ଆସନ୍ତା ୧୮ ତାରିଖରେ ରାଜ୍ୟସଭା ବିଜ୍ଞପ୍ତି, ପ୍ରସନ୍ନ ଓ ରମେଶଙ୍କ ସହ ଆଉ କେଉଁମାନଙ୍କ ନାଁ ଚର୍ଚ୍ଚାରେ ଜାଣନ୍ତୁ

Published By : Prameya-News7 Bureau | June 16, 2019 IST

ଭୁବନେଶ୍ବର ୧୬|୬: ଖାଲି ହେଲା ତିନୋଟି ରାଜ୍ୟସଭା ଆସନ । କିଏ ଯିବ ରାଜ୍ୟ ସଭା ।  ନିର୍ବାଚନ ସମୟରେ ଏକାଧିକ ନେତା ରାଜ୍ୟସଭା ଟିକେଟ ପାଇଁ ପ୍ରତିଶ୍ରୁତି ପାଇଥିବା ଦାବି କରୁଛନ୍ତି । ତେଣୁ ପ୍ରତିଶ୍ରୁତି ପାଇଥିବା ନେତା ବିଜେଡି ଟିକେଟ ପାଇବେ ନା ଦଳ କିଛି ନୂଆ ରଣନୀତି ଆପଣାଇବ ତାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

{"id":123666}

ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ରାଜ୍ୟସଭା ଟିକେଟ ପୁଲ କନଫିଡେଣ୍ଟ ଥିବା ବେଳେ ସାଧରଣ ନିର୍ବାଚନ ରେ ହାରିଥିବା​‌ ନେତା ରାଜ୍ୟସଭାକୁ ଯିବାକୁ ଜୋର ଦାର ଲବି ଆରମ୍ଭ କରିସାରିଛନ୍ତି। ସେପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେବେନି ବୋଲି ଘୋଷଣା କରିଛନ୍ତି।   

{"id":123668}

ଜୁଲାଇ ୫ ତାରିଖରେ ହେବ ନିର୍ବାଚନ । ଏଥର ନବୀନ ପ୍ରତିଶ୍ରୁତି ରଖିବେ ନା ପୁଣି ଚକମା ଦେବେ ତା ଉପରେ ସିଭିଙ୍କ ନଜର। ରାଜ୍ୟସଭା ରେସରେ ଏବେ ଅଛନ୍ତି ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, ଅମର ପଟ୍ଟନାୟକ, ଆକାଶ ଦାସ ନାୟକ, ଅନଙ୍ଗ ଉଦୟ ସିଂଦେଓ, ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।  ଏପଟେ ପ୍ରତିଶ୍ରୁତି ପାଇଥିବା ର​‌ମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟ ଏବଂ ପ୍ରସନ୍ନ ପାଟ୍ଟଶାଣୀ  ଫୁଲ୍ କନଫିଡେଣ୍ଟ ଅଛନ୍ତି । ଏହି ତିନି ଜଣଙ୍କ ଭିତରେ ତାଙ୍କ ପାଳି ପଡିବ ।

{"id":123671}

ସଂଖ୍ୟା ଖେଳରେ ପଛରେ ପଡିଥିବା ବିଜେପି ଓ କଂଗ୍ରେସ ରାଜ୍ୟସଭା  ନିର୍ବାଚନ ମଇଦାନରେ ନାହାନ୍ତି ।   ଏହି ଦୁଇ ଦଳ ପକ୍ଷରୁ କୌଣସି  ପ୍ରାର୍ଥୀ ଦେବାର ନାହିଁ । କାରଣ ସେମାନଙ୍କ ସଂଖ୍ୟା ନାହିଁ । ଏପରିକି  ବିଜେପି ପ୍ରାର୍ଥକୁ କଂଗ୍ରେସ ବି ସମର୍ଥନ କରିବ ନାହିଁ।  ତେଣୁ ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେମାନେ  ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦ ଯିବେ।

{"id":123669}

ପ୍ରତାପ ଦେବ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟ ପଟ୍ଟନାୟକ ଆସନ ଖାଲି ହୋଇଛି । ଏନେଇ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ତାରିଖରେ ନାମଙ୍କନ ଦାଖଲର ଶେଷ ତାରିଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.