ଔଷଧ ଷ୍ଟ୍ରିପର କାହିଁକି ଖାଲି ଥାଏ କିଛି ଖୋପ : ଜାଣନ୍ତୁ

Published By : Prameya-News7 Bureau | May 10, 2019 IST

ଔଷଧ ସମସ୍ତଙ୍କ ଘରେ ପ୍ରୟୋଗ କରାଯାଇଥାଏ। ଏପରି କେହି ବ୍ୟକ୍ତି ପୃଥିବୀରେ ନଥିବେ ଯେଉଁମାନେ ଔଷଧ ବିଷୟରେ ଜାଣିନଥିବେ। କିନ୍ତୁ ଏହି କଥା ପ୍ରାୟତଃ କେହି ଜାଣିନଥିବେ କ’ଣ ପାଇଁ ଔଷଧ ପ୍ୟାକେଟରେ ଖାଲି ସ୍ଥାନ ଛଡ଼ାଯାଇଥାଏ।

ସାଧାରଣତଃ ଆମେ ଯେତେବେଳେ ଔଷଧ କିଣିଥାଉ ଦେଖିଥାଉ କେତେକ ଔଷଧ ପ୍ୟାକେଟରେ ଗୋଟିଏ ଟ୍ୟାବଲେଟ୍ ଥାଏ ଏବଂ ସେହି ଟ୍ୟାବଲେଟ୍ ସମାନ ୪ଟି ଖାଲି ସ୍ଥାନ ଛଡ଼ାଯାଇଥାଏ। ଏହି କଥା ଆପଣଙ୍କ ମନକୁ ନିଶ୍ଚୟ ଆସିଥିବ। ଆପଣ ଭାବୁଥି​‌ବେ ଏହି ପ୍ୟାକେଟରେ ଔଷଧ ନଥିବା ସତ୍ତେ ଏହି ଖାଲି ଥିବା ସ୍ଥାନ କାହିଁକି କରାଯାଇଥାଏ।

ପ୍ରକୃତରେ ଏହାର କାରଣ ବିଷୟରେ ବୈଜ୍ଞାନିକମାନେ କୁହନ୍ତି ଯେ ଏହି ଖାଲି ସ୍ଥାନ ଏଥିପାଇଁ ଛଡ଼ାଯାଇଥାଏ କାରଣ ଏହା ଔଷଧକୁ ଭିଡ଼ି ରଖିଥାଏ। ପ୍ରତି ପ୍ୟାକେଟରେ ଭିନ୍ନ ଭିନ୍ନ ଔଷଧ ରଖାଯାଇଥାଏ ଯେପରି କେଉଁଥିରେ ୧୦ଟି ଟାବଲେଟ୍,କେଉଁଥିରେ ୫ଟି ଟାବଲେଟ୍ କିମ୍ବା କେଉଁଥିରେ ଗୋଟିଏ କିମ୍ବା ୨ଟି ଟ୍ୟାବଲେଟ ରଖାଯାଇଥାଏ।

ଏହି ଖାଲି ସ୍ଥାନ ମ୍ୟାନୁଫାକ୍ଚରିଙ୍ଗ୍ ପାଇଁ ହୋଇଥାଏ। ଏଥିରେ କେବଳ ଗୋଟିଏ ଟାବଲେଟ୍ ରଖାଯାଇଥାଏ କାରଣ ଏହା ନ ହଲି ଠିକ ଭାବେ ରହିବ। ଔଷଧଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବା ପାଇଁ ଏହା କାମରେ ଆସିଥାଏ। ମେସିନରେ ପ୍ୟାକେଜିଙ୍ଗ୍ ସମୟରେ ଏହି ଔଷଧ ମେସିନରେ ଫସିନଥାଏ ଏବଂ ପ୍ୟାକେଜିଙ୍ଗ୍ ମଧ୍ୟ ଠିକ ଭାବେ ହୋଇଥାଏ।

ଏହା ବ୍ୟତୀତ ଏହା ଦ୍ବାରା ପ୍ୟାକେଟରେ ଲେଖା ଯାଇଥିବା ସମ୍ପୂର୍ଣ୍ଣ ତଥ୍ୟ ଅତ୍ୟନ୍ତ ସହଜରେ ପଢ଼ି ହୋଇଥାଏ। ଏହା ଦ୍ବାରା ଆମେ ଏହାର ଏକ୍ସପାଏରି ଡେଟ୍ ଏବଂ ଡୋଜ୍ ବିଷୟରେ ଜାଣିପାରିବା।

 ​‌  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.