ଜାଣନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା, ତାଙ୍କ ସମ୍ପତ୍ତିର ବିବରଣୀ ଓ ବ୍ୟାଙ୍କ ଡିଟେଲସ୍

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକା ବିଶ୍ୱର ସବୁଠାରୁ ଲୋକପ୍ରୀୟ ନେତାଙ୍କ ମଧ୍ୟରେ ଅନ୍ୟତମ। ଏଣୁ ତାଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପ୍ରତ୍ୟେକ ଆଗ୍ରହୀ। ଏଥିରେ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା, ତାଙ୍କ ସମ୍ପତ୍ତି ସୂଚୀ ଓ ବ୍ୟାଙ୍କ ଡିଟେଲ ନେଇ ବଡ ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ସମ୍ପର୍କରେ। କେଉଁ ମସିହାରେ ସେ ମାଟ୍ରିକ ଉତୀର୍ଣ୍ଣ ହୋଇ କେଉଁ କଲେଜରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ଜୀବନ କଟିଥିଲା କିପରି ?

{"id":143007}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଗୁଜରାଟ ବଡନଗରରେ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହୋଇଥିଲା। ତାଙ୍କ  ପିତାଙ୍କ ନାମ ଦାମୋଦର ଦାସ ମୁଲଚନ୍ଦ ମୋଦି ଓ ମାତା ହେଉଛନ୍ତି  ହୀରାବେନ। ଗୁଜରାଟ ବୋର୍ଡରୁ ସେ ୧୯୬୭ ମସିହାରେ ମାଟ୍ରିକ୍ ପାସ୍ କରିଥିଲେ। ୧୯୭୮ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି। ପରେ ୧୯୮୩ ମସିହାରେ ଗୁଜରାଟ୍ ୟୁନିଭର୍ସିଟିରୁ ଏମଏ ଉତୀର୍ଣ୍ଣ ହୋଇଥିଲେ।

{"id":143008,"width":580,"height":349}

ନିର୍ବାଚନ ଆୟୋଗଙ୍କ ନିକଟରେ ମୋଦି ଦାଖଲ କରିଥିବା ଆଫିଡେଭିଟ୍ ରେ ତାଙ୍କ ପତ୍ନୀଙ୍କ ନାମ ଯଶୋଦା ବେନ ଉଲ୍ଲେଖ କରିଛନ୍ତି। ଏଥିରେ ସେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨.୫ କୋଟି ଟଙ୍କା ହେବ ବୋଲି ଆକଳନ କରିଛନ୍ତି। ଯେଉଁଥିରେ ଗୁଜରାଟ ଗାନ୍ଧି ନଗରରେ ତାଙ୍କର ୫ ହଜାର ବର୍ଗଫୁଟର ଏକ ଆବାସିକ ପ୍ଲଟ ମଧ୍ୟ ରହିଛି। ଏପ୍ରିଲ ୨୦୧୯ର ଏକ ମିଡିଆ ରିପୋର୍ଟ ଅନୁସାରେ ବ୍ୟାଙ୍କ ଫିକ୍ସ ଡିପୋଜିଟ୍ ସ୍କିମରେ ତାଙ୍କର ୧.୨୭ କୋଟି ଟଙ୍କା ଜମା ରହିଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ନଗଦ ୪ ହଜାର ୧୪୩ ଟଙ୍କା ଥିବା ବେଳେ ତାଙ୍କର ୪ଟି ସୁନାମୁଦି ଅଛି। ଯାହାର ଓଜନ ୪୫ ଗ୍ରାମ ପାଖାପାଖିଥିବା ନେଇ ମୋଦି ଉଲ୍ଲେଖ କରିଥିବା ବେଳେ ମୂଲ୍ୟ ୧ଲକ୍ଷ ୧୩ ହଜାର ଟଙ୍କା ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.