ମିଶର ଦେଶର ମହିଳାମାନେ ଏହି କାମ ପାଇଁ ବ୍ୟବହାର କରୁଥିଲେ ପିଆଜ, ଜାଣନ୍ତୁ କ'ଣ

Published By : Prameya-News7 Bureau | May 09, 2019 IST

ଇଜିପ୍ଟ ୯।୫: ଏପରି ଅନେକ କମ୍ ଲୋକ ଅଛନ୍ତି ଯେଉଁମାନେ ଖାଇବାବେଳେ ପିଆଜ ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କେତେକ ଲୋକ ଏହାର ଗନ୍ଧ ପାଇଁ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଆଗ କାଳରେ ମିଶର ଦେଶର ମହିଳାମାନେ ଆଉ ଏକ କାରଣ ପାଇଁ ପିଆଜ ବ୍ୟବହାର କରୁଥିଲେ।

ଯଦି ଇତିହାସ କଥା କହିବା ତେବେ ଖନନ ଫଳରେ ପିଆଜର ଅବଶେଷ ମିଳିଛି। ଏହି ଅବଶେଷ ମିଳିବା ପରେ ଏହି କଥା ଜଣାପଡ଼ିଥିଲା ଯେ ଆଗ କାଳରେ ମହିଳାମାନେ ପିଆଜର ବ୍ୟବହାର ଖାଇବା ପାଇଁ ନୁହେଁ ବରଂ ଏପରି ଏକ କାମ ପାଇଁ କରୁଥିଲେ ଯାହା ଶୁଣି ଆଜିର ମହିଳାମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଆଗ କାଳରେ ମିଶରର ମହିଳମାନେ ପିଆଜର ବ୍ୟବହାର ପୂଜା କରିବା ପାଇଁ କରୁଥିଲେ। ଏହା ଛଡ଼ା ଅନ୍ତିମ ସଂସ୍କାର କରିବା ପାଇଁ ପିଆଜ ବ୍ୟବହାର କରାଯାଉଥିଲା।

ଆଗ କାଳରେ ଯେଉଁ ମହିଳାମାନେ ମାଆ ହୋଇପାରୁ ନଥିଲେ ତାଙ୍କର ଚିକିତ୍ସା ଡାକ୍ତରମାନେ ପିଆଜ ସାହାଯ୍ୟରେ କରୁଥିଲେ। ପିଆଜ ଉପଯୋଗରେ ଏଠାକାର ମହିଳାମାନେ ଖୁବ୍ ଶୀଘ୍ର ମାଆ ହେବାର ଆନନ୍ଦ ଲାଭ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.