Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଏହି ୫ଟି ଘଟଣା ହୋଇଥାଏ ଅତ୍ୟନ୍ତ ଅଶୁଭ : ନିଶ୍ଚୟ ଜାଣି ରଖନ୍ତୁ ,ନଚେତ୍ ଘଟିବ ଦୁର୍ଘଟଣା

7/11/2019 at 10:29 AM

ଆମେ ଆପଣଙ୍କୁ କିଛି ଏପରି କଥା ବିଷୟରେ କହିବୁ ଯାହା ଅତ୍ୟନ୍ତ ଖରାପ ହୋଇଥାଏ ଏବଂ ଏଗୁଡ଼ିକୁ ଅଶୁଭ ବୋଲି କୁହାଯାଇଥାଏ। ଜେଜେମା ଏବଂ ଆଈମାମାନେ ପିଲାଦିନେ ଆପଣଙ୍କୁ ନିଶ୍ଚୟ ଏବିଷୟରେ କହିଥିବେ।

୧.ବାଲଟିର ଅଶୁଭ ସଙ୍କେତ : ଯଦି ଆପଣ ସକାଳୁ ସକାଳୁ ଘରେ ଖାଲି ବାଲଟି ଘରେ ଦେଖୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ ଏବଂ ଏଥିପାଇଁ ଆପଣ ଯେତେବେଳେ ବି ବାଥରୁମରୁ ବାହାରୁଛନ୍ତି ବାଲଟିକୁ ଓଲଟା କରି ରଖିବେ କିମ୍ବା ବାଲଟି ଭର୍ତି କରି ରଖିବେ।

୨. କଳଙ୍କି ଲାଗିଥିବା ଲୁହା : ଘରେ ଲୁହା ଜିନିଷ ରଖିଲେ ପ୍ରେତାତ୍ମା ରହି ନଥାଆନ୍ତି କିନ୍ତୁ ଲୁହା ଜିନିଷରେ ଯଦି କଳଙ୍କି ଲାଗିଯାଇଥାଏ ତେବେ ଏହାକୁ ଘରେ ନ ରଖିବା ଉଚିତ୍। ଏହା ଅଶୁଭ ହୋଇଥାଏ।

୩. କ୍ଷୀର ତଳେ ପଡ଼ିବା : କ୍ଷୀର ଫୁଟାଇବାବେଳେ ଉତୁରିଯିବାକୁ ବହୁତ ଶୁଭ କୁହାଯାଇଛି। କିନ୍ତୁ କ୍ଷୀର ତଳେ ପଡ଼ିବା ଅଶୁଭ ବୋଲି କୁହାଯାଇଛି। କ୍ଷୀର ତଳେ ପଡ଼ିବାକୁ କୌଣସି ବଡ଼ ଦୁର୍ଘଟଣା କିମ୍ବା କ୍ଷତି ହେବାର ସଙ୍କେତ କୁହାଯାଇଥାଏ।

୪. କାଚ ଭାଙ୍ଗିବା : ଯଦି ଆପଣଙ୍କ ଘରେ କୌଣସି କାଚ ରହିଛି ଏବଂ ଏହା ଦୀର୍ଘ ଦିନରୁ ଭାଙ୍ଗି ଯାଇଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ଏହା ବହୁତ ବଡ଼ ଅଶୁଭ ଆଣିଥାଏ।

୫. ଝାଡ଼ୁରେ ଗୋଡ଼ ଲଗେଇବା : ଘରେ ରଖାଯାଇଥିବା ଝାଡ଼ୁ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଝାଡ଼ୁକୁ କେବେ ବି ଗୋଡ଼ ଲଗାଇବା ଅନୁଚିତ୍। ଝାଡ଼ୁକୁ କେବେ ବି ଘରର ଖୋଲା ସ୍ଥାନରେ ରଖିବା ଅନୁଚିତ୍। ଏହା ଅଶୁଭ ବୋଲି କୁହାଯାଇଥାଏ।

   Related Posts