୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦକୁ କେଉଁ ଅପରାଧ ପାଇଁ ପାକିସ୍ତାନ ସରକାର ଗିରଫ କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Published By : Prameya-News7 Bureau | July 17, 2019 IST

ଭୁବନେଶ୍ବର୧୭|୭: ପୁଣି ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ । ବର୍ଷ ବର୍ଷ ଧରି ଆତଙ୍କୀଙ୍କୁ ପାଳିପୋଷି ଆତଙ୍କ ରଚାଇଥିବା ପାକିସ୍ତାନ ପୁଣି ଥରେ କୁଖ୍ୟାତ ଆତଙ୍କୀ ହାଫିଜ୍‌ ସଇଦ୍‌କୁ ଗିରଫ କରିଛି। ଆଉ ଅନ୍ତର୍ଜାତୀୟ ସମୁଦାୟକୁ ସ୍ବଚ୍ଛ ଭାବମୂର୍ତ୍ତି ଦେଖାଇବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀଙ୍କ ଭୂସ୍ବର୍ଗ କୁହାଯାଉଥିବା ପାକିସ୍ତାନ ସରକାର

{"id":134706}

ଭାବମୂର୍ତ୍ତି ସୁଧାରିବାକୁଆତଙ୍କୀସ୍ତାନର ପ୍ରୟାସ। ଅନ୍ତର୍ଜାତୀୟ ସମୁଦାୟକୁ ବୋକା ବନାଇବାକୁ ପାକିସ୍ତାନର ଆଉ ଏକ ନାଟକ।ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତପୂର୍ବରୁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ୍‌କୁ ଗିରଫ କରିଛି କାଉଣ୍ଟର ଟେରୋରିଜିମ  ଡିପାର୍ଟମେଣ୍ଟ, ସିଟିଡି। ମଦ୍ରାସା ପାଇଁ ଜମି ଜବର ଦଖଲ ଅଭିଯୋଗରେ ହାଫିଜ୍‌ ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇଛି।

{"id":134707}

ତେବେ ହାଫିଜ୍‌ ସଇଦ୍‌ ଗିରଫ ହେବା ଘଟଣା ପ୍ରଥମ ନୁହେଁ । ଜମାତ୍‌-ଉଦ୍‌-ଦାୱା ଓ ଲଶ୍କର--ତୋଇବା ପରି ଆତଙ୍କୀ ସଂଗଠନର ମୁଖ୍ୟ ସୂତ୍ରଧର ହେଉଛି ହାଫିଜ୍‌ ।  ଯାହା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣରେ ୧୬୦ରୁ ଅଧିକ ନିରିହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଛାରଖାର ହୋଇଯାଇଥିଲା ମାୟାନଗରୀ ମୁମ୍ବାଇ । ଯାହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରମାଣ ପରେ ପ୍ରମାଣ ଦେଇଚାଲିଛି ଭାରତ ।

{"id":134708}

୨୦୦୮ରୁ ଲଗାତର ଅନ୍ତର୍ଜାତୀୟସମୁଦାୟ ତଥା ପାକ୍‌କୁ ଯଥେଷ୍ଟ ପ୍ରମାଣ ଦେଇଥିଲେ ମଧ୍ୟ ହାଫିଜ୍‌ ବିରୋଧରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି ପାକ୍‌ କର୍ତ୍ତୃପକ୍ଷ । ଏପରିକି ହାଫିଜ୍‌ ବିରୋଧରେ ପ୍ରମାଣ ସଂଗ୍ରହ ପାଇଁ ୧୦ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି ଆମେରିକା। ଏବେ ହଠାତ ହାଫିଜର ଗିରଫକୁ ଆଇ ୱାସ ବୋଲି କହିଛନ୍ତି ରକ୍ଷା ବିଶେଷଜ୍ଞ।

{"id":134709}

ହାଫିଜ୍‌ର ପୃଷ୍ଠ ପୋଷକତାରେ ଚାଲିଛି ଅନେକ ଆତଙ୍କୀ ସଂଗଠନ । ୩ ଶହରୁ ଅଧିକ ମଦ୍ରାସା ସହ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ହାଫିଜ୍‌ । ଏପରିକି ଉରି, ପୁଲୱାମା ଆକ୍ରମଣ ପଛରେ ହାଫିଜ୍‌ର ହାତଥିବା କୁହାଯାଉଛି ।  ତେବେ ହାଫିଜ୍‌କୁ ପାକ୍‌ ସରକାର ଗିରଫ କରିବାର କାରଣ କଣ ? କାରଣ-୧ ଚଳିତ ମାସରେ ଆମେରିକା ଗସ୍ତରେ ଯିବେ ଇମ୍ରାନ ଖାନ୍‌ । ତେଣୁ ଟ୍ରମ୍ପଙ୍କ ତାଗିଦ ଆଗରୁ ଏମିତି କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛି ପାକ୍‌ । କାରଣ-୨ ଏବେ ଦେବାଳିଆ ସ୍ଥିତିରେ ପାକିସ୍ତାନ ସରକାର । ହାଫିଜ୍‌ ମାଧ୍ୟମରେ ଟଙ୍କା ସଂଗ୍ରହ ପାଇଁ ପ୍ରୟାସ ହୋଇଥାଇପାରେ । କାରଣ-୩ FATFଚାପରୁ ବର୍ତ୍ତିବା ପାଇଁ ଏମିତି ନିଷ୍ପତି ନେଇ ଥାଇପାରନ୍ତି ଇମ୍ରାନ ଖାନ୍‌ ।

{"id":134710}

ଅତୀତରେ ଅନେକ ଥର ବିଶ୍ବ ସମୁଦାୟ ଆଗରେ ଲୋକହସା ହୋଇଛନ୍ତି ପାକିସ୍ତାନ ସରକାର । କିନ୍ତୁ କେବେ ମଧ୍ୟ ଦୋମୁହାଁ ନୀତି ଛାଡ଼ି ନାହିଁ । କାରଣ ସେନାଇସାରାରେ ନାଚନ୍ତି ସେଠାକାର ସରକାର । ଆଉ ଯେଉଁଠି ସେନା ଆତଙ୍କୀଙ୍କ ସାହାରା ନେଉଛି ସେଠି ସରକାର ବା କେମିତି ଆତଙ୍କୀଙ୍କ ବିରୋଧରେ ଲଗାମ କଷିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.