ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ କିଏ ? ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ ୫/୧୦: ଆଜି ହେଉଛି ଆନ୍ତର୍ଜାତୀୟ ଶିକ୍ଷକ ଦିବସ। ବିଶ୍ବ ସାରା ଲୋକେ ନିଜ ଶିକ୍ଷକଙ୍କୁ ମନେ ପକାଉଛନ୍ତି। ଏହି ଅବସରରେ ଆମେ ଆପଣଙ୍କୁ କହିବୁ ସେହି ମହିଳାଙ୍କ ବିଷୟରେ ଯାହାଙ୍କୁ ଭାରତର ପ୍ରଥମ ମହିଳା ଶିକ୍ଷକ ବୋଲି ଜଣାଯାଇଥାଏ। ସେ ଆଜି ବି ଏକ ଉଦାହରଣ ହୋଇ ଆମ ହୃଦୟରେ ଜାଗୃତ ଅଛନ୍ତି। ତାଙ୍କ ନାଁ ଶୁଣିବା ମାତ୍ରେ ଗର୍ବରେ ମଥା ଉପରକୁ ଉଠି ଯାଇଥାଏ। ତାଙ୍କ ନାଁ ହେଉଛି ସାବିତ୍ରୀ ବାଇ ଫୁଲେ।

{"id":166563}

ଶିକ୍ଷାରେ ଅତୁଳନୀୟ ଯୋଗଦାନ ପାଇଁ ଦେଶ ଏବଂ ସମାଜ ସାବିତ୍ରୀ ବାଈ ଫୁଲେଙ୍କ ଆଗରେ ସର୍ବଦା ଋଣୀ ରହିବ। ଯେବେ ସାବିତ୍ରୀ ଶିକ୍ଷାର ଜ୍ୟୋତି ଜଳାଇଥିଲେ,ସେହି ସମୟରେ ଝିଅଙ୍କୁ ଶିକ୍ଷାରୁ ବଞ୍ଚିତ ରଖାଯାଉଥିଲା। ଏହା ସତ୍ବେ ମଧ୍ୟ ସେ ନାରୀ ଶିକ୍ଷାର ନେତୃତ୍ବ ନେଇଥିଲେ ଏବଂ ଏହାକୁ ସଫଳ କରିଥିଲେ। ଫଳରେ ସମାଜରେ ଅନିଚ୍ଛୁକ ବର୍ଗର ମହିଳାମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ପାଇଁ ଆଗକୁ ଆସିବାକୁ ଲାଗିଲେ।

{"id":166564}

ଏହା ହେଉଛି ଉନବିଂଶ ଶତାବ୍ଦୀର କଥା,ଯେତେବେଳେ ମହିଳାମାନେ ଅଧିକାର,ଅଶିକ୍ଷା,ଛୁଆଁଅଛୁଆଁ ଭେଦଭାବ,ସତୀପ୍ରଥା,ବାଳ ବିବାହ ଭଳି କୁପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରି ପାରୁନଥିଲେ। କିନ୍ତୁ ସାବିତ୍ରୀ ବାଈ ଫୁଲେ ସେହି ସମୟରେ ସ୍ବର ଉ​‌ତ୍ତୋଳନ କରିଥିଲେ ଏବଂ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ।

{"id":166565,"width":581,"height":284}

ସାବିତ୍ରୀ ବାଈ ଫୁଲେ ୧୮୩୧ମସିହାରେ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ସ୍ଥିତ ନାୟଗାଁ ନାମକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିବାହ ୯ବର୍ଷ ବୟସରେ ଜ୍ୟୋତିବା ଫୁଲେଙ୍କ ସହ ହୋଇଥିଲା। ସେ ବିବାହ କରିବାବେଳେ ପାଠ ପଢ଼ିନଥିଲେ। ତାଙ୍କ ସ୍ବାମୀ ତୃତୀୟ ଶ୍ରେଣୀ ଯାଏଁ ପଢ଼ିଥିଲେ।

{"id":166566}

ସାବିତ୍ରୀବାଈଙ୍କ ଇଚ୍ଛା ଥିଲା ଉଚ୍ଚ ଶିକ୍ଷା ଗ୍ରହଣ କରିବା। କିନ୍ତୁ ସେହି ସମୟରେ ଦଳିତଙ୍କ ସହ ଅତ୍ୟଧିକ ଭେଦଭାବ କରାଯାଉଥଇଲା। ଐତିହାସିକମାନେ କୁହନ୍ତି ଯେ ଥରେ ସାବିତ୍ରୀ ଇଂରାଜୀ ବହିର ପୃଷ୍ଠା ଓଲଟାଉଥିବାବେଳେ ତାଙ୍କ ବାପା ଦେଖି ଦେଇଥିଲେ। ସେ ସାବିତ୍ରୀଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କଠୁ ବହି ଛଡ଼ାଇ ନେଇ ବାହାରେ ଫିଙ୍ଗି ଦେଇଥିଲେ। ସାବିତ୍ରୀ କିଛି ବୁଝିପାରିନଥିଲେ।

{"id":166570}

ସେ ତାଙ୍କ ବାପାଙ୍କୁ ଯେତେବେଳେ ଏହାର କାରଣ ପଚାରିଥିଲେ ସେତେବେଳେ ସେ କହିଥିଲେ ଯେ ପାଠ ପଢ଼ିବାର ଅଧିକାର କେବଳ ଉଚ୍ଚ ଜାତିର ପୁରୁଷଙ୍କୁ ରହିଛି। ସେହି ସମୟରେ ଦଳିତ ଜାତି ସହିତ ମହିଳାଙ୍କ ପାଇଁ ଶିକ୍ଷାଲାଭ କରିବା ପାପ ସମାନ ଥିଲା। ଏହି ଘଟଣା ପରେ ସାବିତ୍ରୀବାଈ ଶପଥ କରିଥିଲେ ଯେ କିଛି ବି ହୋଇଯାଉ ସେ ନିଶ୍ଚୟ ଶିକ୍ଷାଗ୍ରହଣ କରିବେ। ନିଜର ଏହି ଦୃଢ଼ପ୍ରତିଜ୍ଞାକୁ ସେ ଉଦ୍ୟମ ବଳରେ ପୂରା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.