ଆପଣଙ୍କ ମୃତ୍ୟୁ ପାଖେଇ ଆସୁନାହିଁ ତ : ଜାଣନ୍ତୁ ଏହି ସଙ୍କେତ

Published By : Prameya-News7 Bureau | May 01, 2019 IST

ମୃତ୍ୟୁ ହିଁ ଏକ ନିରାଟ ସତ୍ୟ । ଆଉସବୁ ମିଥ୍ୟା । ମନୁଷ୍ୟ କ’ଣ ଭଗବାନ ମଧ୍ୟ ମୃତ୍ୟୁ କବଳରୁ ବର୍ତ୍ତିପାରିନଥିଲେ। ସେଥିପାଇଁ କୁହାଯାଏ ମର୍ତ୍ତ୍ୟମଣ୍ଡଳେ ଦେହ ବହି , ଦେବତା ହୋଇଲେ ମରଇ ।  କେତେବେଳେ ମୃତ୍ୟୁ ଆସିବ କାହାକୁ ଏବିଷୟରେ ଜଣା ନାହିଁ। କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି କିଛି ସୂଚନା ଦେବାକୁ ଯାଉଛୁ ଯାହା ଦ୍ବାରା ଆପଣ ଜାଣିପାରିବେ ଆପଣଙ୍କ ମୃତ୍ୟୁ କେବେ ହେବ। ଶାସ୍ତ୍ରରେ ଏପରି କେତେକ ସଙ୍କେତ ବିଷୟରେ କୁହାଯାଇଛି ଯେଉଁଥିରୁ ଜଣା ପଡ଼ିବ ମୃତ୍ୟୁ କେବେ ଆସିବ।

{"id":109489,"width":596,"height":335}

ତେବେ ଆସନ୍ତୁ ଜାଣିବା ଏହି ୪ଟି ସଙ୍କେତ ବିଷୟରେ। ମନୁଷ୍ୟ ଅନୁରୋଧ କରିବାରୁ ଯମରାଜା ଏହି ସଙ୍କେତଗୁଡ଼ିକ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୃତ୍ୟୁ ପୂର୍ବରୁ ଏହି ୪ଟି ସଙ୍କେତ ମିଳିବ ଯାହା ଦ୍ବାରା ସେମାନେ ତାଙ୍କ ମୃତ୍ୟୁ ବିଷୟରେ ଜାଣିପାରିବେ। ଏକ ପୈାରାଣିକ କଥା ଅନୁସାରେ ଯମରାଜା, ଅମୃତ ନାମକ ନିଜର ଜଣେ ଭକ୍ତଙ୍କୁ ଏ କଥା କହିଥିଲେ।

{"id":109490,"width":594,"height":333}

ଆପଣ ସମସ୍ତେ ଜାଣିଥିବେ ଯେ ବୟସ ବଢ଼ିଲେ ମଣିଷର କେଶ ଧଳା ହୋଇଥାଏ। ଏହା ମୃତ୍ୟୁର ପ୍ରଥମ ସଙ୍କେତ।

{"id":109492,"width":596,"height":405}

ବୟସ ବଢ଼ିଲେ ବ୍ୟକ୍ତିର ଦାନ୍ତ ଭାଙ୍ଗିବାକୁ ଲାଗିଥାଏ। ଦାନ୍ତ ଭାଙ୍ଗିବା ଅର୍ଥ ବ୍ୟକ୍ତିକୁ ମୁକ୍ତି ଆବଶ୍ୟକ ଅର୍ଥାତ୍ ବ୍ୟକ୍ତିକୁ ଏବେ ମୋହ ମାୟା ତ୍ୟାଗ କରିବାକୁ ପଡ଼ିଥାଏ।

{"id":109493,"width":594,"height":333}

ତୃତୀୟ ସଙ୍କେତ ହେଉଛି ଜ୍ଞାନେନ୍ଦ୍ରିୟ ଦୁର୍ବଳ ହୋଇଯିବା। ବ୍ୟକ୍ତିର ଦେଖିବା-ଶୁଣିବା ଶକ୍ତି କମିଗଲେ ଯମରାଜା କୁହନ୍ତି କାହା କଥା ନଶୁଣି ଆତ୍ମଚିନ୍ତନ ଏବଂ ଧ୍ୟାନ କର ଯାହା ଦ୍ବାରା ମୁକ୍ତି ସମୟରେ କୈାଣସି ସମସ୍ୟା ନହେଉ।

{"id":109494,"width":597,"height":350}

ଅଣ୍ଟା ନଇଁବାକୁ ଲାଗିଲେ ଶରୀର ନିଜ ବୋଝ ଉଠାଇବାକୁ ଅସମର୍ଥ ହୋଇଥାଏ ଏବଂ ବ୍ୟକ୍ତିଙ୍କୁ ଅନ୍ୟର ସହାୟତାର ଆବଶ୍ୟକତା ପଡ଼ିଥାଏ। ଯମରାଜା କୁହନ୍ତି ଯେ ଅନ୍ୟର ସହାୟତା ନେବା ପରିବର୍ତ୍ତେ ଈଶ୍ବରଙ୍କ ସହାୟତା ନିଅନ୍ତୁ।

{"id":109495,"width":595,"height":396}

କୁହାଯାଏ ଯେଉଁ ବ୍ୟକ୍ତି ଯମରାଜାଙ୍କର ଏହି ୪ଟି ସଙ୍କେତ ବୁଝିପାରନ୍ତି ନାହିଁ ସେହି ବ୍ୟକ୍ତି ମୃତ୍ୟୁ ପରେ ନର୍କକୁ ଯାଇ ଯମରାଜାଙ୍କଠୁ ଦଣ୍ଡ ପାଆନ୍ତି।  

{"id":109499,"width":594,"height":408}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.