Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କୋରାମୁଣ୍ଡା କ’ଣ ? ରଥ ନିର୍ମାଣରେ ଏହାର କ’ଣ ଆବଶ୍ୟକତା ରହିଛି ଜାଣନ୍ତୁ

7/06/2021 at 9:03 PM

ପୁରୀ ୭।୬: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣରେ ଭୋଇ ସେବାୟତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିିକା ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଜନ୍ତାଗାଡ଼ ଖୋଳି ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କରିଥାନ୍ତି । ସିଙ୍ଗଡ଼ା ବାଡ଼ିଆରେ ଭୋଇ ସେବାୟତମାନେ ବ୍ୟବହାର କରୁଥିବା ଅସ୍ତ୍ରଟି ହେଉଛି କୋରାମୁଣ୍ଡା । ତେବେ ଏହି କୋରାମୁଣ୍ଡାର ରଥନିର୍ମାଣରେ କଣ ରହିଛି ଆବଶ୍ୟକତା ଆସନ୍ତୁ ଜାଣିବା ।

କାଷ୍ଠରେ ନିର୍ମିତ ଏହି ଓଜୋନିଆ ବସ୍ତୁଟିର ନାଁ ହେଉଛି କୋରାମୁଣ୍ଡା । ଓଜନ ପ୍ରାୟ ୧୦ କେଜିରୁ ଅଧିକ । ଖରା ହେଉ କି ବର୍ଷା ହେଉ ଅବିସାନ୍ତ ଭାବେ ଅରର ଉପରି ଭାଗରେ ପ୍ରହାର ବାଜିଥାଏ । ଭୋଇ ସେବାୟତମାନେ ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ବାଡ଼ାଉଥାନ୍ତି । ଅର ସହିତ ତୁମ୍ୱର ସଂଯୋଗକୁ ସିଙ୍ଗଡ଼ା ବାଡ଼ିଆ କୁହାଯାଇଥାଏ। ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶରେ ରଥରେ ନିର୍ମାଣରେ ସମ୍ପୃକ୍ତ ଭୋଇ ସେବକ ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କୋରାମୁଣ୍ତାରେ ଶକ୍ତ ବାଡ଼ିଆ କରୁଥିବାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଶରୀରର ସବୁ ଶ୍ରମ ଖଟାଇ ଝାଳ ବୁହାଇ ଏଭଳି କଷ୍ଟକର ସେବା ଭୋଇ ସେବାୟତମାନେ କରୁଥିଲେ ମଧ୍ୟ ସେମାନେ କ୍ଲାନ୍ତ ଅନୁଭବ କରୁଥିବାର ଦେଖାଯାଏ ନାହିଁ।

ପ୍ରାୟ ୫୦ ରୁ ଅଧିକ ଭୋଇ ସେବକ ଏହି କାର୍ଯ୍ୟରେ ଲାଗିଥାନ୍ତି। ବିଶ୍ୱକର୍ମା ମହାରଣାଙ୍କ‌ ନିର୍ଦ୍ଦେଶ ମୁତାବକ ଚକ ନିର୍ମାଣ ପାଇଁ ଆବଶ୍ୟକ ତୁମ୍ୱରେ ଅର ସଂଯୋଗ କରିବା ପାଇଁ ଭୋଇ ସେବାୟତଙ୍କୁ ଯୋଗାଇଥାନ୍ତି। ତୁମ୍ୱରେ ଅର ସଂଯୋଗର ଏହି କଳା କାହିଁ କେଉଁ ସମୟରୁ ଚାଲିଆସୁଛି। ଏଥିପାଇଁ ଭୋଇ ସେବାୟତ ମାନେ କୌଣସି ପ୍ରଶିକ୍ଷଣ ବା ତାଲିମ ନେଇ ନାହାନ୍ତି। ପୁରୁଷାନୁକ୍ରମେ ସେମାନେ ଏହି କଳାକୁ ଆହରଣ କରି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିଆସୁଛନ୍ତି। ତେବେ ସିଙ୍ଗଡ଼ା ବାଡ଼ିଆ ହେଉଛି ରଥନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟ। ରଥନିର୍ମାଣ କାର୍ଯ୍ୟ ଯେତିକି ଅଗ୍ରଗତି କରିଥାଏ ଓ ଉପରିଭାଗ କାର୍ଯ୍ୟ ଯେତିକି ହୁଏ ଭୋଇ ସେବାୟତଙ୍କ ପରିଶ୍ରମ ଓ କାର୍ଯ୍ୟ ସେତିକି ବଢ଼ିଥାଏ। ସିଙ୍ଗଡ଼ା ବାଡ଼ିଆରେ ବ୍ୟବହୃତ ହେଉଥିବା କୋରାମୁଣ୍ତାର ଉଭୟ ପାର୍ଶ୍ୱରେେ ତିନିରଥର ମହାପ୍ରଭୁଙ୍କ ଆୟୁଧ ଅନୁଯାୟୀ ସାଙ୍କେତିକ ଚିହ୍ନ ରୂପକାର ମାନଙ୍କ ଦ୍ୱାରା କରାଯାଇଛି।

ଭୋଇ ସେବକମାନଙ୍କର ମହାପ୍ରଭୁଙ୍କ ପ୍ରତି ସମର୍ପଣ ମନଭାବ ହିଁ ସେମାନଙ୍କୁ ଏହି କାର୍ଯ୍ୟ କରାଇବାରେ ସହାୟକ ହୋଇପାରିଛି। କୋରାମୁଣ୍ତା ସାହାଯ୍ୟରେ ଏହି ସିଙ୍ଗଡ଼ା ବାଡ଼ିଆ କଳା ଓ କୌଶଳ ଭିନ୍ନ ଏବଂ ସ୍ୱତନ୍ତ୍ର। ଆଗକୁ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୋଇ ସେବାୟତ ମାନେ ଏହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।

   Related Posts