ଜାଣନ୍ତୁ ଏହି ସପ୍ତାହରେ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ହେବ ସୁଖ-ସମୃଦ୍ଧି ଏବଂ ଧନର ବର୍ଷା

Published By : Prameya-News7 Bureau | May 11, 2020 IST

ଆଜି ମେ ୧୧ତାରିଖ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଉଦୟା ତିଥିର ଚତୁର୍ଥୀ। ଯାହା ସକାଳ ୬:୩୬ଯାଏଁ ରହିବ ତା’ପରେ ପଞ୍ଚମୀ ତିଥି ଆରମ୍ଭ ହେବ। ଭୋର ସମୟ ୬:୨୨ରେ ସୂର୍ଯ୍ୟ କୃତ୍ତିକା ନକ୍ଷତ୍ରରେ ପ୍ରବେଶ କରି ସାରିଛନ୍ତି,ଏବେ ମେ ୨୪ଯାଏଁ ସେ ଏଠାରେ ବାସ କରିବେ।

ଏହା ସହିତ ପୂର୍ବାଷାଢ଼ା ନକ୍ଷତ୍ର ରହିବ। ଏହି ନକ୍ଷତ୍ରର ସ୍ବାମୀ ବରୁଣ ଦେବତା ଏବଂ ଶୁକ୍ର। ଯିଏ ଜଳର ଦେବତା। ଏହି ନକ୍ଷତ୍ର ଜଳକୁ ବ୍ୟର୍ଥ ବୋହିବାକୁ ନଦେବାକୁ ଏବଂ ଏହାକୁ ସଞ୍ଚୟ କରିବାକୁ ସନ୍ଦେଶ ଦେଇଥାଏ। ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଜାତକର ବ୍ୟକ୍ତିଙ୍କୁ ଆଜିର ଦିନରେ ବରୁଣ ଦେବତା ଏବଂ ମା ଦୁର୍ଗାଙ୍କ ପୂଜା କରିବା ଉଚିତ୍। ଏହା ବ୍ୟତୀତ କୀଳକ କବଚ ଏବଂ ଅର୍ଗଳା ସ୍ତୋତ୍ର ପାଠ କରିବା ଦ୍ବାରା ଶରୀର,ଧନ,ମନ ସୁଖ ପ୍ରାପ୍ତ ହୋଇଥାଏ।

ଏହା ବ୍ୟତୀତ ସାରା ଦିନ ସାଧ୍ୟ ଯୋଗ ମଧ୍ୟ ରହିବ। ଏହା ସମସ୍ତ ପ୍ରକାର କାମର ସମାଧାନ କରିଥାଏ।

ବର୍ତ୍ତମାନ ଧନୁ,ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ଶନିର ସାଢ଼େସାତୀ ଚାଲିଛି। ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ଭଲ ଯୋଗ ରହିଛି। ଶନିଙ୍କ ଅଶୁଭ ପ୍ରଭାବକୁ ଶୁଭରେ ପରିବର୍ତ୍ତନ କରିବା ପାଇଁ ନିଜ କର୍ମକୁ ସୁଧାରନ୍ତୁ। ଭଲ କର୍ମ କରନ୍ତୁ। କାହାକୁ ଦୁଃଖ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ପ୍ରତିଦିନ ଶନି ମନ୍ତ୍ର ଜପ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.