ଜାଣନ୍ତୁ ଦେବାଳୟର ବାସ୍ତୁ ବିଷୟରେ

Published By : Prameya-News7 Bureau | December 03, 2019 IST

୧. ମନ୍ଦିର ନିର୍ମାଣ ଶୈଳୀରୁ ହିଁ ବାସ୍ତୁଶାସ୍ତ୍ରର ସୃଷ୍ଟି।

୨. ପ୍ରତ୍ୟେକ ମନ୍ଦିର,ଦେବାଳୟ ବାସ୍ତୁଶାସ୍ତ୍ର ଅନୁମୋଦିତ ହେବା ବାଞ୍ଛନୀୟ।

୩. ମନ୍ଦିର ନିର୍ମାଣ ପାଇଁ ଆୟତାକାର ବା ବର୍ଗାକାର ଜମି ଏକାନ୍ତ ଜରୁରୀ।

୪. ତ୍ରିକୋଣ,ଗୋଲାକାର ଜମି ମନ୍ଦିର ନିର୍ମାଣ ପାଇଁ ଅନୁପଯୁକ୍ତ।

୫. ଦେବାଳୟର ମୁଖ୍ୟ ଦ୍ବାର ପୂର୍ବମୁଖ ହେବା ବାଞ୍ଚନୀୟ।

୬. ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହୁଏ। ତେଣୁ ଏହି ଦିଗ ସକରାତ୍ମ ଶକ୍ତିର ପ୍ରତୀକ।

୭. ସାଧାରଣତଃ ମନ୍ଦିରରେ ୪ଟି ଦ୍ବାର ରହିଥାଏ।

୮. ତେବେ ପୂର୍ବ ଏବଂ ଉତ୍ତର ଦ୍ବାରକୁ ମୁଖ୍ୟ ଦ୍ବାର ବୋଲି କୁହାଯାଇପାରେ।

୯. ସାଧାରଣତଃ ଠାକୁରଙ୍କୁ ପୂର୍ବମୁଖ କରି ସ୍ଥାପନା କରିବା ବିଧେୟ।

୧୦. ତେବେ ଶ୍ରୀ ହନୁମାନ,ଦକ୍ଷିଣମୁଖୀ ଏବଂ କାଳୀଙ୍କ ଭଳି ଦେବଦେବୀଙ୍କ ବିଗ୍ରହ ଦକ୍ଷିଣମୁଖୀ କରି ସ୍ଥାପନ କରିବା ଉଚିତ୍।

୧୧. ମନ୍ଦିରର ମୁଖ୍ୟଦ୍ବାର ପ୍ରକାଣ୍ଡ ଏବଂ ମଜବୁତ ହେବା ବିଧେୟ।

୧୨. ମନ୍ଦିର ଚାରିପାଖରେ ବ୍ୟବସାୟିକ ପ୍ରତିଷ୍ଠାନ ବା ଆବାସ ସ୍ଥଳୀ ନ ରହିବା ଭଲ।

୧୩. ମନ୍ଦିରର ଛାଇ ଏହା ଉପରେ ପଡ଼ିବା ଅଶୁଭ ବୋଲି ବିବେଚନା କରାଯାଏ।

୧୪. ମନ୍ଦିର ପ୍ରବେଶ ଦ୍ବାରର ଦକ୍ଷିଣ ପାର୍ଶ୍ବରେ ଚପଲ ରଖିବା ପାଇଁ ବ୍ୟବସ୍ଥା ରହିବା ଉଚିତ୍।

୧୫. ସେହିଭଳି ପାନୀୟ ଜଳ ପାଇଁ ପୂର୍ବ ଦିଗ ପ୍ରକୃଷ୍ଟ।

୧୬. ମନ୍ଦିରର ଉତ୍ତର-ପୂର୍ବ କୋଣରେ ପାଣିକୁଣ୍ଡ ବା ଜଳାଶୟ ରହିବା ଉଚିତ୍।

୧୭. ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣ ବା ଅଗ୍ନିକୋଣରେ ରୋଷ ଘର ନିର୍ମାଣ କରିବା ବାଞ୍ଛନୀୟ।

୧୮. ମନ୍ଦିରର ଉତ୍ତର କିମ୍ବା ପୂର୍ବ ଦିଗରେ ଦାନପେଡ଼ି ସ୍ଥାପନ କରାଯାଇପାରିବ।

୧୯. ତେବେ ଘର ଭିତରେ ମନ୍ଦିର ନିର୍ମାଣ ପାଇଁ ବାସ୍ତୁଶାସ୍ତ୍ରରେ ଅଲଗା ପରାମର୍ଶ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.