ବଏଫ୍ରେଣ୍ଡ ପାଇଁ ରଖାଯାଏ କି କରୱାଚୌଥ୍ ବ୍ରତ ? ଜାଣନ୍ତୁ ବ୍ରତ ସହ ଜଡିତ ରୋମାଞ୍ଚକ କଥା

Published By : Prameya-News7 Bureau | November 03, 2020 IST

ଭୁବନେଶ୍ୱର ୦୩/୧୧ : ବିବାହିତା ମହିଳାମାନେ ପ୍ରତିବର୍ଷ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ କରୱାଚୌଥ ବ୍ରତ ରଖିଥାନ୍ତି। ଆଜିକାଲି ଯୁବତୀମାନେ ମଧ୍ୟ ନିଜ ପ୍ରେମିକ, ଭାବି ସ୍ୱାମୀ ପାଇଁ ମଧ୍ୟ ବ୍ରତ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯୁବତୀମାନେ ଏହି ବ୍ରତ ପାଳନ କରିବା ଉଚିତ ନା ନୁହେଁ। କରୱାଚୌଥ ସହ ଜଡିତ ଅନେକ ପ୍ରଶ୍ନ ରହିଛି ଯାହା ମନକୁ ଆନ୍ଦୋଳିତ କରିଥାଏ। ଯେପରିକି ଚାଲୁଣିରେ ହିଁ କାହିଁକି ଜହ୍ନ ଓ ସ୍ୱାମୀ ମୁହଁ ଦେଖନ୍ତି। ଜାଣନ୍ତୁ କରୱାଚୌଥ ସହ ଜଡିତ ରୋମାଞ୍ଚକ ତଥ୍ୟ :

{"id":355608,"sizeSlug":"large"}

ଜ୍ୟୋତିଷଙ୍କ କହିବାନୁଯାୟୀ, କୁମାରୀ ଯୁବତୀ ମଧ୍ୟ କରୱାଚୌଥ ବ୍ରତ ପାଳନ କରିପାରିବେ। ଯଦି ଆପଣ କାହା ସହ ସମ୍ପର୍କରେ ନଥିବେ ତାହେଲେ ମଧ୍ୟ ବ୍ରତ ପାଳନ କରିପାରିବେ। ବ୍ରତ ପାଳନ କରିବାରେ କିଛି ସମସ୍ୟା ନାହିଁ କିନ୍ତୁ ପୂଜା ରୀତିନୀତି ଅନୁସାରେ କରିବା ଉଚିତ। କରୱାଚୌଥ ବ୍ରତ ଉଭୟ ବାଵହିତ ଓ କୁମାରୀମାନେ କରିପାରିବେ। କିନ୍ତୁ ନିୟମ ଅଲଗା ଅଲଗା ରହିଛି। ଯଦି ଆପଣ ନିଜ ପ୍ରେମିକ କିମ୍ବା ଭାବି ସ୍ୱାମୀ ପାଇଁ ବ୍ରତ କରୁଛନ୍ତି ତାହେଲେ ନିର୍ଜଳା ବ୍ରତ ନ ରଖି ନିରାହାର ବ୍ରତ କରିବେ। ବ୍ରତ ପରେ କେବଳ ଜହ୍ନ ପୂଜା ନ କରି ଶିବ ପାର୍ବତୀଙ୍କୁ ଆରାଧନା କରିବା ଉଚିତ। ଏହାଦ୍ୱାରା ମନ ମୁତାବକ ବର ମିଳିଥାଏ।

{"id":355609,"sizeSlug":"large"}

କରୱାଚୌଥ କଥା ଅନୁସାରେ, ସତ ଭାଇରେ ଗୋଟିଏ ଭଉଣୀ ବୀରବତୀଙ୍କୁ ତାଙ୍କ ଭାଇମାନେ ଭୋଜନ କରାଇବାକୁ ଛଳରେ ଚାଲୁଣିରେ ଦୀପ ରଖି ଖୁଆଇ ଦେଇଥିଲେ ଯାହାଫଳରେ ତାଙ୍କର ବ୍ରତ ଭାଙ୍ଗି ଯାଇଥିଲା। ଏହାପରେ ସେ ବର୍ଷ ସାରା ଚତୁର୍ଥୀ ବ୍ରତ ପାଳନ କରିଥିଲେ। ପୁଣି କରୱାଚୌଥରେ ସେ ବିଧିପୂର୍ବକ ବ୍ରତ ପାଳନ କରିଥିଲେ ଓ ତାଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥିଲା। ସେଥିପାଇଁ ଆଉ ଏକ ବିଶ୍ୱାସ ରହିଛି ଯେ, କିଏ ଛଳରେ ବ୍ରତ ଭାଙ୍ଗି ନ ଦେଉ ସେଥିପାଇଁ ଚାଲୁଣିରେ ଧ୍ୟାନର ସହ ଜହ୍ନ ଦେଖି ବ୍ରତ ଭଙ୍ଗାଯାଇଥାଏ। ସେଥିପାଇଁ ମହିଳାମାନେ ଚାଲୁଣିରେ ଜହ୍ନ ଦେଖନ୍ତି।

{"id":355610,"sizeSlug":"large"}

ବିଶ୍ୱାସ ଅନୁଯାୟୀ, ସର୍ବ ପ୍ରଥମେ ମାତା ପରବାରି ଶିବଙ୍କ ପାଇଁ କରୱାଚୌଥ ବ୍ରତ ରଖିଥିଲେ। ଏହି ବ୍ରତ ଯୋଗୁଁ ସେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିଥିଲେ। ସେଥିପାଇଁ କରୱାଚୌଥ ବ୍ରତ ସମୟରେ ମାତା ପାର୍ବତୀଙ୍କ ପୂଜା କରାଯାଏ। ମାତା ପାର୍ବତୀଙ୍କ ପରେ ମହାଭାରତରେ ଦ୍ରୌପଦୀ ପାଣ୍ଡବଙ୍କ ବିଜୟ ପାଇଁ କରୱାଚୌଥ ବ୍ରତ ରଖିଥିଲେ। କରୱାଚୌଥ ବ୍ରତକୁ ନେଇ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। ଥରେ ଦେବତା ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ସେତେବେଳେ ବ୍ରହ୍ମା ଦେବତାଙ୍କ ପତ୍ନୀଙ୍କୁ ନିଜ ନିଜ ସ୍ୱାମୀଙ୍କ ପାଇଁ କରୱାଚୌଥ ବ୍ରତ ରଖି ବିଜୟ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବାକୁ କହିଥିଲେ। ଯୁଦ୍ଧରେ ଦେବତାଙ୍କ ବିଜୟ ହୋଇଥିଲା।

{"id":355612,"sizeSlug":"large"}

କରୱାଚୌଥ ବ୍ରତକୁ ନେଇ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। କଥାରେ ଅଛି କରୱାଚୌଥ ବ୍ରତ କଥା କେବେ ବି ଏକା ଶୁଣିବା ଉଚିତ ନୁହେଁ। ସେଥିପାଇଁ କରୱାଚୌଥ କଥା ସହ ଗଣେଶ ଭଗବାନଙ୍କ କଥା ମଧ୍ୟ ଶୁଣାଯାଏ। ଏହାଦ୍ୱାରା ମହିଳାମାନଙ୍କୁ ପତ୍ନୀ ସହ ମା'ର ଶକ୍ତି ମଧ୍ୟ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.