ମୋବାଇଲ ଫୋନରୁ ଟ୍ରାନ୍ସଫର କରିପାରିବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍, ଜାଣନ୍ତୁ କିପରି ?

Published By : Prameya-News7 Bureau | July 15, 2021 IST

ନୂଆଦିଲ୍ଲୀ ୧୫।୭: କରୋନା କାଳରେ ନଗଦ ଟଙ୍କା ଟ୍ରାନ୍ସଫର ଏବେ ସବୁଠୁ ବଡ଼ ସମସ୍ୟା ପାଲଟିଛି। ତେବେ ଏହା ଆଉ ବେଶି ସମୟ ଲାଗି ନୁହେଁ। ଯଦି ଆପଣଙ୍କ ଆକାଉଣ୍ଟ ଆଇସିଆଇସିଆଇ, କୋଟାକ ମହେନ୍ଦ୍ରା ଅଥବା ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ଅଛି ତେବେ ଆପଣ ମୋବାଇଲ ଫୋନରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିପାରିବେ। ୟୁପିଆଇ ଫାସେଲିଟିରେ ଏହି ବ୍ୟାଙ୍କମାନେ ଏବେ ନୂଆ ଫଙ୍କସନ ଏଡ କରିଛନ୍ତି। ଏହା ପୂର୍ବରୁ କ୍ୟାସ୍‌ ଟ୍ରାନ୍ସଫର ଲାଗି ଆକାଉଣ୍ଟ ଡିଟେଲ ଅଥବା ୟୁପିଆଇ ଆଇଡିର ଆବଶ୍ୟକତା ପଡୁଥିଲା।

{"id":481193,"width":843,"height":843,"sizeSlug":"large","linkDestination":"none"}

ଉପରୋକ୍ଟ ୩ଟି ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଆଗକୁ ଗ୍ରାହକଙ୍କ ନିମନ୍ତେ ଏହି ସୁବିଧା ହୁଏତ ଉପଲବ୍ଧ କରାଇପାରନ୍ତି। ଯେଉଁ ସେବାର ନାମ ସେମାନେ ପେ ଟୁ କଣ୍ଟାକ୍ଟ ଅଥବା ପେ ୟୋର କଣ୍ଟାକ୍ଟ ରଖିଛନ୍ତି। ଏଥିରେ ଯାହାକୁ ଆପଣ ନଗଦ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାଙ୍କ ନମ୍ବର ଆରଣଙ୍କ ମୋବାଇଲ ଫୋନ କଣ୍ଟାକ୍ଟ ଲିଷ୍ଟରେ ଥିବା ଆବଶ୍ୟକ। କଣ୍ଟାକ୍ଟ ଲଗକୁ ଯାଇ ନମ୍ବର ସିଲେକ୍ଟ କରିବା ପରେ ଆପଣ ତାଙ୍କୁ ଟଙ୍କା ଟ୍ରାନସଫର କରିପାରିବେ।

{"id":481194,"width":837,"height":685,"sizeSlug":"large","linkDestination":"none"}

ବ୍ୟଙ୍କମାନଙ୍କ ଅନୁସାରେ ୟୁପିଆଇର ଏହି ନୂଆ ସର୍ଭିସରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଅଥବା ୟୁପିଆଇ ଆଇଡି ଦେବାକୁ ପଡିବ ନାହିଁ। ଏହି ନବୀନତମ ସେବାରେ କୋଟାକ ମହିନ୍ଦ୍ରା ଗ୍ରାହକ ତାଙ୍କ କଣ୍ଟାକ୍ଟଙ୍କ ନିକଟକୁ ସର୍ବାଧିକ ୫୦ ହଜାର ଓ ଆଇସିଆଇସିଆଇ ବ୍ୟାଙ୍କ କଷ୍ଟମର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟ୍ରାନ୍ସଫର କରିପାରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.