ରାନୁ ମଣ୍ଡଲଙ୍କୁ ବଲିଉଡରେ ଗାଇବାକୁ ପ୍ରଥମ ସୁଯୋଗ ଦେଇଥିବା ହିମେଶ ରେଶମିଆଙ୍କ ସମ୍ପତ୍ତି କେତେ ଜାଣନ୍ତୁ

Published By : Prameya-News7 Bureau | August 31, 2019 IST

ମୁମ୍ବାଇ: ଆଜିକାଲି ଇଣ୍ଟରନେଟ୍ ରେ ଚର୍ଚ୍ଚାର ଖୋରାକ ପାଲଟିଥିବା ରାନୁ ମଣ୍ଡଲଙ୍କୁ ବଲିଉଡ୍ ରେ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇ ହିମେଶ ରଶମିଆ ଏବେ ଖୁବ ଚର୍ଚ୍ଚାରେ। ସଙ୍ଗୀତ ନିର୍ଦ୍ଦେଶ ଭାବେ ବଲିଉଡରେ ଏକଦା କ୍ୟାରିୟର ଆରମ୍ଭ କରିଥିବା ହିମେଶ ତାଙ୍କର ବିଶାଳ ହୃଦୟ ଲାଗି ବେଶ ପରିଚିତ। ତାଙ୍କର ବଲିଉଡ୍ କ୍ୟାରିୟରରେ ସଲମାନ ଖାନଙ୍କ ବେଶ୍ ଯୋଗଦାନ ରହିଛି। ତେବେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଇଣ୍ଡଷ୍ଟ୍ରିକୁ ଆସିଥିବା ହିମେଶ ଏଠାରେ ଅଭିନୟ ନିର୍ଦ୍ଦେଶନା ଏପରିକି ଚଳଚିତ୍ର ପ୍ରଯୋଜନା ମଧ୍ୟ କରିଛନ୍ତି। ତାଙ୍କୁ ସେମିତି ବଡ ସଫଳତା ମିଳିନଥିଲେ ହେଁ ଇଣ୍ଡଷ୍ଟ୍ରିରେ ତାଙ୍କର ଉପସ୍ଥିତି କାୟମ କରିପାରିଛନ୍ତି।

{"id":151533,"width":579,"height":462}

ହିମେଶ ରାନୁଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ହ୍ୟାପୀ ହାର୍ଡି ଏଣ୍ଡ ହୀର’ ଫିଲ୍ମର ଏକ ଗୀତ ତେରିମେରି କାହାନୀ ଗାଇବା ଲାଗି ୬ଲକ୍ଷ ଟଙ୍କା ପାରିଶ୍ରମିକ ଅଫର କରିଛନ୍ତି। ଆଗକୁ ରାନୁଙ୍କୁ ବଲିଉଡର ବଡ କଳାକାରଙ୍କ ଫିଲ୍ମ ବି ମିଳିବ। ତେବେ ଆସନ୍ତୁ ଜାଣିବା ହିମେଶଙ୍କ ସମ୍ପର୍କରେ। ହିମେଶଙ୍କ ଜନ୍ମ ମୁମ୍ବାଇେରେ ହୋଇଥିଲା। ଏହି ୪୫ ବର୍ଷ ବୟସ୍କ ଅଭିନେତାଙ୍କ ପିତା ବିପିନ ରେଶମିଆ ପେଷାରେ ଜଣେ ସଙ୍ଗୀତକାର। ପିତାଙ୍କ ଇଚ୍ଛା ପୁରଣ କରିବାକୁ ହିମେଶ ବଲିଉଡରେ ସଙ୍ଗୀତ ନିର୍ଦ୍ଦେଶନାରେ ପାଦ ଥାପିଥିଲେ।

{"id":151534,"align":"center","width":511,"height":639}

ସଲମାନଙ୍କ ଫିଲ୍ମ ‘ତେରେ ନାମ’ରେ ବଲିଉଡ ଡେବ୍ୟୁ କରିଥିଲେ ହିମେଶ। ଏହା ପୂର୍ବରୁ ସେ ଏଚଆର ଏଣ୍ଟରପ୍ରାଇଜର୍ସ ନାମକ ଏକ ପ୍ରଡକ୍ସନ ହାଉସରେ ସେ କାମ କରୁଥିଲେ। ହିମେଶଙ୍କ ବର୍ତ୍ତମାନ ସମ୍ପତ୍ତିର ପରିମାଣ ହିସାବ କଲେ ପ୍ରାୟ ୪ ମିଲିୟନ ଡଲାର ହେବ। ସେ ତାଙ୍କ କ୍ୟାରିୟରର ପ୍ରଥମ କମାଇ ସଙ୍ଗିତ ନିର୍ଦ୍ଦେଶକ ଭାବେ କରିଥିଲେ। ତା ପରେ କିଛି ପ୍ଲେବ୍ୟାକ୍  ଗୀତ ଓ ଅଭିନୟ କରିଥିଲେ ବି ଏତେଟା ସଫଳ ହୋଇପାରିନାହାନ୍ତି। ହେଲେ ବଲିଉଡରେ ତାଙ୍କର ପାରିଶ୍ରମିକ ୧୦ କୋଟି ଟଙ୍କା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.