କେବଳ ହୀର ରାଁଝା କି ବାଜିରାଓ ମସ୍ତାନୀ ନୁହେଁ, ଇତିହାସରେ ଏହି ୮ ଜଣଙ୍କ ପ୍ରେମ କାହାଣୀ ଅମର ହୋଇ ରହିଛି

Published By : Prameya-News7 Bureau | April 07, 2019 IST

ମୁମ୍ବାଇ ୭/୪ : ଆପଣ ଅନେକ ପ୍ରେମ କାହାଣୀ ବିଷୟରେ ଶୁଣିଥିବେ | ଆଜି ମଧ୍ୟ ଅନେକ ଲୋକ ଯାହାର ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ | ଅନେକ ଲୋକ ଅଛନ୍ତି ଯେଉଁମାନେ ସତ୍ୟ ମନରେ ପ୍ରେମ କରିଥାନ୍ତି | କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରେମକୁ ଏକ ଖେଳନା ସଦୃଶ୍ୟ ଦେଖିଥାନ୍ତି | ଏପରିକି ଆଜିକାଲି ଲୋକେ ପ୍ରେମ ନାଁରେ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି | ପ୍ରେମ ପାଇଁ ହତ୍ୟା, ଯୁଦ୍ଧ ଏବେ ନୁହେଁ ବରଂ ପୁରାଣ କାଳରୁ ଚାଲିଆସିଛି | ଭାରତ ଇତିହାସରେ ଅନେକ ରାଜାରାଣୀଙ୍କ ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ | ଇତିହାସର କିଛି ରାଜାରାଣୀ ପରିବାର ବିରୋଧରେ ଯାଇ ନିଜ ପ୍ରେମକୁ ସଫଳ କରିଥିଲେ ତ କିଏ ନିଜ ଜୀବନ ଦେଇ ନିଜ ପ୍ରେମ କାହାଣୀକୁ ଅମର କରିଛନ୍ତି | ଆସନ୍ତୁ ଜାଣିବା ଏମିତି କିଛି ପ୍ରେମ କାହାଣୀ ସମ୍ପର୍କରେ ଯେଉଁମାନେ ଅମର ହୋଇଯାଇଥିଲେ |

{"id":101118}


ବାଜିରାଓ ମସ୍ତାନୀ : ବାଜିରାଓ ଜଣେ ମରାଠୀ ରାଜା ଥିଲେ | ମସ୍ତାନୀ ରାଜାଙ୍କ ଦରବାରରେ ନାଚୁଥିଲେ | ବାଜିରାଓଙ୍କୁ ମସ୍ତାନୀଙ୍କ ସହ ପ୍ରେମ ହୋଇଯାଇଥିଲା | ବାଜିରାଓଙ୍କ ରାଣୀ ଥିବା ସତ୍ୱେ ସେ ମସ୍ତାନୀଙ୍କୁ ବିବାହ କରିଥିଲେ | ମସ୍ତାନୀ ମୁସଲମାନ ଥିଲେ | ରାଜା ମସ୍ତାନୀଙ୍କୁ ବିବାହ କରିଥିଲେ ସତ କିନ୍ତୁ ତାଙ୍କ ରାଣୀ ଭଳି କୌଣସି ଅଧିକାର ଦେଇପାରିନଥିଲେ | ବାଜିରାଓଙ୍କ ମୃତ୍ୟୁ ପରେ ମସ୍ତାନୀ ଆତ୍ମହତ୍ୟା କରିଥିଲେ ବୋଲି କୁହାଯାଏ |

{"id":101121}


ମିର୍ଜା ସାହିବା : ମିର୍ଜା ଜଣେ ଜାଟ ଥିଲେ | ସାହିବା ଜଣେ ମୁସଲମାନ ଯୁବତୀ ଥିଲେ | ପଢିବା ସମୟରେ ଉଭୟଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲା | ସାହିବାଙ୍କ ଘରଲୋକ ପ୍ରେମ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣି ରାଗି ଯାଇଥିଲେ | ସାହିବାଙ୍କ ଘରଲୋକ ମିର୍ଜାଙ୍କ ସହ ତାଙ୍କ ସମ୍ପର୍କକୁ ସ୍ୱୀକାର କରିନଥିଲେ | ସାହିବାଙ୍କ ଭାଇମାନେ ଖଣ୍ଡାରେ ମିର୍ଜାଙ୍କୁ ହତ୍ୟା କରିଥିଲେ | ମିର୍ଜାଙ୍କ ହତ୍ୟା ପରେ ସାହିବା ସେହି ଖଣ୍ଡାରେ ନିଜେ ଆତ୍ମହତ୍ୟା କରିଥିଲେ |

{"id":101122}


ସାହାଜାହାନ ମୁମତାଜ : ମୁଗଲ ଶାସନ କାଳରେ ସାହାଜାହାନ ଏବଂ ମୁମତାଜଙ୍କ ପ୍ରେମ ପ୍ରସିଦ୍ଧ ଥିଲା | ସାହାଜାହାନ ଓ ମୁମତାଜଙ୍କ ପ୍ରେମ କାହାଣୀ ଇତିହାସ ସୃଷ୍ଟି କରିଥିଲା | ସାହାଜାହାନ ମୁମତାଜଙ୍କୁ ଏତେ ପ୍ରେମ କରୁଥିଲେ ଯେ, ତାଙ୍କ ମୃତ୍ୟୁ ପରେ ମୁମତାଜଙ୍କ ସ୍ମୃତିରେ ଦୁନିଆର ସବୁଠାରୁ ସୁନ୍ଦର ତାଜ ମହଲା ନିର୍ମାଣ କରିଥିଲେ |

{"id":101123}


ପୃଥ୍ଵୀରାଜ ସଂଯୋଗିତା : ପୃଥ୍ଵୀରାଜ ଏବଂ ସଂଯୋଗିତା ପରସ୍ପରକୁ ନଦେଖି ପ୍ରେମ କରୁଥିଲେ | ଉଭୟ ପରସ୍ପରଙ୍କ ଫଟୋ ଦେଖିଥିଲେ | ଫଟୋ ଦେଖିବା ପରେ ଉଭୟଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲେ | ଉଭୟ ବିବାହ କରିବାକୁ ଚାହୁଁଥିଲେ | କିନ୍ତୁ ସଂଯୋଗିତାଙ୍କ ପିତା ଏହି ସମ୍ପର୍କରେ ଅରାଜି ହୋଇଥିଲେ | ଯାହାଫଳରେ ପୃଥ୍ଵୀରାଜ ସଂଯୋଗିତା ଘରୁ ଫେରାର ହୋଇଯାଇ ବିବାହ କରିଥିଲେ |

{"id":101124}


ବାଜବାହାଦୁର ରୁପମତି : ବାଜବାହାଦୁର ମାଲବାରର ସୁଲତାନ ଥିଲେ | ରୁପମତି ନାମକ ଜଣେ ସାଧାରଣ ଯୁବତୀଙ୍କ ସହ ତାଙ୍କୁ ପ୍ରେମ ହୋଇଯାଇଥିଲା | ବାଜବାହାଦୁର ମୁସଲମାନ ଥିଲେ ଏବଂ ରୁପମତି ହିନ୍ଦୁ ଥିଲେ | ଅଲଗା ଅଲଗା ଧର୍ମ ହୋଇଥିବାରୁ ଉଭୟଙ୍କ ବିବାହ ପାଇଁ ସମସ୍ତେ ଅରାଜି ହୋଇଥିଲେ | କିନ୍ତୁ ସମସ୍ତଙ୍କ ଅରାଜି ସତ୍ୱେ ବାଜବାହାଦୁର ରୁପମତିଙ୍କୁ ବିବାହ କରିଥିଲେ |

{"id":101125}


ବିମ୍ବିସାର ଆମ୍ରପାଲ୍ଲୀ : ବିମ୍ବିସାର ଓ ଆମ୍ରପାଲ୍ଲୀଙ୍କ ପ୍ରେମ କାହାଣୀ ମଧ୍ୟ ପ୍ରସିଦ୍ଧ | ମଗଧର ରାଜା ବିମ୍ବିସାର ଥରେ ଯୁଦ୍ଧରେ ଆହତ ହୋଇଯାଇଥିଲେ | ଆମ୍ରପାଲ୍ଲୀ ଜଣେ ନର୍ତ୍ତକୀ ଥିଲେ | ଯୁଦ୍ଧରେ ବିମ୍ବିସାର ରାଜା ଆହତ ହେବାପରେ ଆମ୍ରପାଲ୍ଲୀ ଜଣେ ସୈନିକଙ୍କୁ ବୁହାସୁଝା କରି ରାଜାଙ୍କ ସେବା କରିଥିଲେ | ଆମ୍ରପାଲ୍ଲୀଙ୍କ ସେବାରେ ରାଜା ଖୁସି ହୋଇ ତାଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ତାଙ୍କୁ ନିଜ ରାଣୀ କରିଥିଲେ |

{"id":101126,"width":576,"height":323}


ସଲିମ ଅନାରକଲି : ଆପଣମାନେ ହିନ୍ଦୀ ଫିଲ୍ମ ମୁଗଲ-ଏ-ଆଜମ ତ ନିଶ୍ଚୟ ଦେଖିଥିବେ | ସଲିମ ଓ ଅନାରକଲି ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ | କିନ୍ତୁ ଏମାନଙ୍କ ପ୍ରେମକୁ ସ୍ୱୀକାର କରାଯାଇନଥିଲା | କାରଣ ସଲିମ ଜଣେ ରାଜକୁମାର ଥିଲେ ଏବଂ ଅନାରକଲି ଜଣେ ସାଧାରଣ ନର୍ତ୍ତକୀ | ଉଭୟଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରି ସଲିମ ଏବଂ ଅନାରକଲିଙ୍କୁ କାନ୍ଥରେ ପୋତି ଦିଆଯାଇଥିଲା |

{"id":101127,"width":577,"height":383}


ହୀର ରାଁଝା : ଦୁନିଆରେ ବୋଧେ ଏମିତି କେହି ନଥିବେ ଯିଏ ହୀର ରାଁଝା ପ୍ରେମ କାହାଣୀ ବିଷୟରେ ଜାଣିନଥିବେ | ଉଭୟଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ଥିଲା | କିନ୍ତୁ ଉଭୟଙ୍କ ପରିବାରଲୋକେ ଏମାନଙ୍କ ସମ୍ପର୍କକୁ ଗ୍ରହଣ କରିନଥିଲେ | ଏମାନଙ୍କୁ ଅଲଗା କରିବା ପାଇଁ ହୀରଙ୍କ ଘରଲୋକ ଜୋର ଜବରଦସ୍ତ ତାଙ୍କ ବିବାହ ଅନ୍ୟ ଜଣକ ସହିତ କରାଇ ଦେଇଥିଲେ | ବିବାହ ପରେ ମଧ୍ୟ ହୀର ରାଁଝାଙ୍କୁ ପ୍ରେମ କରୁଥିଲେ | ଯେତେବେଳେ ହୀରଙ୍କ ଶ୍ୱଶୁରଘର ଲୋକ ଏ ସମ୍ପର୍କରେ ଜାଣିବାକୁ ପାଇଲେ, ସେମାନେ ହୀରଙ୍କୁ ବିଷ ଦେଇ ମାରିଦେଇଥିଲେ | ଏହାପରେ ରାଁଝା ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଥିଲେ |

{"id":101128}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.