ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ ଜପ କରନ୍ତୁ ଦେବୀ ସରସ୍ବତୀଙ୍କ ମନ୍ତ୍ର, ଜୀବନରେ ମିଳିବ ଅପାର ସଫଳତା

Published By : Prameya-News7 Bureau | January 29, 2020 IST

ବସନ୍ତ ପଞ୍ଚମୀ ଦିନ ଜ୍ଞାନର ଦେବୀ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀ ଜନ୍ମ ହୋଇଥିଲେ । ଦେବୀ ସରସ୍ବତୀ ତାଙ୍କ ବୀଣା ମାଧ୍ୟମରେ ପ୍ରାଣୀଜଗତକୁ ଜ୍ଞାନ ପ୍ରଦାନ କରିଥାନ୍ତି । ଏଥିପାଇଁ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କଠାରୁ ଜ୍ଞାନ ହାସଲ କରିବା ପାଇଁ ସମସ୍ତେ ଉତ୍ସୁକ ଥାଆନ୍ତି । ଯଦି ଆପଣ ଦେବୀ ସରସ୍ବତୀଙ୍କ ପୂଜାର୍ଚ୍ଚନା ସମୟରେ ରାଶି ଅନୁସାରେ ମନ୍ତ୍ର ଜପ କରିବେ ତେବେ ଦେବୀ ସରସ୍ବତୀ ପ୍ରସନ୍ନ ହେବେ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅପାର ସଫଳତା ମିଳିବ । ଏହାସହ ଆପଣଙ୍କ ଜ୍ଞାନ ମଧ୍ୟ ବୃଦ୍ଧି ପାଇବ ।

ରାଶି ଅନୁସାରେ ଜପ କରନ୍ତୁ ଦେବୀ ସରସ୍ବତୀଙ୍କ ମନ୍ତ୍ର :

ମେଷ :

{"id":217301,"width":577,"height":442,"sizeSlug":"large"}

ଏହି ରାଶିର ଜାତକ ବିଶିଷ୍ଟ ବ୍ୟକ୍ତି ‘ଓମ୍ ବାଗ୍‌ଦେବୀ ବାଗୀଶ୍ବରୀ ନମଃ’ ମନ୍ତ୍ର ଜପ କରନ୍ତୁ । ଏହା ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଉତ୍ତମ ରହିବ ।

ବୃଷ :

{"id":217302,"sizeSlug":"large"}

ବୃଷ ରାଶିର ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ପାଇଁ ‘ଓମ୍ କୌମୁଦୀ ଜ୍ଞାନଦାୟନୀ ନମଃ’ ସରସ୍ବତୀ ମନ୍ତ୍ର ଜପ କରନ୍ତୁ ।

ମିଥୁନ :

{"id":217303,"sizeSlug":"large"}

ଏହି ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ‘ଓମ୍ ମା’ ଭୁବନେଶ୍ବରୀ ସରସ୍ବତୈ ନମଃ’ ମନ୍ତ୍ର ଜପ କରିବା ଆବଶ୍ୟକ ।

କର୍କଟ :

{"id":217304,"width":579,"height":443,"sizeSlug":"large"}

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦେବୀ ସରସ୍ବତୀଙ୍କ ମନ୍ତ୍ର ‘ଓମ୍ ମା ଚନ୍ଦ୍ରିକା ଦୈବୈ ନମଃ’ ଜପ କରିବା ଉତ୍ତମ ରହିବ ।

ସିଂହ :

{"id":217305,"width":578,"height":443,"sizeSlug":"large"}

ସିଂହ ରାଶିର ଜାତକ ବିଶିଷ୍ଟ ବ୍ୟକ୍ତି ନିଜ କ୍ୟାରିୟରକୁ ଉଜ୍ବଳ କରିବା ପାଇଁ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କ ମନ୍ତ୍ର ‘ଓମ୍ ମା କମଳହାସ ବିରାସିନୀ ନମଃ’ ମନ୍ତ୍ର ଜପ କରନ୍ତୁ ।

କନ୍ୟା :

{"id":217306,"width":579,"height":443,"sizeSlug":"large"}

ଏହି ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ‘ଓମ୍ ମା ପ୍ରଣବନାଦ ବିକାସିନୀ ନମଃ’ ମନ୍ତ୍ର ଜପ କରନ୍ତୁ। ଫଳରେ ଦେବୀ ସରସ୍ବତୀଙ୍କ କୃପା ପ୍ରାପ୍ତ ହେବ ।

ତୁଳା :

{"id":217307,"width":578,"height":443,"sizeSlug":"large"}

ତୁଳା ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ‘ଓମ୍ ମା ହଂସସୁବାହିନୀ ନମଃ’ ମନ୍ତ୍ର ଜପ କରନ୍ତୁ ।

ବିଛା :

{"id":217308,"width":577,"height":442,"sizeSlug":"large"}

ଏହି ରାଶିର ବ୍ୟକ୍ତି ‘ଓମ୍ ଶାରଦୈ ଦୈବୈ ଚନ୍ଦ୍ରକାନ୍ତି ନମଃ’ ମନ୍ତ୍ର ଜପ କରିବା ଦ୍ବାରା ଦେବୀ ସରସ୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଧନୁ :

{"id":217309,"width":573,"height":439,"sizeSlug":"large"}

ଏହି ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ‘ଓମ୍ ଜଗତୀ ବୀଣାବାଦିନୀ ନମଃ’ ମନ୍ତ୍ର ଜପ କରନ୍ତୁ ।

ମକର :

{"id":217311,"width":573,"height":439,"sizeSlug":"large"}

ମକର ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ‘ଓମ୍ ବୁଦ୍ଧିଦାତ୍ରୀ ସୁଧାମୂର୍ତ୍ତି ନମଃ’ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ :

{"id":217312,"width":576,"height":441,"sizeSlug":"large"}

ଏହି ରାଶିର ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ‘ଓମ୍ ଜ୍ଞାନ ପ୍ରକାଶିନୀ ବ୍ରହ୍ମଚାରିଣୀ ନମଃ’ ଦେବୀ ସରସ୍ବତୀ ମନ୍ତ୍ର ପାଠ କରିବା ଉଚିତ୍ । ଏହାଦ୍ବାରା ଜ୍ଞାନ ବୃଦ୍ଧି ହେବ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

ମୀନ :

{"id":217313,"width":579,"height":443,"sizeSlug":"large"}

ଏହି ରାଶିର ବ୍ୟକ୍ତି ‘ଓମ୍ ବରଦାୟିନୀ ମା ଭାରତୀ ନମଃ’ ମନ୍ତ୍ର ଜପ କରନ୍ତୁ । ଦେବୀ ସରସ୍ବତୀଙ୍କ କୃପାରୁ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.