ମର୍ସି ପିଟିସନ କ’ଣ? ଜାଣନ୍ତୁ ନିବେଦନ ଓ ଦଣ୍ଡ ସମ୍ପର୍କିତ ରୋଚକ ତଥ୍ୟ

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ :  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କ ଦଣ୍ଡ ଏବେ ସୁନିଶ୍ଚିତ ହୋଇଯାଇଛି। ଫଳରେ ସେମାନଙ୍କର ଦଣ୍ଡ ବିଧାନକୁ ନେଇ ଦେଶ ଲାଗି ରହିଥିବା ଅନିଶ୍ଚିତତା ଜନିତ ଚର୍ଚ୍ଚାରେ ମଧ୍ୟ ବିରାମ ଲାଗିଛି। ତେବେ ଦଣ୍ଡ କୋହଳ ଲାଗି ଦୋଷୀଙ୍କ ମନରେ ଥିବା ଆଶା କିନ୍ତୁ ଏପର୍ଯ୍ୟନ୍ତ ମଉଳିନି। ଏବେ ସେମାନେ ପୁଣି ମର୍ସି ପିଟିସନ ଫାଇଲ କରିବେ। ତେବେ ଆସନ୍ତୁ ଜାଣିବା କ୍ଷମା ନିବେଦନ ବା ମର୍ସି ପିଟିସନ ଓ ଏହାର ପ୍ରକ୍ରିୟା କ’ଣ?

{"id":217540,"sizeSlug":"large"}

ମର୍ସି ପିଟିସନ କ’ଣ?
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୭୨ରେ ଅପରାଧୀଙ୍କୁ କ୍ଷମାଦାନ ନିମନ୍ତେ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତା ବଳରେ ରାଷ୍ଟ୍ରପତି ଅପରାଧୀଙ୍କୁ କୋର୍ଟ କରିଥିବା ଦଣ୍ଡାଦେଶ ପରିବର୍ତ୍ତନ ଅଥବା କୋହଳ କରିପାରନ୍ତି।  ଏଥିରେ ଅପରାଧୀଙ୍କୁ ଯଦି  କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଥାନ୍ତି ତେବେ ରାଷ୍ଟ୍ରପତି ତାଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ଏହାକୁ ନିଲମ୍ବିତ ମଧ୍ୟ କରିପାରନ୍ତି।

{"id":217541,"width":581,"height":427,"sizeSlug":"large"}

ମର୍ସି ପିଟିସନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା
ପ୍ରଥମତଃ ଅପରାଧୀଙ୍କ ଦଣ୍ଡ ବିଧାନକୁ ନେଇ ରାଷ୍ଟ୍ରପତିଙ୍କୁ ସମ୍ବିଧାନର ଅନୁଚ୍ଛେଦ ୭୨ ଅନୁସାରେ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ହେଲେ ସେ ଏ ଦିଗରେ ନିଜେ ମନମୁଖି କିଛି ନିଷ୍ପତ୍ତି ନେଇପାରିବେ ନାହିଁ। କାରଣ ରାଷ୍ଟ୍ରପତିଙ୍କୁ ଯେଉଁ ଅନୁଚ୍ଛେଦରେ ଏହି କ୍ଷମତା ପ୍ରଦାନ କରାଯାଇଛି ସେଥିରେ ମନ୍ତ୍ରୀ ପରିଷଦର ପରାମର୍ଶ ନେଇ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବେ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଏଥିରେ ମନ୍ତ୍ରୀପରିଷଦଙ୍କ ପରାମର୍ଶରେ ରାଷ୍ଟ୍ରପତି କାହାର ଦଣ୍ଡ ପରିବର୍ତ୍ତନ ବା କୋହଳ କରିପାରନ୍ତି। ଏମିତିରେ କହିବାକୁ ଗଲେ ଏହା ଏକାକୀ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନୁହେଁ ବରଂ ସଂଯୁକ୍ତ ନିଷ୍ପତ୍ତି ।

{"id":217542,"sizeSlug":"large"}

ସେହିପରି ଯଦି ସର୍ବୋଚ୍ଚ ନ୍ୟାୟାଳୟରେ ମୃତ୍ୟୁଦଣ୍ଡାଦେଶ କାୟମ ରହେ ତେବେ ଅପରାଧୀ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ କରିପାରିବେ। ଏଥିଲାଗି ସେ ସିଧା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ ଅଥବା ସମ୍ପର୍କିତ ରାଜ୍ୟର ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ କ୍ଷମାନିବେଦନ କରିପାରନ୍ତି। ଏହି ପ୍ରକାରେ ମର୍ସି ପିଟିସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

{"id":217543,"sizeSlug":"large"}

ଏଥିଲାଗି ଅପରାଧୀ ନିଜ ଓକିଲଙ୍କ ଜରିଆରେ, ପରିବାର ସଦସ୍ୟଙ୍କ ମାଧ୍ୟମରେ ଅଥବା ଇ-ମେଲ କରି ମଧ୍ୟ ନିଜଲାଗି କ୍ଷମାନିବେଦନ କରିପାରିବେ। ତେବେ ଏଥିଲାଗି କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନଥାଏ। ରାଷ୍ଟ୍ରପତି ନିଜ ସମୟରେ କାର୍ଯ୍ୟର ପ୍ରାଥମିକତା ଓ ବାଧ୍ୟତାକୁ ନଜରରେ ରଖି କାର୍ଯ୍ୟାନୁଷ୍ଠାନ କରିଥାନ୍ତି। ଯେହେତୁ ଏଥିଲାଗି କୌଣସି ସମୟସୀମା ନଥାଏ ଏଣୁ ଗୃହମନ୍ତ୍ରାଳୟ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଏଭଳି ପିଟସନ ଦୀର୍ଘ ଦିନ ଧରି ନିଷ୍ପତ୍ତି ଅପେକ୍ଷାରେ ପଡି ରହିଥାଏ।

{"id":217544,"sizeSlug":"large"}

କ୍ଷମା ନିବେଦନର ଆଧାର କ’ଣ?
ଯେତେବେଳେ କୌଣସି ଅପରାଧ ଲାଗି ଅପରାଧୀଙ୍କୁ କୋର୍ଟ ମୃତ୍ୟୁଦଣ୍ଡାଦେଶ କରନ୍ତି ଓ ସୁପ୍ରିମକୋର୍ଟରୁ ତାଙ୍କୁ କୌଣସି ଆଶ୍ୱସ୍ତି ନ ମିଳେ ସେପରି କ୍ଷେତ୍ରରେ ଅପରାଧୀ ରାଷ୍ଟ୍ରପତିଙ୍କ ମର୍ସି ପିଟିସନ ଉପରେ ଭରସା କରନ୍ତି। ତେବେ କ୍ଷମାନିବେଦନ କରିଥିବା ଅପରାଧୀକୁ ରାଷ୍ଟ୍ରପତି ମୌଖିକ ପରୀକ୍ଷା କରିବାର ବ୍ୟବସ୍ଥା ନାହିଁ। ତେବେ ରାଷ୍ଟ୍ରପତି ସମ୍ପୃକ୍ତ ବ୍ୟକ୍ତିଙ୍କ ସାକ୍ଷକୁ ପୁଣି ସମୀକ୍ଷା କରିପାରନ୍ତି ଅଥବା ନିଜର ମତ ରଖିପାରନ୍ତି। ଏପରିକି ରାଷ୍ଟ୍ରପତି କିଛି ବିଷୟର ପୁନର୍ବିଚାର ବି କରିପାରନ୍ତି।

{"id":217545,"width":577,"height":424,"sizeSlug":"large"}

ରାଷ୍ଟ୍ରପତିଙ୍କ ନିଷ୍ପତିର ହୁଏନି ସମୀକ୍ଷା
ତେବେ ସବୁଠୁ ବଡ କଥା ହେଉଛି ମାମଲାରେ ରାଷ୍ଚ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଅଧିକାର କାହାର ହେଲେ ନାହିଁ। ସେହିପରି ଯଦି ପ୍ରଥମରୁ କ୍ଷମା ନିବେଦନ ରଦ୍ଦ ହୋଇଯାଇଥାଏ ତେବେ ଦ୍ୱିତୀୟ ନିବେଦନ କରାଯାଏନି। ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ରାଜକ୍ଷମା ସମ୍ପର୍କିତ କିଛି ରୋଚକ ତଥ୍ୟ ।

{"id":217546,"sizeSlug":"large"}

ଦେଶର ପ୍ରଥମ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ୧୮୧ ଜଣ ଦୋଷୀଙ୍କ ମଧ୍ୟରୁ ୧୮୦ ଜଣଙ୍କ ଦଣ୍ଡ କ୍ଷମା କରିଥିଲେ। ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ତେବେ ଜଣକର ଦଣ୍ଡ କ୍ଷମା ହୋଇପାରିନଥିଲା। ପରେ ରାଷ୍ଟ୍ରପତି ହୋଇଥିବା ଡ. ଜାକିର ହୁସେନ ଓ ଭି.ଭି.ଗିରି ସେମାନଙ୍କ କାର୍ଯ୍ୟକାଳରେ କିଛି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ। ଜ୍ଞାନୀ ଜୈଲ ସିଂହଙ୍କ କାର୍ଯ୍ୟକାଳରେ ୩୨ରୁ ୩୦ କ୍ଷମା ନିବେଦନ ଅଗ୍ରାହ୍ୟ କରିଦେଇଥିଲେ। ଶଙ୍କର ଦୟାଲ ଶର୍ମା ତାଙ୍କ କାର୍ଯ୍ୟକାଳରେ ସମସ୍ତ କ୍ଷମାନିବେଦନ ଅଗ୍ରାହ୍ୟ କରିଥିଲେ।

{"id":217547,"width":579,"height":413,"sizeSlug":"large"}

ତେବେ ଦେଶରେ ସବୁଠୁ ଅଧିକ କ୍ଷମା ନିବେଦନ ଅଗ୍ରାହ୍ୟ କରିବାର ରେକର୍ଡ ରାଷ୍ଟ୍ରପତି ଆର.ଭେଙ୍କଟ ରମଣଙ୍କ ନାମରେ ରହିଛି। ୧୯୮୭-୧୯୯୨ ମସିହା ମଧ୍ୟରେ ସେ ସର୍ବାଧିକ ୪୪ଟି ରାଜକ୍ଷମା ନିବେଦନ ଅଗ୍ରାହ୍ୟ କରିଥିଲେ। ତେବେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ତାଙ୍କ କାର୍ଯ୍ୟକାଳ ସମୟରେ ସମସ୍ତ ଅପରାଧୀଙ୍କ କ୍ଷମାନିବେଦନ ସ୍ୱୀକାର କରିଥିବାର ରେକର୍ଡ ରହିଛି। ତାଙ୍କ ରାଷ୍ଟ୍ରପତିତ୍ୱକାଳରେ ୩୦ଟି ରାଜକ୍ଷମା ନିବେଦନ ମିଳିଥିଲା। ତେବେ ଆସନ୍ତୁ ଜାଣିବା ମୃତ୍ୟୁଦଣ୍ଡ ନେଇ କେଉଁଦେଶରେ ରହିଛି କିପରି ବ୍ୟବସ୍ଥା।

{"id":217548,"sizeSlug":"large"}

ବିଶ୍ୱର ୯୯ଟି ଦେଶ ମୃତ୍ୟୁଦଣ୍ଡାଦେଶ ପାଳନ କରନ୍ତିନି। ତେବେ ୫୮ ଟି ଦେଶରେ ଆଜିବି ମୃତ୍ୟୁଦଣ୍ଡ ପ୍ରଦାନ କରାଯାଉଛି। ଗତ ୨୦୧୫ ମସିହାରେ ଫିଜି, ସୁରିନାମ ଓ ମାଡଗାସ୍କର ଦେଶମାନେ ମୃତ୍ୟୁଦଣ୍ଡ ବିଧାନ ଉଠାଇଦେଇଛନ୍ତି। ଭାରତ ଗତ ୧୦ ବର୍ଷରେ ମାତ୍ର ୪ ଜଣଙ୍କ ବିରୋଧରେ ମୃତ୍ୟୁଦଣ୍ଡବିଧାନ କରିଛି। ଗତ ବର୍ଷମାନଙ୍କରେ ଭାରତର ବିଭିନ୍ନ କୋର୍ଟ ୧ହଜାର ୩୧୦ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। ୪୫ଟି ଦେଶରେ ଅପରାଧୀଙ୍କୁ ଗୁଳିକରି ମୃତ୍ୟୁଦଣ୍ଡ ବିଧାନ କରାଯାଉଥିବା ବେଳେ ୫ଟି ଦେଶରେ ପଥରମାରି ମୃତ୍ୟୁଦଣ୍ଡ ଦିଆଯାଏ। ତେବେ ଭାରତ ସମେତ ୩୩ଟି ଦେଶରେ ମୃତ୍ୟୁଦଣ୍ଡବିଧାନର ପ୍ରକାର ଏକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.