

{"id":158704}

ଟର୍ମ ଇନସ୍ୟୋରାନ୍ସ ନେବାକୁ ହେଉଥିଲେ ଆପଣଙ୍କ ବୟସ ଯଦି ୩୦ ତେବେ ନିଜ ଲାଗି ୫ରୁ ୧୦ ପ୍ରତିଶତ ବଢୁଥିବା ବୀମା  ଚୟନ କରନ୍ତୁ। ଯଦି ଆପଣ ପ୍ରିମିୟମ ଦାୟିତ୍ୱରୁ ମୁକ୍ତ ରହିବାକୁ ଚାହୁଁଥାନ୍ତି ତେବେ ୫,୬,୮ ଓ ୧୦ ବର୍ଷ ମଧ୍ୟରେ ବୀମାର ସମସ୍ତ ପ୍ରିମିୟମ ପୈଠ କରିପାରିବେ। ଯଦି ଆପଣ ଆପଣଙ୍କର ପ୍ରିମିୟମ ଫେରସ୍ତ ଚାହାନ୍ତି ତେବେ କମ୍ପାନୀମାନେ ଆଜିକାଲି ଏହାର ବିକଳ୍ପ ମଧ୍ୟ ଉପଲବ୍ଧ କଲେଣି। ମୃତ୍ୟୁ ପରେ ମିଳୁଥିବା ରାଶି ଆପଣଙ୍କୁ ଅନେକ କିସ୍ତିରେ ମିଳିପାରେ। ଯଦି ଗୁରୁତର ଅସୁସ୍ଥ ହୋଇପଡନ୍ତି ତେବେ ପ୍ରିମିୟମ ନ ଦେବାର ମଧ୍ୟ ବିକଳ୍ପ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.