ଜାଣନ୍ତୁ 'ନିରମା' ଡିଟରଜେଣ୍ଟ ପାଉଡରର ଇତିହାସ ଓ ପକେଟ୍ ଉପର ଛବିରେ ଥିବା ଝିଅର କାହାଣୀ

Published By : Prameya-News7 Bureau | January 31, 2020 IST

ଭାରତରେ ଟିଭିର ପ୍ରସାର ସହ ବିଜ୍ଞାପନର ନୂଆ ଯୁଗ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଦିନମାନଙ୍କରେ ଦୂରଦର୍ଶନରେ ସବୁଠୁ ଅଧିକ ପ୍ରସାରିତ ହୋଇଥିବା ବିଜ୍ଞାପନ ମଧ୍ୟରେ 'ନିରମା' ଡିଟରଜେଣ୍ଟ ପାଉଡର ଥିଲା ଅନ୍ୟତମ। ୮୦ ଦଶକରେ ବିଜ୍ଞାପନର ଗୀତ ଘରେ ଘରେ ପିଲାଙ୍କ ମୁଖସ୍ତ ଥିଲା। କେବଳ ଏତିକି ନୁହେଁ ନିର୍ମା ଗାର୍ଲ ଭଳି ଆକ୍ସନ ବି ଥିଲା ପିଲାଙ୍କ ସାଧାରଣ କୌତୁକ। ତେବେ ଆସନ୍ତୁ ଜାଣିବା ନିରମା ଡିଟରଜେଣ୍ଟ ପାଉଡର ଓ ନିରମା ଗାର୍ଲର ରୋଚକ କଥା।

{"id":218317,"width":571,"height":428,"sizeSlug":"large"}

ବାସ୍ତବରେ ଇସତ ହଳଦିଆ ରଙ୍ଗର ଜରିରେ ନାଲିରଙ୍ଗରେ ଛପା ଯାଇଥିବା ଝିଅଟିର ବାସ୍ତବ ନାମ ହେଉଛି ନିରୁପମା। ହେଲେ ତାକୁ ଘରେ ସମସ୍ତେ ଆଦରରେ ଡାକୁଥିଲେ ନିରମା। ନିରମା ନାମରେ ହିଁ ତାର ପିତା ଏହି ଡିଟରଜେଣ୍ଟ କମ୍ପାନୀ ୧୯୬୯ ମସିହାରେ ଆରମ୍ଭ କରିଥିଲେ। ଗୁଜରାଟର କର୍ସନଭାଇ ପଟେଲ ନିରମା ୱାସିଂ ପାଉଡର କମ୍ପାନୀର ସଂସ୍ଥାପକ। ତେବେ ସବୁଠୁ ବଡ କଥା ହେଲା ଦୂରଦର୍ଶନ ମାଧ୍ୟମରେ ଯେତେବେଳେ ନିରମା ଡିଟରଜେଣ୍ଟ ପାଉଡର ଦେଶର ଘରେ ଘରେ ପରିଚିତ ଥିଲା ସେତେବେଳେ କିନ୍ତୁ ଲୋକଙ୍କ ଗହଣରେ ନଥିଲା ନିରମା।

{"id":218318,"width":577,"height":577,"sizeSlug":"large"}

କରସନ ଭାଇ ପଟେ ଜଣେ ସାଧାରଣ ସରକାରୀ ଚାକିରିଆ ଥିଲେ। ମିଳୁଥିବା ବେତନରେ ପରିବାର ଚଳାଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। ଏଣୁ ହାତ ତିଆରି ଡିଟରଜେଣ୍ଟ ପାଉଡର ପ୍ରସ୍ତୁତ କରି ଲୋକଙ୍କ ଘରେ ଘରେ ପହଞ୍ଚାଉଥିଲେ। ନିରମାର ପିଲାଟି ବେଳୁ ପିତା ସେ ଖୁବ୍ ନାମ କରିବ ବୋଲି ଆଶା ରଖିଥିଲେ। ହେଲେ ନିୟତିର ଗତି ବଡ ବିଚିତ୍ର ନିରମା ସ୍କୁଲରେ ପଢୁଥିବା ବେଳେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲା। ହେଲେ ନିରମାର ନାଁକୁ ଅମର କରିବାକୁ ଅଣ୍ଟା ଭିଡିଥିଲେ କରସନ ଭାଇ।

{"id":218320,"sizeSlug":"large"}

ଏଥିଲାଗି ପ୍ରଥମେ କରସନ ଭାଇ ନିରମା ନାମରେ ତାଙ୍କର କମ୍ପାନୀ ସ୍ଥାପନା କରିଥିଲେ। ପରେ ଏଥିରେ ଝିଅର ଫଟୋ ଛାପି ତାକୁ ଲୋକଙ୍କ ମନରେ ଅମର କରିଦେଇଛନ୍ତି। କରସନ ଭାଇ ଅଫିସକୁ ସାଇକେଲରେ ଯିବା ଆସିବା କରୁଥିଲେ। ସବୁଦିନ ଅଫିସ ଯିବା ରାସ୍ତାରେ ଲୋକଙ୍କ ଘରେ ଘରେ ନିରମା ୱାସିଂ ପାଉଡର ପହଞ୍ଚାଇ ଦେଉଥିଲେ। ସେତେବେଳେ ଡିଟରଜେଣ୍ଟ ବଜାରକୁ ସର୍ଫ କମ୍ପାନୀ ଅକ୍ତିଆର କରି ରଖିଥିଲା।  ପ୍ରତି କେଜି ସର୍ଫ ଲାଗି ଗ୍ରାହକ ପ୍ରାୟ ୧୫ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିଲେ। ତେବେ ଏଥିରେ ନିରମା କେଜି ପ୍ରତି ୩ ଟଙ୍କା ଦର ଲୋକଙ୍କ ପକେଟକୁ ବେଶ ସୁହାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.