Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁମ୍ବାଇର ‘ତାଜ’ ହୋଟେଲରେ କାମ କରୁଥିବା ଓ୍ବେଟରଙ୍କ ଦରମା କେତେ ଜାଣିଛନ୍ତି କି : ଜାଣିଲେ ପାଦ ତଳୁ ମାଟି ଖସିଯିବ ଆପଣଙ୍କର

24/07/2019 at 2:51 PM

ମୁମ୍ବାଇ ୨୪/୭: କୁହାଯାଏ ଦୁନିଆରେ କୈାଣସି କାମ ଛୋଟ କିମ୍ବା ବଡ଼ ହୋଇନଥାଏ।  ଯଦି ଆପଣ ଯେକୈାଣସି କ୍ଷେତ୍ରରେ ରହି ସଫଳତା ହାସିଲ କରି ଉର୍ଦ୍ଧ୍ବକୁ ଯିବାର ଉଦ୍ୟମ କରୁଛନ୍ତି ତେବେ ଆପଣ ଜଣେ ସଫଳ ଏବଂ ଧନୀ ବ୍ୟକ୍ତି ଭାବେ ପରିଚିତ ହେବେ। ଟଙ୍କା ଏକ ଏପରି ଜିନିଷ ଯାହା ସବୁ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ। ବାସ୍ ଆପଣଙ୍କୁ ରୋଜଗାର କରି ଆସୁଥିବା ଦରକାର। ଯଦି ଆପଣ କୈାଣସି ହୋଟେଲ​‌ରେ ଓ୍ବେଟର କାମ କରୁଛନ୍ତି ଏବଂ ପରିବାର ଏବଂ ସମାଜର ଅନେ ଲୋକ ଆପଣଙ୍କ ଉପରେ ହସିବେ ଏବଂ ଆପଣଙ୍କ ପରିହାସ କରିବେ। କିନ୍ତୁ ଆପଣ ଏହି କ୍ଷେତ୍ରରେ ପରିହାସ କରୁଥିବା ଲୋକଙ୍କଠୁ ମଧ୍ୟ ଅଧିକ ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କ ଭିତରେ ଟାଲେଣ୍ଟ ଏବଂ ଆଉ କିଛି ଅନ୍ୟ ଗୁଣ ରହିବା ଦରକାର। ଓ୍ବେଟର କଥା କହିବା ଯଦି ମୁମ୍ବାଇର ତାଜ ହୋଟେଲରେ କାମ କରୁଥିବା ଏହି ଓ୍ବେଟରଙ୍କ ମାସିକ ଆୟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମୁମ୍ବାଇ ଏକ ଏପରି ସହର ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନିଜ ଆଖିରେ ସ୍ବପ୍ନ ନେଇ ଆସିଥାଆନ୍ତି। ଏଥିପାଇଁ ଏହାକୁ ମାୟା ନଗରୀ କୁହାଯାଇଥାଏ। ଏଠାରେ ଗରିବଠୁ ଆରମ୍ଭ କରି ଧନୀ ସବୁ ପ୍ରକାର ଲୋକ ରହିଥାଆନ୍ତି।

ଆପଣଙ୍କୁ ଏପରି ଅନେକ ଉଦାହରଣ ମିଳିଯିବ ଯେପରିକି ମୁମ୍ବାଇରେ ଆସୁଥିବା ଛୋଟ ମୋଟ କିମ୍ବା ମିଡିଲ କ୍ଲାସ୍ ଲୋକ ନିଜର ପ୍ରତିଭା ଏବଂ ପରିଶ୍ରମ ବଳରେ ଧନୀ ହୋଇଯାଇଛନ୍ତି। ବିଦେଶରୁ ବି ଯଦି କେହି ଭାରତକୁ ବୁଲିବାକୁ ଆସିଥାଆନ୍ତି ତେବେ ଅଧିକାଂଶ ସମୟ ମୁମ୍ବାଇ ଆସିବାକୁ ପସନ୍ଦ କରିଥାଆନ୍ତି। ମୁମ୍ବାଇର ଗୋଟିଏ ପାର୍ଶ୍ବରେ ଝୁମ୍ପୁଡ଼ି ବସ୍ତି ରହିଛି ଯେଉଁଠାରେ ଗରିବ ଲୋକେ ଦାରିଦ୍ର୍ୟରେ ପଡ଼ିଛନ୍ତି ଏବଂ ଅନ୍ୟ ପାର୍ଶ୍ବରେ ଚାକଚକ୍ୟ ଭରା ସ୍ଥାନ ରହିଛି ଯେଉଁଠାରେ କେବଳ ସହରର ଧନୀ ଲୋକେ ଯାଇଥାଆନ୍ତି। ମୁମ୍ବାଇରେ ଧନୀଙ୍କ ଏପରି ଏକ ପ୍ରିୟ ସ୍ଥାନ ରହିଛି ‘ତାଜ ହୋଟେଲ’।

ତାଜ ହୋଟେଲ ମୁମ୍ବାଇର ସବୁଠୁ ପ୍ରସିଦ୍ଧ ହୋଟେଲ୍। ଏହାର ନାଁ କେବଳ ମୁମ୍ବାଇରେ ନୁହେଁ ବରଂ ଦେଶ ବିଦେଶରେ ମଧ୍ୟ ପ୍ରସିଦ୍ଧ। ଅନେକ ବଡ଼ ବଡ଼ ଲୋକେ ଏଠାକୁ ଆସି ରହନ୍ତି,ଖାଆନ୍ତି ଏବଂ ଉପଭୋଗ କରନ୍ତି। ଏହାକୁ ଆପଣ ଧନୀ ଲୋକଙ୍କ ହୋଟେଲ୍ ମଧ୍ୟ କହିପାରିବେ।

ଏଠାରେ ମିଳୁଥିବା ସମସ୍ତ ଜିନିଷର ମୂଲ୍ୟ ସାମାନ୍ୟ ହୋଟେଲଠାରୁ ବହୁ ଗୁଣ ଅଧିକ। ଯେତେବେଳେ ଏଠାକୁ ଆସୁଥିବା ଲୋକେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଆନ୍ତି ତାହେଲେ ସମ୍ଭବତଃ ଏଠାରେ କାମ କରୁଥିବା ଲୋକେ ମଧ୍ୟ ଭଲ ଦରମା ପାଉଥିବେ। ତାଜ ହୋଟେଲରେ କାମ କରୁଥିବା ଓ୍ବେଟରଙ୍କ ମଧ୍ୟରେ ଅନେକ ଗୁଣ ଦେଖାଯାଇଥାଏ।

ଯେପରିକି ତାଙ୍କ ଏଜୁକେସନ,କମ୍ୟୁନିକେସନ ସ୍କିଲ୍ସ,ଇଂରାଜୀ ଏବଂ ନେଚର ଆଦି। ଏଥିପାଇଁ ଅନେକ ପ୍ରକାରର ଇଣ୍ଟରଭ୍ୟୁ ମଧ୍ୟ ରହିଥାଏ ଯାହା ପରେ ଯାଇ ତାଙ୍କୁ ଏହି ବିଳାସମୟ ହୋଟେଲରେ ଓ୍ବେଟରର ଚାକିରୀ କରିବାକୁ ସୁଯୋଗ ମିଳିଥାଏ। ଏହି ହୋଟେଲରେ କାମ କରିବାର ସ୍ବପ୍ନ ପ୍ରାୟ ଲୋକେ ଦେଖିଥାଆନ୍ତି। ଏହାର ମୁଖ୍ୟ କାରଣ ହେଉଛି ହୋଟେଲରେ ମିଳୁଥିବା ମୋଟା ଦରମା।

‘ତାଜ’ ହୋଟେଲରେ କାମ କରୁଥିବା ଓ୍ବେଟରଙ୍କ ଦରମା ୧ଲକ୍ଷ ୩୦ହଜାର ଟଙ୍କାଠୁ ଆରମ୍ଭ କରି ୧ଲକ୍ଷ ୫୦ହଜାର ଟଙ୍କା ଯାଏଁ ହୋଇଥାଏ। ଯେତେ ଟଙ୍କା ଏଠାରେ ଜଣେ ଓ୍ବେଟରଙ୍କୁ ମିଳିଥାଏ ସେତେ ଟଙ୍କା ଅନେକ ଲୋକ ବଡ଼ ବଡ଼ ଡିଗ୍ରୀ କରିବା ପରେ ମଧ୍ୟ ପାଇ ନଥାଆନ୍ତି।




   Related Posts