ବଜରଙ୍ଗବାଣ ପାଠ କରୁଥିଲେ ଜାଣନ୍ତୁ ଏହାର ରହସ୍ୟ, ପ୍ରସନ୍ନ ହେବା ବଦଳେ ନାରାଜ ହୋଇପାରନ୍ତି ବଜରଙ୍ଗବଲୀ

Published By : Prameya-News7 Bureau | July 18, 2019 IST

ବର୍ତ୍ତମାନ ସମୟରେ ହନୁମାନଜୀହିଁ ଏକମାତ୍ର ଦେବତା ଯିଏ ଭକ୍ତଙ୍କ ସମସ୍ତ ଅଭିଷ୍ଟ ପୁରଣ କରୁଛନ୍ତି। ଏଣୁ ହନୁମାନଜୀଙ୍କୁ ପ୍ରସନ୍ନ କରାଇବା ନିମନ୍ତେ ଭକ୍ତ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ବଜରଙ୍ଗବାଣ ମଧ୍ୟ ପାଠ କରୁଛନ୍ତି। ତେବେ ହନୁମାନ ଚାଳିଶା ଓ ବଜରଙ୍ଗବାଣ ମଧ୍ୟରେ ଅନେକ ତଫାତ ରହିଛି। ବିନା କାରଣରେ ଏହାକୁ ପାଠ କଲେ ବଜରଙ୍ଗବଲୀ ପ୍ରସନ୍ନ ହେବା ବଦଳେ ଭକ୍ତ ପ୍ରତି ଅସନ୍ତୁଷ୍ଟ ମଧ୍ୟ ହୋଇ ପାରନ୍ତି। ଏଣୁ ହନୁମାନଙ୍କୁ ଭକ୍ତି କରୁଥିଲେ ଜାଣି ଆସନ୍ତୁ ଜାଣିବା ବଜରଙ୍ଗବାଣର ରହସ୍ୟ।

{"id":135027,"align":"center"}

ହନୁମାନ ଭକ୍ତମାନେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରିଥାନ୍ତି। ଦୈନିକ ଚାଳିଶା ପାଠ ହିଁ ଭକ୍ତଙ୍କ ଅନେକ ରିଷ୍ଟ ଖଣ୍ଡନ କରିଥାଏ ସାଙ୍ଗକୁ ସବୁବେଳେ ସାଥୀରେ ହନୁମାନ ଜୀଙ୍କ ସାନିଧ୍ୟ ମଧ୍ୟ ଅନୁଭବ କରିଥାନ୍ତି ଭକ୍ତ। ସେହିପରି ସଙ୍କଟଗ୍ରସଭକ୍ତମାନେ ନିୟମିତ ସଙ୍କଟମୋଚନାଷ୍ଟକ ମଧ୍ୟ ପାଠ କରନ୍ତି। ଏହି ଅଷ୍ଟକ ଭକ୍ତଙ୍କୁ ଅନେକ ସଙ୍କଟରୁ ରକ୍ଷା କରିଥାଏ। କେତେକ କ୍ଷେତ୍ରରେ ସଙ୍କଟ ଆସିବା ପୂର୍ବରୁ ହିଁ ଟଳି ଯାଇଥିବା ଭକ୍ତ ନିଶ୍ଟିତ ଅନୁଭବ କରିଥିବେ। ସେହିପରି ହନୁମାନଜୀଙ୍କ ପୂଜାର୍ଚ୍ଚନାରେ ବଜରଙ୍ଗବାଣର ମଧ୍ୟ ଅନେକ ଗୁରୁତ୍ୱ ରହିଛି।

{"id":135028}

ତେବେ ବଜରଙ୍ଗବାଣ ବଜରଙ୍ଗବଲୀଙ୍କ ଏମିତି କେ ସ୍ତୋତ୍ର ଯାହାକୁ ଅତ୍ୟନ୍ତ ଦାରୁଣ ସମୟରେ ମନନ କରାଯାଇପାରେ। ଯେଉଁଠାରେ ଭକ୍ତଙ୍କ ପାଇଁ କିଛି ଅନ୍ୟ ରାସ୍ତା ରହି ନଯାଏ ସେତେବେଳେ ପରିସ୍ଥିତିରୁ ନିଜେ ହନୁମାନ ହିଁ ତାଙ୍କ ଅସୀମିତ ଶକ୍ତି ବଳରେ ହିଁ ଭକ୍ତଙ୍କୁ ଉଦ୍ଧାର କରିପାରନ୍ତି। ଏଣୁ ସାମାନ୍ୟ ସମସୟରେ ବଜରଙ୍ଗବାଣ ପାଠ କରିବା ବଜରଙ୍ଗବଲୀଙ୍କୁ ରୁଷ୍ଟ କରିବା ସହ ସମାନ। ପିଲାଦିନେ ଜାଣିଥିବେ ମିଛୁଆ ରାଧୁଆ କଥା। ସବୁଦିନ ଲୋକଙ୍କୁ ହଇରାଣ କରୁଥିଲା କିନ୍ତୁ ହଇରାନ ଦିନ କେହି ତା କଥାକୁ ବିଶ୍ୱାସ କଲେନି। ଠିକ ସେହିପରି ବଜରଙ୍ଗବାଣ ପାଠ କରି ସବୁବେଳେ ଠାକୁରଙ୍କୁ ଅନାଗତ ବିପଦ ପ୍ରତି ସତର୍କ ରଖିବା ବେଳେ ବାସ୍ତବ ବିପଦ ବେଳେ ଠାକୁର ଶୁଣନ୍ତି ନାହିଁ। ଏଣୁ ଅତ୍ୟନ୍ତ ସଙ୍କଟାପନ୍ନ ସମୟରେ ବଜରଙ୍ଗବାଣ ପାଠ କରି ବଜରଙ୍ଗବଲୀଙ୍କ ସହାୟତା କାମନା କଲେ ନିଶ୍ଟିତ ଆପଣ ସଙ୍କଟରୁ ମୁକୁଳିବେ ଏଥିରେ କୌଣସି ଦ୍ୱିମତ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.