ପରସ୍ପରର ଛାଇ ଦେଖିଲେ ବି ରାଗନ୍ତି ଏହି ୯ଜଣ ବଲିଉଡ ଷ୍ଟାର : ଜାଣନ୍ତୁ କିଏ?

Published By : Prameya-News7 Bureau | March 11, 2020 IST

ମୁମ୍ବାଇ ୧୧/୩: ହଲିଉଡ ପରି ବଲିଉଡରେ ମଧ୍ୟ ଷ୍ଟାରଙ୍କ ମଧ୍ୟରେ ବନ୍ଧୁତାରୁ ଶତୃତା ସୃଷ୍ଟି ହୋଇଥାଏ। ଆଜି ଆମେ ଜାଣିବା ୯ଜଣ ବଲିଉଡ ତାରକାଙ୍କ ବିଷୟରେ ଯେଉଁମାନେ ବାସ୍ତବ ଜୀବନରେ ପରସ୍ପରକୁ ଘୃଣା କରନ୍ତି।

{"id":236464,"width":590,"height":328,"sizeSlug":"large"}

 ୧.ସଲମାନ ଏବଂ ଶାହରୁଖ ଖାନ୍ : ୨୦୦୮ମସିହା ଯାଏଁ ସଲମାନ ଖାନ୍ ଏବଂ ଶାହରୁଖ ଖାନ୍ ପରସ୍ପରର ଭଲ ବନ୍ଧୁ ଥିଲେ। ଶାହରୁଖ ଖାନ୍ ଐଶ୍ବର୍ଯ୍ୟା ରାୟଙ୍କୁ ଖରାପ କମେଣ୍ଟ ଦେଇଥିବାରୁ ଉଭୟଙ୍କ ମଧ୍ୟରେ ଶତୃତା ଆରମ୍ଭ ହୋଇଥିଲା।

{"id":236465,"sizeSlug":"large"}

୨. କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରା : କରୀନାଙ୍କ ପୂର୍ବତନ ପ୍ରେମିକ ପ୍ରିୟଙ୍କାଙ୍କ ଜୀବନରେ ପ୍ରବେଶ କରିବା ପୂର୍ବରୁ ଦୁହେଁ ପରସ୍ପରର ଭଲ ବନ୍ଧୁ ଥିଲେ।

{"id":236466,"sizeSlug":"large"}

୩.ଅନୁଷ୍କା ଶର୍ମା ଏବଂ ଦୀପିକା ପାଦୁକୋଣ : ଅନୁଷ୍କା ଶର୍ମା ବଲିଉଡରେ ପ୍ରବେଶ କରିବା ପରେ ଦୀପିକାଙ୍କ ସ୍ବାମୀ ରଣବୀର ସିଂହଙ୍କୁ ପ୍ରେମ କରୁଥିଲେ। ଏହି କାରଣ ଯୋଗୁଁ ଦୀପିକା ଏବଂ ଅନୁଷ୍କାଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ।

{"id":236467,"sizeSlug":"large"}

୪. ଦୀପିକା ପାଦୁକୋଣ ଏବଂ କାଟ୍ରିନା କୈଫ : କାଟ୍ରିନାଙ୍କ ପାଇଁ ରଣବୀର କପୁର ଦୀପିକାଙ୍କୁ ଛାଡ଼ି ଥିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

{"id":236468,"sizeSlug":"large"}

୫.ବିପାଶା ବାସୁ ଏବଂ କରୀନା କପୁର : କୌଣସି କାରଣବଶତଃ କରୀନା କପୁର ‘ଅଜନବି’ ଫିଲ୍ମର ସୁଟିଂ ଚାଲିଥିବାବେଳେ ବିପାଶା ବାସୁଙ୍କୁ ଧକ୍କା ଦେଇଥିଲେ। ସେହିଦିନଠୁ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

{"id":236469,"sizeSlug":"large"}

୬. କାଟ୍ରିନା କୈଫ ଏବଂ ପ୍ରିୟଙ୍କା ଚୋପ୍ରା : ଦୁହେଁ ବଲିଉଡରେ ଲୋକପ୍ରିୟ ହେବାପାଇଁ ପରସ୍ପରର ପ୍ରତିଦ୍ବନ୍ଦୀ ହୋଇଥିଲେ ଯାହା ଫଳରେ ସେମାନଙ୍କଠାରେ ବନ୍ଧୁତ୍ବ କେବେବି ଦେଖାଯାଇନି।

{"id":236470,"sizeSlug":"large"}

୭. ପ୍ରୀତି ଜିଣ୍ଟା ଏବଂ ରାଣୀ ମୁଖାର୍ଜୀ : ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରିବାବେଳେ ଦୁହିଁଙ୍କର ଝଗଡ଼ା ହେଉଥିଲା।

{"id":236471,"sizeSlug":"large"}

୮. ଐଶ୍ବର୍ଯ୍ୟା ରାୟ ଏବଂ ରାଣୀ ମୁଖାର୍ଜୀ : ଅଭିଷେକ ଏବଂ ରାଣୀ ମୁଖାର୍ଜୀ କେବେ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରିନଥିଲା। ଅଭିଷେକ ଏବଂ ଐଶ୍ବର୍ଯ୍ୟାଙ୍କ ବିବାହ ହୋଇଥିଲା। ସେହିଦିନଠୁ ଐଶ୍ବର୍ଯ୍ୟା ଏବଂ ରାଣୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା।

{"id":236472,"sizeSlug":"large"}


୯.ମାଧୁରୀ ଦୀକ୍ଷିତ ଏବଂ ଶ୍ରୀଦେବୀ : ଉଭୟେ ବଲିଉଡରେ ତିଷ୍ଠିବା ପାଇଁ ପରସ୍ପରର ପ୍ରତିଦ୍ବନ୍ଦୀ ହୋଇଥିଲେ ଯାହା ଫଳରେ ସେମାନେ କେବେ ବନ୍ଧୁ ହୋଇପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.