Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଘରବୈଦ୍ୟ : ଜାଣନ୍ତୁ ରୋଷେଇ ଘରେ ଥିବା ହଳଦୀର କ’ଣ ସବୁ ରହିଛି ଔଷଧୀୟ ଗୁଣ

15/04/2020 at 2:32 PM

ହଳଦୀରେ ଥିବା କରକ୍ୟୁମିନ ନାମକ ତତ୍ତ୍ବ କାରଣରୁ କ୍ୟାଥେଲିସାଇଡିନ୍ ଆଣ୍ଟି ମାଇକ୍ରୋବିୟଲ୍ ପେପ୍ଟାଇଡ(ସିଏଏମପି)ନାମକ ପ୍ରୋଟିନର ମାତ୍ରା ବଢ଼ିଥାଏ। ସିଏଏମପି ପ୍ରୋଟିନ୍ ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହି ପ୍ରୋଟିନ୍ ବ୍ୟାକ୍ଟେରିଆ ଏବଂ ଭାଇରସ୍ ସହ ଲଢ଼ିବାରେ ଶରୀରର ସାହାଯ୍ୟ କରିଥାଏ।

ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ହଳଦୀ। ଫଳରେ ଶରୀର ରୋଗମୁକ୍ତ ରହିଥାଏ। ହଳଦୀରେ ଥିବା ଲିପୋପୋଲିସେକରାଇଡ ତତ୍ବ ଆମ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରି ଆମକୁ ରୋଗମୁକ୍ତ କରିଥାଏ। ଏହା ସହିତ ଏଥିରେ ଆଣ୍ଟି ବ୍ୟାକ୍ଟେରିଆ,ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ମଧ୍ୟ ବିଶେଷ ଭାବେ ଥାଏ।

ମସଲା ଭାବେ ପ୍ରୟୋଗ ହେଉଥିବା ହଳଦୀର ଉଚିତ୍ ମାତ୍ରା ପେଟରେ ଜ୍ବଳନ ଏବଂ ଅଲସର ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ହଳଦୀର ହଳଦିଆ ରଙ୍ଗ କରକ୍ୟୁମିନ ନାମକ ଅବୟବ କାରଣରୁ ହୋଇଥାଏ ଏବଂ ଏହା ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ।

ଆଘାତ ଲାଗିଲେ ହଳଦୀ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ମାଂସପେଶୀରେ ସଙ୍କୋଚନ ହେଲେ କିମ୍ବା ଆଭ୍ୟନ୍ତରୀଣ ଆଘାତରେ ମଧ୍ୟ ହଳଦୀ ମିଶା କ୍ଷୀର ପିଇବା ଦ୍ବାରା ଯନ୍ତ୍ରଣା ଏବଂ ଫୁଲାରୁ ମୁକ୍ତି ମିଳିଥାଏ। ଆଘାତରେ ହଳଦୀ ଏବଂ ପାଣିର ଲେପ ଲଗାଇଲେ ମଧ୍ୟ ଆରାମ ମିଳିଥାଏ।

ପେଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହଳଦୀ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହା ରକ୍ତ ଦୋଷ ଦୂର କରିଥାଏ। ହଳଦୀ ପେଟରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

   Related Posts