Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ଜାଣନ୍ତୁ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୃତ୍ୟୁର ରହସ୍ୟ, କେମିତି ହୋଇଥିଲା ତାଙ୍କର ମୃତ୍ୟୁ

31/07/2019 at 5:18 PM

ସ୍ମଲ ଓହିଓ : ଚନ୍ଦ୍ରରେ ପାଦ ଥାପିବାରେ ନିଲ ଆର୍ମଷ୍ଟ୍ରଙ୍ଗ ଥିଲେ ପୃଥିବୀର ପ୍ରଥମ ମାନବ। ତେବେ ତାଙ୍କର ମୃତ୍ୟୁ ଏବେବି ରହସ୍ୟାବୃତ୍ତ ରହିଛି। ହେଲେ ଏବେ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୃତ୍ୟୁର ରହସ୍ୟ ଉପରୁ ପର୍ଦା ହଟିଥିବା କିଛି ଗଣମାଧ୍ୟମରେ ଦାବି ହେଉଛି। ଯେଉଁଥିରେ ହୃଦ ଅସ୍ତ୍ରୋପଚାର ବେଳେ ୨୦୧୨ ମସିହାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏ ସମ୍ପର୍କରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବରରେ ‘ଇତିହାସ ପ୍ରସିଦ୍ଧ ମହାକାଶଯାତ୍ରୀଙ୍କ ଅନ୍ତିମ ଦିନଗୁଡିକ ସମ୍ପର୍କରେ ୯୩ ପୃଷ୍ଠାର ତଥ୍ୟ ’ ରଖିଥିବା ନେଇ ଦାବିକରିଛି।

ଏହି ତଥ୍ୟ ଅନୁସାରେ ସ୍ମଲ ଓହିଓ ହସ୍ପିଟାଲରେ ହିଁ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଆର୍ମଷ୍ଟ୍ରଙ୍ଗଙ୍କ ପରିବାର ଓ ହସ୍ପିଟାଲ ମଧ୍ୟରେ ବିବାଦ ହୋଇଥିଲା। ଏଥିରୁ ପ୍ରଥମ ଅନ୍ତରୀକ୍ଷ ଯାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳା ଜନିତ ବୋଲି ସ୍ପଷ୍ଟ ହୋଇଯାଇଥିବା ବେଳେ ବାଇ-ପାସ୍ ସର୍ଜରୀ ବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିପାଇଁ ଅନ୍ତରୀକ୍ଷ ଯାତ୍ରୀଙ୍କ ପରିବାର ହସ୍ପିଟାଲର ଚିକିତ୍ସା ସେବାକୁ ଦାୟି କରିଥିଲେ। ତେବେ ଏଥି ପାଇଁ ସେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ମହାକାଶ ଯାତ୍ରୀଙ୍କ ପରିବାରକୁ ସେତେବେଳେ ୬ ମିଲିୟନ ଡଲାର ପ୍ରଦାନ କରିଥିଲେ। ଏଥିରୁ ୫ ମିଲିୟନ କେବଳ ନିଲଙ୍କ ଦୁଇ ପୁଅ ମାର୍କ ଓ ରିକ୍ ଙ୍କୁ ମୁହଁ ବନ୍ଦ ରଖିବାକୁ ଦିଆଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯଦି ସେତେବେଳେ ଏହି ଘଟଣା ଜଣାପଡିଥାନ୍ତା ତେବେ ହସ୍ପିଟାଲର ଖୁବ୍ ବଦନାମୀ ହୋଇଥାନ୍ତା। ଏପରିକି ସରକାର ହସ୍ପିଟାଲକୁ ବନ୍ଦ ମଧ୍ୟ କରିଦେଇଥାନ୍ତେ। ଏଣୁ ହସ୍ପିଟାଲର ଯେଉଁ କ୍ଷତି ହୋଇଥାନ୍ତା ତା ତୁଳନାରେ ଆର୍ମଷ୍ଟ୍ରଙ୍ଗଙ୍କ ପରିବାର ସହ ଆପସି ବୁଝାମଣା ମାଧ୍ୟମରେ ହସ୍ପିଟାଲ କର୍ତ୍ତୃପକ୍ଷ ମାମଲାକୁ ସଲଟାଇ ଦେଇଥିବା ମିଡିଆ ରିପୋର୍ଟରେ ପ୍ରକାଶିତ ହେଉଛି।

   Related Posts