ଜାଣନ୍ତୁ କେତେ ଧନୀ ମଦ ବ୍ୟବସାୟୀ ବିଜୟ ମାଲ୍ୟା : କ'ଣ କରନ୍ତି ତାଙ୍କର ୩ ପତ୍ନୀ

Published By : Prameya-News7 Bureau | June 24, 2019 IST

ନୂଆଦିଲ୍ଲୀ ୨୪/୬ : ବିଜୟ ମାଲ୍ୟା ବିଜେପି ତରଫରୁ ଦୁଇଥର ରାଜ୍ୟସଭା ସାଂସଦ ଥିଲେ । ତାଙ୍କ ପିତା ବିଟ୍ଠଲ ମାଲ୍ୟା କର୍ଣ୍ଣାଟକର ଜଣେ ବଡ ଉଦ୍ୟୋଗପତି ଥିଲେ । ସେ ଅନେକ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପ୍ରତ୍ୟେକ ବ୍ୟବସାୟରେ ତାଙ୍କୁ ସଫଳତା ମିଳିଥିଲା । ସେ ମଦ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ । ମଦ ବ୍ୟବସାୟ ଜୋରସୋରରେ ଚାଲିଥିଲା । ସେ ଏଥିରେ ଖ୍ୟାତି ଅର୍ଜନ କରିଥିଲେ । ପିତାଙ୍କ ପରେ ବିଜୟ ମାଲ୍ୟା ଏହି ବ୍ୟବସାୟ ନିଜ ହାତକୁ ନେଇଥିଲେ । ମଦ ବ୍ୟବସାୟକୁ ବିଜୟ ମାଲ୍ୟା ଆହୁରି ଦ୍ରୁତ ଗତିରେ ଆଗକୁ ବଢାଇଥିଲେ । ବିଜୟ ମାଲ୍ୟାଙ୍କ ମା ଲଳିତା ରାମେୟା ମଧ୍ୟ ବହୁତ ଧନୀ ମହିଳା । ତାଙ୍କ ପାଖରେ ଭାରତ ଓ ଲଣ୍ଡନରେ ଅନେକ ପ୍ରପର୍ଟି ଅଛି ।

{"id":126445}

ବିଜୟ ମାଲ୍ୟାଙ୍କ ପ୍ରଥମ ପତ୍ନୀ ସମୀରା ତେୟ୍ୟବଜି ଏୟାର ଇଣ୍ଡିଆରେ ଏୟାର ହଷ୍ଟେସ ଥିଲେ । ବିଜୟ ଥରେ ଏୟାର ଇଣ୍ଡିଆ ବିମାନରେ ଆମେରିକା ଯାଉଥିବାବେଳେ ସମୀରାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ୧୯୮୬ ମସିହାରେ ଉଭୟ ବିବାହ କରିଥିଲେ । କିନ୍ତୁ ବିବାହର ବର୍ଷେ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ପତ୍ନୀଙ୍କ ଠାରୁ ବିଜୟଙ୍କ ଗୋଟିଏ ପୁଅ ଅଛି । ସେ ଏବେ ବିଜୟଙ୍କ ବ୍ୟବସାୟ ବୁଝୁଛନ୍ତି ।

{"id":126446}

ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥଙ୍କ ବ୍ରିଟେନ ଏବଂ ବ୍ରିଟେନ ବାହାରେ ଅନେକ କମ୍ପାନୀ ଅଛି । ସିଦ୍ଧାର୍ଥ ମଧ୍ୟ ଲଣ୍ଡନରେ ରୁହନ୍ତି । ସିଦ୍ଧାର୍ଥ ଭାରତରେ ଥିବାବେଳେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଥିଲା ।

{"id":126450,"width":577,"height":439}

ସମୀରାଙ୍କ ସହ ବିବାହ ବିଚ୍ଛେଦ ପରେ ବିଜୟ ନିଜ ସ୍କୁଲ ସାଙ୍ଗ ରେଖାଙ୍କୁ ବିବାହ କରିଥିଲେ । ବିଜୟାଲ ମାଲ୍ୟାଙ୍କବିବାହ କରିବା ପୂର୍ବରୁ ରେଖା ଦୁଇଥର ବିବାହ କରିସାରିଥିଲେ । ପ୍ରଥମ ଦ୍ୱିତୀୟ ସ୍ୱାମୀ ଠାରୁ ରେଖାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିଲେ । ଦୁର୍ଘଟଣାରେ ଗୋଟିଏ ଝିଅର ମୃତ୍ୟୁ ହୋଇଯାଇଥିଲା । ବିଜୟଙ୍କୁ ବିବାହ ପରେ ତାଙ୍କର ଦୁଇଟି ଝିଅ ହୋଇଥିଲା ।

{"id":126447,"width":583,"height":375}

ବିଜୟ ମାଲ୍ୟାଙ୍କ ପୁରା ପରିବାର ଏବେ ଲଣ୍ଡନରେ ରହୁଛନ୍ତି । ତାଙ୍କ ଝିଅମାନଙ୍କ ମଧ୍ୟ ବ୍ୟବସାୟ ରହିଛି । ମାଲ୍ୟା କୋର୍ଟରେ କହିଥିଲେ ଯେ, ତାଙ୍କ ଝିଅମାନେ ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି । ରେଖା ଓ ବିଜୟ ମାଲ୍ୟାଙ୍କର ମଧ୍ୟ ବିବାହ ବିଚ୍ଛେଦ ହୋଇସାରିଛି ।

{"id":126448}

ଏହାପରେ ବିଜୟ ତୃତୀୟ ବିବାହ କରିଥିଲେ । ଏବେ ସେ ନିଜର ତୃତୀୟ ପତ୍ନୀ ପିଙ୍କି ଲାଲବାନିଙ୍କ ସହ ଲଣ୍ଡନରେ ରହୁଛନ୍ତି । ପିଙ୍କି ମଧ୍ୟ କିଙ୍ଗଫିସର ଏୟାରଲାଇନରେ ଏୟାର ହଷ୍ଟେସ ଥିଲେ । ପିଙ୍କି କିଙ୍ଗଫିସରର ବିଜ୍ଞାପନ ମଧ୍ୟ କରିଛନ୍ତି । ସେ କିଙ୍ଗଫିସର କ୍ୟାଲେଣ୍ଡର ପାଇଁ ଫଟୋସୁତ ମଧ୍ୟ କରିଥିଲେ । ପିଙ୍କି ମାଲ୍ୟାଙ୍କ ଅନେକ କମ୍ପାନୀର ନିର୍ଦେଶକ ଏବଂ ଭାଗିଦାରୀ ଅଛନ୍ତି । ସେ ମଧ୍ୟ ଅନେକ ବ୍ୟବସାୟ ସହ ଜଡିତ ଅଛନ୍ତି । ଆଗରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ତାଙ୍କ କମ୍ପାନୀ ବୁଟୀକ, ଆଇବିଆର, ସୌନ୍ଦର୍ଯ୍ୟ ପ୍ରସାଧନ, ଅପ୍ଟିକାଲ ଗ୍ଲାସ ଓ ଅନେକ ସାମଗ୍ରୀ ବିକ୍ରି କରିବା କାମ କରନ୍ତି । ଲଣ୍ଡନ କୋର୍ଟରେ ପିଙ୍କିଙ୍କ ବାର୍ଷିକ ଆୟ ୧.୩୫ କୋଟି ଦର୍ଶାଯାଇଥିଲା । କିନ୍ତୁ ଏହାଠାରୁ ଆହୁରି ଅଧିକ ଆୟ କରନ୍ତି ।

{"id":126449}

ଦେଖିବାକୁ ଗଲେ ବିଜୟ ମାଲ୍ୟା ଏକ ବଡ ପରିବାର ସହ ଲଣ୍ଡନରେ ରହୁଛନ୍ତି । ପରିବାରରେ ତାଙ୍କ ପୂର୍ବ ପତ୍ନୀ, ତୃତୀୟ ପତ୍ନୀ, ୩ ଝିଅ ଏବଂ ପୁଅ ସିଦ୍ଧାର୍ଥ ସାମିଲ ଅଛନ୍ତି । ଏହି ପୁରା ପରିବାର ଏକ ମୋଟା ସମ୍ପତ୍ତିର ମାଲିକ । 

{"id":126451}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.