ଆଜି ଦେବୀ ସ୍କନ୍ଦମାତାଙ୍କ ପୂଜା : ଜାଣନ୍ତୁ ପୂଜା ବିଧି ସମ୍ପର୍କରେ

Published By : Prameya-News7 Bureau | October 03, 2019 IST

ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନଟି ମାଆ ସ୍କନ୍ଦମାତାଙ୍କ ସ୍ବରୂପକୁ ସମର୍ପିତ କରାଯାଇଥାଏ। ଏହି ଦିନରେ ସମସ୍ତ ଭକ୍ତଗଣ ଆସ୍ଥାପୂର୍ବକ ସ୍କନ୍ଦମାତାଙ୍କ ସ୍ବରୂପକୁ ପୂଜା କରିଥାଆନ୍ତି ଏବଂ ତାଙ୍କୁ ଜୀବନର ସମସ୍ତ ମନସ୍କାମନା ପୂରଣ ହେବାର ଆଶୀର୍ବାଦ ଚାହିଁଥାଆନ୍ତି। ଏହି ପରି ମାଆ ସ୍କନ୍ଦମାତାଙ୍କ ପୂଜା କଲେ ତାଙ୍କ ଆଶୀର୍ବାଦ ପାଇ ପାରିବେ।

ପୂଜା ବିଧି : ସର୍ବପ୍ରଥମେ ଆସ୍ଥାନରେ ସ୍କନ୍ଦମାତାଙ୍କ ମୂର୍ତ୍ତି କିମ୍ବା ଫଟୋ ସ୍ଥାପିତ କରନ୍ତୁ। ଏହାପରେ ଗଙ୍ଗାଜଳ କିମ୍ବା ଗୋମୂତ୍ର ଦ୍ବାରା ଶୁଦ୍ଧିକରଣ କରନ୍ତୁ। ଆସ୍ଥାନରେ ଚାନ୍ଦି,ତମ୍ବା କିମ୍ବା ମାଟି ପାତ୍ରରେ ପାଣି ଭରି ଏହାକୁ କଳସରେ ରଖନ୍ତୁ। ଏହି ଆସ୍ଥାନରେ ଶ୍ରୀଗଣେଶ,ବରୁଣ,ନବଗ୍ରହ,ଷୋଡ଼ଶ ମାତୃକା,ସପ୍ତ ଘୃତ ମାତୃକାଙ୍କ ସ୍ଥାପନା ମଧ୍ୟ କରନ୍ତୁ।

ଏହା ପରେ ବ୍ରତ,ପୂଜାର ସଙ୍କଳ୍ପ ନିଅନ୍ତୁ ଏବଂ ବୈଦିକ ଏବଂ ସପ୍ତଶତୀ ମନ୍ତ୍ର ଦ୍ବାରା ସ୍କନ୍ଦମାତାଙ୍କ ସହିତ ସମସ୍ତ ଦେବତାଙ୍କ ଷୋଡ଼ଶ ଉପଚାର ପୂଜା କରନ୍ତୁ। ଏଥିରେ ଆବାହନ,ଆସନ,ପାଦ୍ୟ,ଅର୍ଘ୍ୟ,ଆଚମନ,ସ୍ନାନ,ବସ୍ତ୍ର,ସୌଭାଗ୍ୟ ସୂତ୍ର,ଚନ୍ଦନ,କୁମକୁମ,ହଳଦୀ,ସିନ୍ଦୂର,ଦୁବଘାସ,ବେଲପତ୍ର,ଆଭୂଷଣ,ପୁଷ୍ପ ହାର,ସୁଗନ୍ଧିତ ଦ୍ରବ୍ୟ,ଧୂପ-ଦୀପ,ନୈବେଦ୍ୟ,ଫଳ,ପାନ,ଦକ୍ଷିଣା,ଆରତୀ,ପ୍ରଦକ୍ଷିଣା,ମନ୍ତ୍ର ପୁଷ୍ପାଞ୍ଜଳୀ ଆଦି କରନ୍ତୁ। ଏହା ପରେ ପ୍ରସାଦ ବିତରଣ କରି ପୂଜା ସମ୍ପନ୍ନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.