Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ହୋଟେଲ ବଏରୁ ଯାତ୍ରା ହିରୋ କେମିତି ହେଲେ ହୃଷିକେଶ : ‘କଉଡି ଖେଳ’ରୁ ‘ସିନ୍ଦୁର କହିବ ସ୍ବାମୀ କାହାର’ ପର୍ଯ୍ୟନ୍ତ କେମିତି କଟିଲା ଲମ୍ବା ରାସ୍ତା ଜାଣନ୍ତୁ…

9/01/2019 at 5:06 PM

ଭଦ୍ରକ ୯|୧: ହୋଟେଲ ବଏରୁ ଯାତ୍ରା ହିରୋ , ପୁରା ଲମ୍ବା ରାସ୍ତା । ବେଳେ ବେଳେ ଝୁଂଟିଛନ୍ତି, ହଲେ କେବେ ବି ପଡି ଯାଇ ନାହାଁନ୍ତି । ରାଉରକେଲାର ମେ-ଫେୟାରରେ ହୋଟେଲ ବଏ ଭାବେ କାମ କରୁଥିବା ବେଳେ , ସେ ହୋଇଯାଇଥିଲେ ମିଷ୍ଟର ରାଉରକେଲା । ତାଙ୍କ ପାଖରେ ଥିଲା କଳା, ଆଉ ଭରି ରହିଥିଲା ପ୍ରତିଭା । ମିଷ୍ଟର ରାଉରକେଲା ହେବା ପରେ , ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ସଫଳ ନାଟକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ, ନିଜର ସ୍ଥାନ ପକ୍କା କରିଦେଇଛନ୍ତି। ହଁ , ଆମେ କହୁଛୁ ଯାତ୍ରା ହିରୋ- ହୃଷିଙ୍କ କଥା । ହୃଷିକେଶ ମିଶ୍ର ଓରଫ ହୃଷି , ତାଙ୍କ ଅଭିନୟର ଯାଦୁ ଯିଏ ଦେଖିଛି , ସିଏ ତାଙ୍କୁ ମନେ ରଖିଛି । 

ଜଗତସିଂହପୁର କୁଜଙ୍ଗ ଥାନା ବିଜିପୁର ଗାଁର ଗୁଲିଗାଲିଆ ଟୋକା ହୃଷି । ଯୁକ୍ତ ଦୁଇ ପରେ , ପାଠ ପଢାରେ ଡୋରି ବାନ୍ଧି ଦଲେ । ସେ ପ୍ରଥମେ ପାଦ ଦେଇଥିଲେ ତ୍ରିନାଥ ଗଣନାଟ୍ୟରେ । ମୁଣ୍ଡରେ ଚେୟାର ବୋହିବାଠୁ ଡ୍ୟାନ୍ସ କରିବା , ସବୁ କିଛି ସେ କରିଛନ୍ତି ।

ଆଉ ଶେଷରେ ସେ ହିରୋ ଭୂମିକାରେ ଅଭିନୟ କଲେ । କୋଣାର୍କ ଗଣନାଟ୍ୟରେ ଦୀର୍ଘ ୧୧ବର୍ଷ ସେ ଅଭିନୟ କରିଥିଲେ । କଉଡି ଖେଳ ନାଟକ ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ତା,ପରେ ଅନେକ ସଫଳ ନାଟକରେ ସେ ଅଭିନୟ କରିଛନ୍ତି । ଅଧା ସ୍ତ୍ରୀ ଅଧା ପ୍ରେମିକା , ପାକିସ୍ତାନ ଝିଅ ଭାରତ ବହୁ , ସିନ୍ଦୁର କହିବ ସ୍ବାମୀ କାହାର , ହସୁଛି କେବଳ କାନ୍ଦିବା ପାଇଁ , ରାକ୍ଷୀ ଭିଜିଗଲା ଆଖିରେ ଲୁହ ନାଟକ ଆଦି ଅନ୍ୟତମ । 

ମଂଚରେ ଅଭନୟ କଲା ବେଳେ ଯେତେବେଳେ କାନ୍ଦନ୍ତି , ହୃଷିଙ୍କ ଅଭିନୟ ଦେଖି ତାଙ୍କ ପତ୍ନୀ କାନ୍ଦି ପକାନ୍ତି । କେବଳ ତାଙ୍କ ସ୍ତ୍ରୀ ନୁହେଁ, ପୁଅବି କାନ୍ଦନ୍ତି । ମିଟୁନା ସ୍ବାଇଁ ଓ ନଳିନୀ ତାଙ୍କର ପ୍ରିୟ ଅଭିନେତ୍ରୀ, ତବେ ଜୁଲି ପଣ୍ଡା ମଧ୍ୟ କିଛି କମ୍ ନୁହେଁ ବୋଲି କହନ୍ତି ହୃଷି ।  କୋଣାର୍କ ଗଣନାଟ୍ୟ ପରେ ଇଷ୍ଟର୍ଣ ଅପେରା , ନିୟୁ ବାଣେଶ୍ବରୀ , ଇନ୍ଦ୍ରଭୁବନ  ଆଦି ଅପେରା ପାର୍ଟି ରେ ଅଭିନୟ ପରେ ଏବେ ତୁଳସୀ ଗଣନାଟ୍ୟରେ ଅଭିନୟ ଜାରି ରଖିଛନ୍ତି । ତବେ ଆଜିର ଦର୍ଶକ ନାଟକ ପ୍ରତି ବିମୁଖ ହୋଇ ରେକର୍ଡ  ଡ୍ୟାନ୍ସ ପ୍ରତି ଆକୃଷ୍ଟ ହେଉଥିବା ହୃଷି କହନ୍ତି । ଆଉ ଏଥିବାଇଁ ସେ ନାଟ୍ୟକାର ଓ ପ୍ରଯୋଜକଙ୍କୁ ଦାୟିକରିଛନ୍ତି । 

ରିପୋର୍ଟ- ସର୍ବଶ୍ବେର ନାଥ 

   Related Posts