Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନିଜ ଠାରୁ ବୟସରେ ୨୨ ବର୍ଷ ବଡ ଦିଲ୍ଲୀପ କୁମାରଙ୍କୁ ବିବାହ କରିଥିଲେ ସାୟେରା ବାନୋ, ବଡ ରୋଚକ ଥିଲା ସେମାନଙ୍କ ପ୍ରେମ କାହାଣୀ

22/08/2019 at 9:39 PM

ବଲିଉଡର ‘ମୋଷ୍ଟ ଏଲିଜେବଲ ବ୍ୟାଚଲର’ ଦିଲ୍ଲୀପ କୁମାର ଓ ସୁନ୍ଦରତାର ଅନ୍ୟନାମ ସାୟେରା ବାନୋଙ୍କ ପ୍ରେମ କାହାଣୀ ବାସ୍ତବିକ ଖୁବ୍ ରୋମାଣ୍ଟିକ । ଏହି ବଲିଉଡ କପଲଙ୍କ ଫ୍ୟାନମାନେ ଭଲଭାବରେ ଜାଣନ୍ତି ସାୟରା ଦିଲ୍ଲୀପଙ୍କର ଫ୍ୟାନ ଥିଲେ। ଅଗଷ୍ଟ ୨୩ ତାରିଖ ହେଉଛି ସାୟରାଙ୍କ ଜନ୍ମ ଦିନ। ଯଦି ଏହି ଖାସ ଦିନରେ ସେମାନଙ୍କ ସମ୍ପର୍କରେ ଆଲୋଚନା ନ ହେବ, ତେବେ ଦିନଟି ଅଧୁରା ଲାଗିବ। ତେବେ ଆସନ୍ତୁ ମନେ ପକାଇବା ବଲିଉଡର ଏହି ସୁପରହିଟ୍ କଳାକାରଙ୍କ ଜୀବନର କିଛି ଅଭୁଲା ସ୍ମୃତିକୁ।  

୧୯୬୬ ମସିହାର କଥା । ଦିଲ୍ଲୀପ କୁମାର ଓ ସାୟେରା ବାନୋ ସେମାନଙ୍କ ସମ୍ପର୍କ ଖୋଲାଖୋଲି ଘୋଷଣା କରିବାକୁ ମନସ୍ତ କରିଥିଲେ। ଏମିତିରେ ଦିଲ୍ଲୀପଙ୍କ ଉପରେ ଦେଶ ବିଦେଶରେ ଅନେକ ଧନିକଙ୍କ ଲଳନାମାନଙ୍କର ନଜର ଥିଲା। ହେଲେ ଦିଲ୍ଲୀପ ସାୟେରାଙ୍କୁ ଜୀବନ ସଙ୍ଗୀନ କରିବା ଲାଗି ନିଷ୍ପତ୍ତି ନେଇସାରିଥିଲେ। ସେତେବେଳେ ଦିଲ୍ଲୀପଙ୍କ ବୟସ ୪୪ ବର୍ଷ ହୋଇଥିବା ବେଳେ ସେତେବେଳେ ସାୟେରା ଥିଲେ ମାତ୍ର ୨୨ ବର୍ଷର । ଦିଲ୍ଲୀପ ସାୟେରାଙ୍କ ସମ୍ପର୍କରେ ଆସିବା ପୂର୍ବରୁ ଦୁଇ ଦୁଇ ଥର ପ୍ରେମରେ ବି ପଡିଥିଲେ। ହେଲେ ଦୁଇ ଥର ଜାକ ବିଫଳ ହୋଇ ଦିଲ୍ଲୀପ ମନେ ମନେ ଭାଙ୍ଗିପଡିଥିଲେ। ସେପଟେ ବୟସରେ ସାନ ହୋଇଥିବାରୁ ତାଙ୍କ ପ୍ରତି ଦିଲ୍ଲୀପଙ୍କର କୌଣସି ଆଗ୍ରହ ହିଁ ନଥିଲା। ହେଲେ ସମ୍ପର୍କ ଆଗକୁ  ବଢୁଥିବାରୁ ମନେ ମନେ ଡରି ଯାଇଥିଲେ ଦିଲ୍ଲୀପ। ହେଲେ ଜାଣିଥିଲେ ସାୟେରା ତାଙ୍କୁ ଖୁବ୍ ଭଲ ପାଉଛନ୍ତି । ଏଣୁ ଉଭୟ କାହାକୁ କିଛି ନ ଜଣାଇ ଚୁପଚାପ ବିବାହ କରିଥିଲେ।

ତେବେ ବିବାହ ପୂର୍ବରୁ ସାୟରାଙ୍କ ସହ ମନଖୋଲା କଥା ହୋଇଥିଲେ ଦିଲ୍ଲୀପ। କହିଥିଲେ ଦେଖ ! ମୋ ମୁଣ୍ଡରେ ସବୁ ଚୁଟି ଧଳା ହେବାରେ ଲାଗିଲାଣି। ହେଲେ ପ୍ରେମରେ ଆଗକୁ ଗୋଡ ବଢାଇସାରିଥିବା ସାୟେରା ଆଉ ପଛକୁ ଫେରି ଚାହିଁ ନଥିଲେ।  ସେ ଦିଲ୍ଲୀପଙ୍କୁ ଏତେ ଭଲ ପାଉଥିଲେ ଯେ କେବଳ ତାଙ୍କରି ଖୁସି ପାଇଁ ଉର୍ଦ୍ଦୁ ଓ ପାର୍ସୀ ଭାଷା ବି ଶିଖିବାକୁ ଲାଗିଥିଲେ। ଦିଲ୍ଲୀପଙ୍କର ସବୁ ଛୋଟମୋଟ ପସନ୍ଦର ସାୟରା ଖୁବ୍ ଧ୍ୟାନ ରଖୁଥଲେ। ସାୟେରାଙ୍କ ଭଲପାଇବାକୁ ଦେଖି ଦିଲ୍ଲୀପ ତାଙ୍କୁ ବିବାହ ତ କଲେ ହେଲେ ସେମାନଙ୍କୁ ପରବର୍ତ୍ତି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଦିଲ୍ଲୀପ କୁମାର ତାଙ୍କ ଆତ୍ମ କଥା ‘ଦି ସବଷ୍ଟାନ୍ସ ଏଣ୍ଡ ଦି ସାଡୋ ’ରେ ଲେଖିଛନ୍ତି ସାୟରା ପ୍ରେଗ୍ନାଣ୍ଟ ହୋଇଥିଲେ। ହେଲେ ଶିଶୁଟି ମୃତ ଜନ୍ମ ହୋଇଥିଲା। ଘଟଣା ଉଭୟଙ୍କୁ ବ୍ୟଥିତ କରିଥିଲା। ଏହା ପରେ ସାୟେରା ଆଉ ଥରେ ମା ହୋଇ ପାରିନଥିଲେ। ହେଲେ ଏବେ ବି ଏକାଠି ସେମାନେ ଜୀବନ ନୌକା ଚଳାଇ ଚାଲିଛନ୍ତି।

ବିବାହର ଏତେ ବର୍ଷ ପରେ ବି ମଳିନ ପଡିନି ସେମାନଙ୍କ ସମ୍ପର୍କ। ଦିଲ୍ଲୀପ ଅଲଝାଇମରରେ ପୀଡିତ। ହେଲେ ତାଙ୍କ ଚିକିତ୍ସା ଓ ସେବାରେ କେବେ ସାୟେରା ସାମାନ୍ୟତମ ଅବହେଳା ବି କରି ନାହାନ୍ତି। ଆଜି ବି କୁଆଡେ ଯିବାକୁ ହେଲେ ଉଭୟ ସାଥୀ ହୋଇ ଯାଉଥିବା ଦେଖା ଯାଆନ୍ତି। ଜୀବନର ପ୍ରତିଟି ମୋଡରେ ସେମାନେ ପରସ୍ପରକୁ ଏପରି ସାହାରା କରିଛନ୍ତି ଯେପରି ପାଣି ବିନା ମାଛ। ଏଣୁ ଯେବେବି ବଲିଉଡ କଳାକାରଙ୍କ ପ୍ରେମ କାହାଣୀ କଥା ପଡେ ସେତେବେଳେ ଦିଲ୍ଲୀପ ଓ ସାୟରାଙ୍କ ନାମ ସର୍ବପ୍ରଥମେ ନିଆଯାଏ।

   Related Posts