ନିଜ ନଖରୁ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ
1/06/2019 at 11:35 AM

ଅଧିକାଂଶ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶରୀରର ଅଙ୍ଗକୁ ଆଧାର କରି ଯେକୈାଣସି ବ୍ୟକ୍ତିର ସ୍ବଭାବ,ଭୂତ ଏବଂ ଭବିଷ୍ୟତକୁ ଜାଣିବାର ଉପାୟ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ନଖ ସହ ଜଡ଼ିତ ଏପରି କେତେକ କଥା ଯାହା ଦ୍ବାରା ଆପଣ ଅନ୍ୟ ବିଷୟରେ କିଛି ବି ଜାଣିପାରିବେ।
ଯଦି କୈାଣସି ବ୍ୟକ୍ତିଙ୍କ ହାତର ସମସ୍ତ ନଖରେ ଅର୍ଦ୍ଧଚନ୍ଦ୍ରର ଚିହ୍ନ ରହିଥିବ ତେବେ ସେହି ବ୍ୟକ୍ତି ସମଗ୍ର ଦୁନିଆଠୁ ଭିନ୍ନ ହୋଇ ଚଳିଥାଆନ୍ତି। ସେହି ବ୍ୟକ୍ତି ବିନ୍ଦାସ ହେବା ସହ ତାଙ୍କ ଭାଗ୍ୟରେ ରାଜଯୋଗ ରହିଥାଏ।
ଯଦି କୈାଣସି ବ୍ୟକ୍ତିଙ୍କ ନଖରେ ଗୋଲାପି ରଙ୍ଗର ଚିହ୍ନ ଥାଏ ତେବେ ଏହି ବ୍ୟକ୍ତି ଦେଖିବାକୁ ସୁନ୍ଦର ହେବା ସହ ଧନୀ ହୋଇଥାଆନ୍ତି। ସେମାନେ ସମାଜରେ ପ୍ରତିଷ୍ଠା ଲାଭ କରିଥାଆନ୍ତି ଏବଂ ଯଦି କୈାଣସି କାରଣ ବଶତଃ ଏହି ବ୍ୟକ୍ତି ଉଚ୍ଚପଦରେ ପହଞ୍ଚି ନପାରିଲେ ତଥାପି ଘରେ,ଅଫିସରେ ତଥା ସମାଜର ବଡ଼ ବଡ଼ ଲୋକେ ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତି ଏବଂ ତାଙ୍କ କଥା ମାନନ୍ତି।
ଯଦି କୈାଣସି ବ୍ୟକ୍ତିଙ୍କ ନଖରେ ଧଳା କିମ୍ବା କଳା ଦାଗ ଦେଖାଯାଇଥାଏ ତେବେ ବୁଝି ନେବା ଉଚିତ୍ ଯେ ବ୍ୟକ୍ତି ଖୁବ୍ ଶୀଘ୍ର ରୋଗରେ ପଡ଼ିବେ।
ଯଦି କୈାଣସି ମହିଳାଙ୍କ ନଖରେ ଧଳା କିମ୍ବା କଳା ରଙ୍ଗର ଦାଗ ରହିଥିବ,ସେହି ମହିଳା ନିଜ ସ୍ବାମୀଙ୍କ ସହ ଝଗଡ଼ା କରିବା ସହ କଳିହୁଡ଼ି କିସମର ହୋଇଥାଆନ୍ତି।
ଯଦି କୈାଣସି ଝିଅର ନଖରେ ଲାଲ ରଙ୍ଗ ଥିବ ତେବେ ଏହି ଝିଅମାନେ ଦେଖିବାକୁ ସୁନ୍ଦର ହୋଇଥିବା ସହ ଶାରିରୀକ ରୂପେ ସୁସ୍ଥ,ଧନବତୀ ଏବଂ ଭାଗ୍ୟବତୀ ହୋଇଥାଆନ୍ତି। ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।