Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶୁଭ-ଅଶୁଭ ସଙ୍କେତ, କେମିତି ଜାଣିବେ ଭଲ ସମୟ ଆସୁଛି

30/01/2020 at 11:54 AM

କେତେକ ସଙ୍କେତ ମନୁଷ୍ୟକୁ ଭବିଷ୍ୟତରେ ହେବାକୁ ସମସ୍ୟାରୁ ସାବଧାନ ହେବାକୁ ଦେଖା ଦେଇଥାଏ। ଏହି ସ୍ବପ୍ନଗୁଡ଼ିକ ଉପରେ କେତେକ ଲୋକ ବିଶ୍ବାସ କରିଥାଆନ୍ତି ଏବଂ କେତେକ ଲୋକ ବିଶ୍ବାସ କରିନଥାଆନ୍ତି। ସେହିପରି ଆଜି ଆପଣଙ୍କୁ ଆମେ କେତେକ ସଙ୍କେତ ବିଷୟରେ କହିବୁ ଯାହା ଦ୍ବାରା ଆପଣଙ୍କ ଭବିଷ୍ୟତରେ ହେବାକୁ ଥିବା ସମସ୍ୟା ଏବଂ ଖୁବ୍ ଶୀଘ୍ର ଭଲ ଖବର ବିଷୟରେ ଜଣାପଡ଼ିଥାଏ।

  • ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଯେ ଯଦି ବିଲେଇ ରାସ୍ତା କାଟି ଦେଇଥାଏ,ତେବେ ରହିଯିବା ଉଚିତ୍। ଫଳରେ କାର୍ଯ୍ୟରେ ବାଧା ଉପୁଜିଥାଏ। ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ଦୁର୍ଘଟଣାର ଶିକାର ହେବାର ଏହା ଈଶାରା ଦେଇଥାଏ।
  • ଯଦି ଘର ଭିତରେ ଚୁଚୁନ୍ଦ୍ରା ବୁଲୁଛି ତେବେ ଏହାର ଅର୍ଥ ଧନ ବୃଦ୍ଧି ହୋଇଥାଏ।
  • ହିନ୍ଦୁ ଧର୍ମରେ ଗାଈକୁ ମାଆଙ୍କ ମାନ୍ୟତା ଦିଆଯାଇଥାଏ। ପୁରାଣରେ ମଧ୍ୟ ଏହି କଥା ଲେଖାଯାଇଛି ଯେ ଗାଈ ମଧ୍ୟରେ ୩୩କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ।
  • କୁହାଯାଏ ଯେ ଯଦି ଆପଣଙ୍କ ଘରର ଦ୍ବାରରେ ଗାଈ ଆସି ଜୋରରେ ହମ୍ମା ରଡ଼ି ଛାଡ଼ିଥାଏ ତେବେ ଏହାର ଅର୍ଥ ହୋଇଥାଏ ଆପଣଙ୍କୁ କୌଣସି ଶୁଭ ଖବର ମିଳିବ। ଏହା ଦ୍ବାରା ଧନ ଲାଭ ଏବଂ ଶୁଭ ଖବର ମିଳିଥାଏ।
  • ଯଦି ରାସ୍ତାରେ ଗାଈ ପରିସ୍ରା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ ଯେ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ବିପତ୍ତି ଟଳିଯିବ।
  • ଯଦି ଘରୁ ବାହାରକୁ ଯିବା ସମୟରେ କେଉଁଠି ବିଲେଇ କାନ୍ଦୁଥିବାର ଦେଖନ୍ତି, ତେବେ ଏହା ଘର-ପରିବାରରେ ହେବାକୁ ଥିବା କୌଣସି ବଡ଼ ଧରଣର ସଙ୍କେତ ହୋଇଥାଏ।
  • ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ ବିଲେଇ ଲଢ଼ୁଥିବା ଦେଖିବାକୁ ମିଳେ ତେବେ ବୁଝି ଯାଆନ୍ତୁ କାମ ହେବ ନାହିଁ।
  • କୁହାଯାଏ ଯଦି ଆପଣ ଯାତ୍ରାରେ ଯାଉଛନ୍ତି ଏବଂ ବିଲେଇ ମୁହଁରେ ମାଂସ ଟୁକୁରା ନେଇ ଯାଉଥିବା ଦେଖାଯାଏ ତେବେ କାର୍ଯ୍ୟ ସଫଳ ହୋଇଥାଏ।
  • କୁହାଯାଏ ଯଦି ଘରେ ପୋଷା କୁକୁର ଅନେକ ଦିନରୁ କାନ୍ଦୁଛି ତେବେ ଏହାର ଅର୍ଥ ଘରେ କୌଣସି ବିପଦ ଆସିବାର ଅଛି।
  • ଯଦି ଆପଣଙ୍କ ପାଖକୁ କୌଣସି କୁକୁର ଆସି ଶୋଇଥାଏ ତେବେ ଏହାର ଅର୍ଥ କିଛି ଭଲ ହେବ।
  • ଘରେ ପିମ୍ପୁଡ଼ି ଦଳଦଳ ହୋଇ ଚାଲୁଥିଲେ ଏହା ଐଶ୍ବର୍ଯ୍ୟ ବୃଦ୍ଧିର ପ୍ରତୀକ ହୋଇଥାଏ। ଯଦି ପିମ୍ପୁଡ଼ି ଦଳ ବଙ୍କା ହୋଇ ଚାଲୁଥାଆନ୍ତି ତେବେ ଏହା ମତଭେଦର ସଙ୍କେତ ଦେଇଥାଏ।
  • ଘରେ ଲାଗିଥିବା ବୁଢ଼ିଆଣୀ ଜାଲ,ମହୁମାଛି ବସା ଅଶୁଭ ହୋଇଥାଏ। ଏହା ଘରେ ନକରାତ୍ମକ ଶକ୍ତି ବୃଦ୍ଧିର ସଙ୍କେତ ହୋଇଥାଏ।

   Related Posts