Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଶ୍ମଶାନରେ ହିଁ କାହିଁକି କରାଯାଇଥାଏ ତନ୍ତ୍ରକ୍ରିୟା , ଜାଣନ୍ତୁ

23/09/2019 at 11:28 AM

ତନ୍ତ୍ର କ୍ରିୟାର ନାଁ ଶୁଣିବା କ୍ଷଣି ଆଖି ସାମନାରେ ହଠାତ୍ ଶ୍ବଶାନର ଚିତ୍ର ଆଙ୍କି ହୋଇ ଯାଇଥାଏ। ଜଳନ୍ତା ଚିତା ସାମନାରେ ବସିଥିବା ତାନ୍ତ୍ରିକ,ଅନ୍ଧାରିଆ ଏବଂ ନିସ୍ତବ୍ଧ ରାତି। ବାସ୍ତବରେ କାହିଁକି ଅଧିକାଂଶ ତନ୍ତ୍ର କ୍ରିୟା ଶ୍ମଶାନରେ କରାଯାଇଥାଏ। ଯଦି ଆପଣଙ୍କ ମନରେ ମଧ୍ୟ ଏହି ସବୁ ପ୍ରଶ୍ନ ରହିଛି ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଏହି ତନ୍ତ୍ର ସାଧନା ଶ୍ବଶାନରେ କରାଯାଇଥାଏ।

ବାସ୍ତବରେ ଶ୍ମଶାନ ହେଉଛି ଏକ ଏପରି ସ୍ଥାନ ଯେଉଁଠାରେ ସକରାତ୍ମକ ଏବଂ ନକରାତ୍ମକ ଭଳି ଉଭୟ ପ୍ରକାରର ଶକ୍ତି ରହିଥାଏ। ଏଠାରେ ଅତ୍ୟନ୍ତ କଷ୍ଟରେ ନକରାତ୍ମକକୁ ସକରାତ୍ମକ ଶକ୍ତିରେ ପରିବର୍ତ୍ତିତ କରାଯାଇଥାଏ। ତନ୍ତ୍ର କ୍ରିୟା ସବୁ ପ୍ରକାରର ଶ୍ମଶାନରେ ହୋଇ ପାରିନଥାଏ। ତନ୍ତ୍ର ସିଦ୍ଧି ପାଇଁ ବିଶେଷ ପ୍ରକାରର ଶ୍ମଶାନ ରହିବା ଜରୁରୀ ହୋଇଥାଏ। ଏପରି ଶ୍ବଶାନ ଯାହା କଡ଼ରେ କୌଣସି ନଦୀ ରହିଥିବ ଏବଂ କୌଣସି ସିଦ୍ଧ ମନ୍ଦିର ଏହା ନିକଟରେ ଥିବ।

ତାନ୍ତ୍ରିକମାନେ ଏପରି ଶ୍ମଶାନରେ ତନ୍ତ୍ର ସାଧନା କରିବାକୁ ପସନ୍ଦ କରିଥାଆନ୍ତି ଯେଉଁଠାରେ ପ୍ରତିଦିନ ୨-୪ଟି ଶବ ପୋଡ଼ା ଯାଇଥାଏ। ଶ୍ବଶାନ କଡ଼ରେ ନଦୀ ରହିବା ଅତ୍ୟନ୍ତ ଆବଶ୍ୟକ କାରଣ ପାଣି ସୃଜନର ପ୍ରତୀକ ଅଟେ। ପାଣି ପବିତ୍ର ହେବା ସହିତ ଏହାକୁ ବ୍ରହ୍ମ ବୋଲି କୁହାଯାଇଥାଏ। ଶ୍ମଶାନ କଡ଼ରେ ନଦୀ ରହିବା ଦ୍ବାରା ସେଠାରେ ସକରାତ୍ମକ ଶକ୍ତି ରହିଥାଏ ଯାହା ସୃଜନଶୀଳତା ବଢ଼ାଇଥାଏ। ଶ୍ମଶାନ ସଂହାରର ପ୍ରତୀକ। ଏଠାରେ ନକରାତ୍ମକ ଶକ୍ତି ପ୍ରଚୁର ରହିଥାଏ।

ଏହି ନକରାତ୍ମକ ଶକ୍ତିର ପ୍ରଭାବଠୁ ନିଜକୁ ବଞ୍ଚାଇବା ପାଇଁ ତାନ୍ତ୍ରିକ ଏପରି ଶ୍ମଶାନରେ ସାଧନା କରିବାକୁ ପସନ୍ଦ କରିଥାଆନ୍ତି। ପାଖରେ ମନ୍ଦିର ରହିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ କମ୍ ରହିଥାଏ ଏବଂ ଏହି ନକରାତ୍ମକ ଶକ୍ତିକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏହି ନକରାତ୍ମକ ଶକ୍ତିକୁ ଏହି ଦୁଇଟି କାରଣ ଯୋଗୁଁ ତାନ୍ତ୍ରିକ ସକରାତ୍ମକ ଶକ୍ତିରେ ପରିବର୍ତ୍ତିତ କରି ପାରିଥାଆନ୍ତି। ଏହି ସାଧନା ମାଧ୍ୟମରେ ଏହି ଚମତ୍କାର ସମ୍ଭବ ହୋଇପାରିଥାଏ। ଏଥିପାଇଁ ଏହି ସାଧନା ଶ୍ମଶାନରେ କରାଯାଇଥାଏ।

   Related Posts