ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମାଯୋଜନାରେ ମିଳୁଛି ୨ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ ଯୋଜନା ଓ କେମିତି ମିଳିବ ଲାଭ
2/08/2019 at 8:27 PM

ବେମାରୀ ଓ ଦୁର୍ଘଟଣା ଯୋଗୁ ହେଉଥିବା ଖର୍ଚ୍ଚ ତୁଲାଇବାକୁ ଲୋକେ ବିଭିନ୍ନ ପ୍ରକାରର ବୀମା କରୁଛନ୍ତି। ଏମିତି ଏକ ସରକାରୀ ବୀମା ଯୋଜନା ହେଉଛି ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ’। ଫେବୃଆରୀ ୨୦୧୫ରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆରମ୍ଭ କରିଥିଲେ। ଆସନ୍ତୁ ଜାଣିବା ଏହି ଯୋଜନାରୁ କିପରି ଆମେ ଲାଭ ନେଇପାରିବା ଓ ଏହାର ସମ୍ପୂର୍ଣ୍ଣ ଆବେଦନ ପ୍ରଣାଳି ସମ୍ପର୍କରେ।

ଯୋଜନାରେ ସାମିଲ ହେବାକୁ ହେଲେ ଆବେଦକଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଦରକାର। ବର୍ଷକ ପାଇଁ ବୀମାର ଅବଧି ଥିବା ବେଳେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କରାଯାଇପାରୁଛି। ଏଥିପାଇଁ ବାର୍ଷିକ ଥରଟିଏ ୩୫୦ ଟଙ୍କା ପ୍ରିମିୟମ ଦେବାକୁ ପଡେ। ଦେଶର ଯେ କୌଣସି ନାଗରିକ ନିଜକୁ ଏହି ଜୀବନ ବୀମା ଯୋଜନାରେ ବୀମା ଭୁକ୍ତ କରିପାରିବେ।

ଭାରତ ସରକାରଙ୍କ ଏହି ଯୋଜନା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସହିତ ଯୋଡି ହୋଇ ରହିଛି। ଦେଶର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କ ହିତର ସୁରକ୍ଷା ଲାଗି ସରକାର ଏହି ଯୋଜନା କରିଛନ୍ତି। ଏହି ଯୋଜନାରେ ନିଜକୁ ବୀମା କରାଇଥିବା ବ୍ୟକ୍ତିଙ୍କ ମୃତ୍ୟରେ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଇଥାଏ। ଏଥିପାଇଁ ଆପଣ ଜନ ଧନ ଯୋଜନାରେ ଆପଣ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କକୁ ଯାଇ ଆବେଦନ କରିପାରିବେ।