ଜାଣନ୍ତୁ ଘରର କେଉଁ ଦିଗରେ କରିବେ ଗେଷ୍ଟ୍ ରୁମ୍,କିଚେନ୍ ଏବଂ ପୂଜାସ୍ଥଳ

Published By : Prameya-News7 Bureau | August 22, 2020 IST

ବାସ୍ତୁ ଅନୁସାରେ ଦିଗ ବ୍ୟକ୍ତିଙ୍କ ଜୀବନରେ ପ୍ରଭାବ ପକାଇବା ସହ ଭବିଷ୍ୟତରେ ଦିଗକୁ ପରିବର୍ତ୍ତନ କରିବାରେ ସହାୟତା କରିଥାଏ। ଯେଉଁଭଳି ଉପଯୁକ୍ତ ଦିଗରେ କରାଯାଇଥିବା କାମ ସଫଳତା ଏବଂ ପ୍ରତିଷ୍ଠା ଆଡ଼କୁ ନେଇ ଯାଇଥାଏ ସେହିଭଳି ବାସ୍ତୁ ଅନୁସାରେ ଠିକ୍ ଦିଗରେ ହୋଇଥିବା ଘର ସୁଖ-ସମୃଦ୍ଧି ପ୍ରଦାନ କରିଥାଏ।

ଅନେକ ଥର ଏପରି ହୋଇଥାଏ ଯେ ଘରର ନିର୍ମାଣ କରିବା ସମୟରେ ମୁଖ୍ୟ ଦ୍ବାର ବ୍ୟତୀତ ଅନ୍ୟ ରୁମ୍ ଏବଂ ରୋଷେଇ ଘର ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଆଯାଇନଥାଏ। ଏପରି କ୍ଷେତ୍ରରେ ବାସ୍ତୁର ବିପରୀତ ଅର୍ଥାତ୍ ଭୁଲ୍ ଦିଗ କିମ୍ବା ସ୍ଥାନ ଉପରେ ହୋଇଥିବା ଜିନିଷ ସମସ୍ୟାର କାରଣ ହୋଇଥାଏ।

 ବାସ୍ତୁ ଅନୁସାରେ ଉତ୍ତରମୁଖୀ ଘରକୁ ଭଲ ବୋଲି କୁହାଯାଇଥାଏ। ଘରର ଉତ୍ତର ଦିଗର ବାସ୍ତୁ ଦୋଷ ମୁକ୍ତ ହେବା ଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ :

- ଘରର ଉତ୍ତର ଦିଗରେ ଗେଷ୍ଟ୍ ରୁମ୍ କରିବା ଶୁଭ ହୋଇଥାଏ।

- ଘରର ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘର ହେବା ଉଚିତ୍।

-  ଘରର ଈଶାନ କୋଣରେ ପୂଜାସ୍ଥଳ କରନ୍ତୁ।

-  ଘରର ଉତ୍ତର ଦିଗରେ ଟୟେଲେଟ୍,ବାଥରୁମ୍ ବନାନ୍ତୁ ନାହିଁ।

- ଘରେ ସୁଖ ଶାନ୍ତି ପାଇଁ ଉତ୍ତର ଦିଗରେ ରୋଷେଇ ଘର କରନ୍ତୁ ନାହିଁ।

-  ଘରର ସଦସ୍ୟଙ୍କ ପ୍ରେମ ବଜାୟ ରଖିବା ପାଇଁ ଉତ୍ତର ଦିଗରେ କୌଣସି ଭଙ୍ଗା କାନ୍ଥ କିମ୍ବା କାନ୍ଥରେ ଫାଟ ନ ହେବା ଉଚିତ୍।

-  ଭୂମିଗତ ଓ୍ବାଟର ଟ୍ୟାଙ୍କ ଉତ୍ତର-ପୂର୍ବରେ ନିର୍ମାଣ କରନ୍ତୁ,ଏହା ଦ୍ବାରା ଘରର ସଦସ୍ୟଙ୍କ ଧନ ସଞ୍ଚୟ କରିବାରେ ସହାୟତା ମିଳିଥାଏ।

- ଉତ୍ତର ଦିଗ ଆଡ଼କୁ ଖୋଲା ଛାତ ରଖିବା ଦ୍ବାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

-  ଯଦି ଆପଣଙ୍କ ଘରେ କାମବାଲି ଅଛନ୍ତି ତେବେ ତାଙ୍କ ରୁମ୍ ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.