ଜନ୍ମ ତିଥି ଅନୁସାରେ ଜାଣନ୍ତୁ ନିଜ ସମ୍ପର୍କରେ କିଛି ରୋଚକ ତଥ୍ୟ

Published By : Prameya-News7 Bureau | March 14, 2020 IST

ଭୁବନେଶ୍ୱର ୧୪/୦୩ : ଯେଉଁ ଗ୍ରହ ନକ୍ଷତ୍ରରେ ମଣିଷ ଜନ୍ମ ହୋଇଥାଏ ମଣିଷ ଜୀବନ ତାର ପ୍ରଭାବ ଠିକ ସେହିପରି ପଡିଥାଏ | ଠିକ ସେହିଭଳି ତିଥି ଅନୁଯାୟୀ ମଧ୍ୟ ମଣିଷ ଜୀବନରେ ଅନେକ ପ୍ରଭାବ ପଡିଥାଏ | ଜ୍ୟୋତିଷଶାସ୍ତ୍ର ଅନୁସାରେ, ପାଞ୍ଜିର ପ୍ରତ୍ୟେକ ତିଥିର ନିଜର ଏକା ମହତ୍ୱ ରହିଛି | ପ୍ରତିପଦାରୁ ଆରମ୍ଭ କରି ପୁର୍ଣିମା ଯାଏଁ ଅଲଗା ଅଲଗା ତିଥିରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଜାତକର ସମ୍ବନ୍ଧ ଏହି ତିଥି ସହ ରହିଥାଏ | ଆସନ୍ତୁ ଜାଣିବା କେଉଁ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିପରି :

{"id":238327,"sizeSlug":"large"}

୧. ଵିଵେକୀ ଏବଂ ଧନଵାନ -

ପ୍ରତିପଦା ଅର୍ଥାତ ପ୍ରଥମ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶାଳ ପରିବାରଯୁକ୍ତ, ଵିଵେକୀ, ବିଦ୍ୱାନ, ଧନଵାନ, ସୁଶୀଲ, ସୁନ୍ଦର ହୋଇଥାନ୍ତି | ଏମାନଙ୍କୁ ରାଜକୀୟ କୋଷରୁ ଧନ ମିଳିବାର ସମ୍ଭାବନା ଥାଏ | ଦ୍ୱିତୀୟ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ଦୟାଳୁ, ଦାନୀ, ଗୁଣଵାନ, ଵିଵେକୀ, ସଦାଚାରୀ ଏବଂ ସର୍ବଦା ପ୍ରସନ୍ନ ରହୁଥିବା ସ୍ୱଭାବର ହୋଇଥାନ୍ତି |

{"id":238328,"sizeSlug":"large"}

୨. ଅଭିମାନୀ ଓ ବିଦ୍ୱାନ :

ତୃତୀୟ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ବିଦ୍ୱାନ, ଶକ୍ତିଶାଳୀ, ଚାଲାକ, ବିଳାସ ପ୍ରିୟ, ଅଭିମାନୀ ହୋଇଥାନ୍ତି | ଏମାନେ ପ୍ରାୟତଃ ନିଜ ଜନ୍ମ ସ୍ଥାନରୁ ଦୂରରେ ରହିଥାନ୍ତି | ଚତୁର୍ଥୀ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ସାହସୀ, ବୁଦ୍ଧିମାନ, ଚତୁରତାର ସହ ଖର୍ଚ କରୁଥିବା ସ୍ୱଭାବର ହୋଇଥାନ୍ତି | ଏମାନେ ଅଧିକ କଥା ହେବାକୁ ଭଲ ପାଆନ୍ତି | ସଟ୍ଟା ବଜାର ଲଟେରୀ ଆଦିରେ ଟଙ୍କା ଲଗାଇବାକୁ ଏମାନେ ପସନ୍ଦ କରିଥାନ୍ତି |

{"id":238329,"sizeSlug":"large"}

୩. ପରୋପକାରୀ ଓ ସୁସ୍ଥ -

ପଞ୍ଚମୀ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ସୁସ୍ଥ, ଦୟାଵାନ, ପରୋପକାରୀ ହୋଇଥାନ୍ତି | ପରିବାର ତରଫରୁ ଏମାନେ ସୁଖୀ ହୋଇଥାନ୍ତି | ସସଥି ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ସତ୍ୟବାଦୀ, ଧନଵାନ, ପୁତ୍ରବାନ, ଅତ୍ୟନ୍ତ ପରାକ୍ରମୀ, କୀର୍ତ୍ତିବାନ, ଚାଲାକ ଏବଂ ସମାଜରେ ଶ୍ରେଷ୍ଠ ହୋଇଥାନ୍ତି |

{"id":238330,"sizeSlug":"large"}

୪. ସୁଖ ସମ୍ପତ୍ତି ଯୁକ୍ତ -

ସପ୍ତମୀ ତିଥିରେ ଜନ୍ମ ନେଉଥିବା ବ୍ୟକ୍ତି ଗୁଣଗ୍ରାହୀ, ଜ୍ଞାନୀ, ସାଧୁ, ଦେବାଦେବୀଙ୍କ ଭକ୍ତ, ଶତ୍ରୁଜିତ ହୋଇଥାନ୍ତି | କିନ୍ତୁ ଏମାନେ ଅନ୍ୟ ଧନ ସମ୍ପତ୍ତି ଉପରେ ଦୃଷ୍ଟି ରଖିଥାନ୍ତି | ଏହି ତିଥିରେ ଜନ୍ମ ହେଉଥିବା ବ୍ୟକ୍ତିଙ୍କର ସାଧାରଣତଃ କନ୍ୟା ସନ୍ତାନ ଜନ୍ମ ହୋଇଥାଏ | ଅଷ୍ଟମୀ ତିଥିରେ ଜନ୍ମ ନେଇଥିବା ବ୍ୟକ୍ତି ସୁଖୀ, ଦୟାଳୁ ସ୍ତ୍ରୀ ଅନୁରକ୍ତ ଏବଂ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି | ଏମାନେ ଶିକ୍ଷା ଦୀକ୍ଷାରେ ସରକାରୀ ସହଯୋଗ ପାଇଥାନ୍ତି |

{"id":238336,"sizeSlug":"large"}

୫. କଟୁଭାଷୀ -

ଯେଉଁ ବ୍ୟକ୍ତିଙ୍କ ଜନ୍ମ ନବମୀ ତିଥିରେ ହୋଇଥାଏ ସେମାନେ କଟୁଭାଷୀ, ଆଚାରହୀନ ହୋଇଥାନ୍ତି | ଏମାନେ ସାଧାରଣତଃ ବିଦ୍ୱାନଙ୍କୁ ବିରୋଧ କରିଥାନ୍ତି ଏବଂ ବନ୍ଧୁ ପରିଜନଙ୍କୁ ସହଯୋଗ କରିନଥାନ୍ତି | ଦଶମୀ ତିଥିରେ ଜନ୍ମ ନେଇଥିବା ବ୍ୟକ୍ତି ଧର୍ମଭୀରୁ, ସୁଖ ସମ୍ପତ୍ତିବାନ, ଶାସ୍ତ୍ର ଜ୍ଞାନଵାନ, ଉଦାର, ବିନମ୍ର ଏବଂ ରସିକ ପ୍ରବୃତିର ହୋଇଥାନ୍ତି |

{"id":238337,"sizeSlug":"large"}

୬. କୁଶଳ ବ୍ୟବହାରଯୁକ୍ତ -

ଏକଦଶୀରେ ଜନ୍ମ ନେଇଥିବା ବ୍ୟକ୍ତି ପବିତ୍ର ହୃଦୟଯୁକ୍ତ, ଦେବ, ଦ୍ଵିଜା, ଗୁରୁ ପୂଜା କରୁଥିବା, ଚତୁରପୁଣ୍ୟ ଆତ୍ମା, ପ୍ରସନ୍ନ ଚିତ୍ତ ଏବଂ ଶୁଭକର୍ମ କରିଥାନ୍ତି | ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟବହାର କୁଶଳ ହୋଇଥାଏ | ଏମାନେ ଜଳକ୍ରୀଡା ପ୍ରେମୀ, ରାଜଶକ୍ତି ସେବକ ତଥା ଆନଦତା ପ୍ରବୃତିର ହୋଇଥାନ୍ତି |

{"id":238339,"sizeSlug":"large"}

୭. ଶୂରବୀର -

ତ୍ରୟୋଦଶୀ ତିଥିରେ ଜନ୍ମ ହେଉଥିବା ବ୍ୟକ୍ତି ସୁନ୍ଦର, ରୂପଵାନ, ଶୂରବୀର ଏବଂ ଚାଲାକ ହୋଇଥାନ୍ତି | ଏମାନେ ସ୍ତବିକ ପ୍ରକୃତିର ହୋଇଥାନ୍ତି | ଚତୁର୍ଦଶୀ ତିଥିରେ ଜନ୍ମ ହେଉଥିବା ବ୍ୟକ୍ତି କ୍ରୁର, ଅତ୍ୟନ୍ତ ପରାକ୍ରମୀ, ଚାଲାକ ତଥା କାମୁକ ପ୍ରକୃତିର ହୋଇଥାନ୍ତି | ଏମାନେ ସାଧାରଣତଃ କ୍ରୋଧୀ ସ୍ଵଭାଵର ହୋଇଥାନ୍ତି |

{"id":238340,"sizeSlug":"large"}

୮. ମାତାପିତାଙ୍କ ସେବାଯୁକ୍ତ -

ପୁର୍ଣିମା ଦିନ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରିୟଦର୍ଶୀ, ନ୍ୟାୟ ପୂର୍ବକ, ପରିଶ୍ରମୀ, ଦୟାଳୁ ଓ ଗୁଣଵାନ ହୋଇଥାନ୍ତୁ | ଏମନେ ଅତ୍ୟନ୍ତ ବିଳାସପ୍ରିୟ ହୋଇଥାନ୍ତି | ଅମାବାସ୍ୟା ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥାନ୍ତି | ଏମାନେ ଆତ୍ମଚିନ୍ତନଶୀଳ, ପରିଶ୍ରମୀ ହେବା ସହ ମାତାପିତାଙ୍କ ସେବା କରିଥାନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.