Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଆପଣ ପ୍ରତିଦିନ ଟୁଥବ୍ରଶ୍ ବ୍ୟବହାର କରୁଛନ୍ତି କି : ତେବେ ପଢ଼ନ୍ତୁ ପୂରା ଖବର

27/06/2019 at 5:04 PM

ସକାଳେ ଉଠିବା ପରେ ଆମର ପ୍ରଥମ କାମ ବ୍ରଶ୍ କରିବା ହୋଇଥାଏ। ବ୍ରଶ୍ ନକଲେ ଏପରି ଲାଗିଥାଏ ଯେପରି କିଛି କାମ ଅଧା ରହି ଯାଇଛି। ଅନେକ ଥର ଏପରି ହୋଇଥାଏ ଆମର ନିଦ ଅଧା ହୋଇଥାଏ ଏବଂ ବ୍ରଶ୍ କରିବା ଦ୍ବାରା ଆମ ଆଖି ଖୋଲିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ବ୍ରଶ୍ କିପରି ପ୍ରସ୍ତୁତ ହୋଇଛି। ଏହାର କାହାଣୀ କ’ଣ? ତେବେ ଆସନ୍ତୁ ଜାଣିବା ଏହି ବ୍ରଶର କାହାଣୀ କେଉଁଠୁ ଆରମ୍ଭ ହୋଇଛି ଏବଂ କିପରି ଏହା ଆମ ଜୀବନର ଜରୁରୀ ଅଂଶ ହୋଇଛି।

ଟୁଥବ୍ରଶ୍ ଆମ ଦିନଚର୍ଯ୍ୟାର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ହୋଇଥାଏ। ଏବେ ଟୁଥବ୍ରଶ୍ ବିନା ଆମେ ଆମ ଜୀବନର କଳ୍ପନା କରିପାରିବା ନାହିଁ। ଏକ ଅନୁଧ୍ୟାନ ମୁତାବକ,ଜଣେ ବ୍ୟକ୍ତି ନିଜ ପୂରା ଜୀବନରେ ୩୮ଦିନ କେବଳ ଦାନ୍ତ ସଫା କରିବା ପାଇଁ ଖର୍ଚ୍ଚ କରିଥାଏ। ଆଗକାଳରେ ଲୋକେ ନିଜ ଦାନ୍ତ ସଫା କରିବା ପାଇଁ ବିଚିତ୍ର ଉପାୟ ବ୍ୟବହାର କରୁଥିଲେ। ଯେପରିକି ଟୁଥପିକ୍ ଭଳି ଜିନିଷକୁ ଦାନ୍ତରେ ଚୋବାଇ ସଫା କରିବା ଏବଂ ଗଛର ପତଳା ଛେଲିକୁ ଦନ୍ତ ମଞ୍ଜନ ଭାବେ ବ୍ୟବହାର କରିବା।

 ଟୁଥବ୍ରଶର ଇତିହାସ ଅତ୍ୟନ୍ତ ପୁରୁଣା। ଆପଣ ଜାଣନ୍ତି କି ବିଶ୍ବର ପ୍ରଥମ ଟୁଥବ୍ରଶ୍ ଚୀନର ଜଣେ ରାଜା ଆବିଷ୍କାର କରିଥିଲେ। ଚୀନର ଜଣେ ରାଜା ୧୪୯୮ମସିହାରେ ଆଜି ଦିନରେ ଅର୍ଥାତ୍ ଜୁନ୍ ୨୬ତାରିଖରେ ବିଶ୍ବର ପ୍ରଥମ ଟୁଥବ୍ରଶ୍ ଆରମ୍ଭ କରିଥିଲେ। ପ୍ରଥମ ଟୁଥବ୍ରଶ୍ ଘୁଷୁରୀର କେଶରୁ ହୋଇଥିଲା,ଯାହା କୈାଣସି ହାଡ଼ କିମ୍ବା ବାଉଁଶର ଟୁକୁରାରେ ଲାଗିଥିଲା। ଏହାର ବ୍ୟବହାର ଷୋଡ଼ଶ ଶତାବ୍ଦୀର ଶେଷ ଯାଏଁ ହୋଇଥିଲା।

କୁହାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଚୀନ ଯାତ୍ରାରେ ଯାଇଥିବା କିଛି ୟୁରୋପର ଯାତ୍ରୀ ଏହି ଟୁଥବ୍ରଶକୁ ଦେଖିଥିଲେ। ଏହାପରେ ସେମାନେ ମଧ୍ୟ ଏହି ଟୁଥବ୍ରଶରେ ସାମାନ୍ୟ ପରିବର୍ତ୍ତନ କରି ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ ଏବଂ ଧୀରେ ଧୀରେ ଏହି ଟୁଥବ୍ରଶ୍ ବିଶ୍ବବ୍ୟାପି ଲୋକପ୍ରିୟ ହୋଇଗଲା।

ଆଜି ଦୁନିଆ ସାରା ଘରେ ଘରେ ଟୁଥବ୍ରଶର ବ୍ୟାପକ ଭାବେ ବ୍ୟବହୃତ ହେଉଛି। ଟୁଥବ୍ରଶ୍ ଆଜି ଲୋକଙ୍କ ଏକ ଅଭିନ୍ନ ଅଙ୍ଗ ହୋଇସାରିଛି। ଆଜିକାଲି ଆମେ ଆଡଭାନ୍ସଡ ଟୁଥବ୍ରଶ୍ ବ୍ୟବହାର କରିବାକୁ ଲାଗିଛୁ କିନ୍ତୁ ଯଦି ଗାଁ ଲୋକଙ୍କୁ ଛାଡ଼ିଦେଲେ ସହରରେ ରହୁଥିବା ସମସ୍ତ ବ୍ୟକ୍ତି ନିଜର ଦିନର କଳ୍ପନା ଏହା ବିନା କରି ପାରୁନଥିବ।

   Related Posts