Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଜାଣନ୍ତୁ କେବେ ପଡ଼ୁଛି ଶ୍ରାବଣ ମାସର ପ୍ରଥମ ସୋମବାର ? ଏପରି ଉପାୟରେ ଭଗବାନ ଶିବଙ୍କୁ କରନ୍ତୁ ପ୍ରସନ୍ନ

29/06/2020 at 12:07 PM

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅତ୍ୟନ୍ତ ମହତ୍ତ୍ବ ରହିଛି। ଶ୍ରାବଣ ମାସକୁ ମନୋସ୍କାମନା ପୂର୍ଣ୍ଣ କରିବାର ମାସ କୁହାଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଯେଉଁ ଭକ୍ତମାନେ ଶ୍ରାବଣ ମାସରେ ପୂରା ବିଧି ବିଧାନ ସହ ଭଗବାନ ଶଙ୍କରଙ୍କ ପୂଜା କରନ୍ତି ତାଙ୍କ ଉପରେ ଶିବଙ୍କର ବିଶେଷ କୃପା ରହିଥାଏ। ଶ୍ରାବଣ ମାସରେ ପଡ଼ୁଥିବା ସୋମବାରର ମହତ୍ତ୍ବ ଅଧିକ ବୋଲି ଜଣା ଯାଇଥାଏ।

ଜୁଲାଇ ୬ତାରିଖ ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ଶ୍ରାବଣ ମାସ ଏହି ଦିନରୁ ଆରମ୍ଭ ହୋଇଥାଏ। ଏଥର ଶ୍ରାବଣ ମାସରେ ମୋଟ ୫ଟି ସୋମବାର ପଡ଼ିବ। ଶ୍ରାବଣ ମାସରେ ଅଦ୍ଭୁତ ସଂଯୋଗ ହେଉଛି କାରଣ ଶ୍ରାବଣ ଆରମ୍ଭର ପ୍ରଥମ ଦିନ ସୋମବାର। ଶ୍ରାବଣ ମାସର ଶେଷ ଦିନ ଅର୍ଥାତ୍ ଅଗଷ୍ଟ ୩ତାରିଖ​‌ରେ ମଧ୍ୟ ସୋମବାର ପଡ଼ୁଛି।

ଶ୍ରାବଣ ମାସର ସୋମବାରର ମହତ୍ତ୍ବ : ଶ୍ରାବଣ ମାସରେ ପଡ଼ୁଥିବା ସୋମବାରକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ। ଶିବ ପୁରାଣ ଅନୁସାରେ ଯେଉଁମାନେ ଏହି ମାସରେ ସୋମବାର ବ୍ରତ କରନ୍ତି,ଭଗବାନ ଶିବ ସେମାନଙ୍କର ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି। ବିଶ୍ବାସ ରହିଛି ଯେ ଏହି ମାସରେ ଭଗବାନ ଶିବଙ୍କ କୃପାରେ ବିବାହ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବ ଏବଂ ବିଷ୍ଣୁଙ୍କ ଆଶୀର୍ବାଦ ନେଇ ଆସିଥାଏ। କୁହାଯାଏ ଯେ ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ସ୍ବାମୀ ଭାବେ ପାଇବା ପାଇଁ ଶ୍ରାବଣ ମାସରେ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ।

ସୋମବାର ଶିବ ପୂଜା କରିବା ପାଇଁ ଖାସ୍ କୁହାଯାଇଥାଏ। ହିନ୍ଦୁ ମାନ୍ୟତା ଅନୁସାରେ ଶ୍ରାବଣ ମାସର ସୋମବାର ଶିବଲିଙ୍ଗ ପୂଜା କରିବା ଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ବେଲ ପତ୍ରରେ ଭଗବାନ ଶିବଙ୍କ ପୂଜା କରିବା ଏବଂ ତାଙ୍କୁ ଜଳ ଚଢ଼ାଇବା ଅତ୍ୟନ୍ତ ଫଳଦାୟକ ବୋଲି କୁହାଯାଇଥାଏ।

କୁମାରୀ ଝିଅମାନେ ମନ ମୁତାବକ ବର ପ୍ରାପ୍ତ କରିବା ପାଇଁ ଶ୍ରାବଣ ମାସର ସୋମବାର ବ୍ରତ ରଖିଥାନ୍ତି। ଶିବ ପୁରାଣ ଅନୁସାରେ ଯେଉଁ ଭକ୍ତ ଶ୍ରାବଣ ମାସରେ ସୋମବାର ବ୍ରତ ରଖିଥାନ୍ତି ଶିବ ତାଙ୍କର ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି।

ଦାମ୍ପତ୍ୟ ଜୀବନର ମନୋମାଳିନ୍ୟକୁ ଦୂର କରିବା ପାଇଁ ସ୍ବାମୀ -ସ୍ତ୍ରୀ ମିଶି ପୂରା ଶ୍ରାବଣ ମାସରେ କ୍ଷୀର,ଦହି,ଘିଅ,ମହୁ ଏବଂ ଚିନି ଅର୍ଥାତ୍ ପଞ୍ଚାମୃତରେ ଭଗବାନ ଶିବଙ୍କ ଅଭିଷେକ କରିବା ଉଚିତ୍।

ରୁଦ୍ରାକ୍ଷ ମାଳାରେ ଓଁ ପାର୍ବତୀ ପତୟେ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ ଏବଂ ଭଗବାନ ଶିବଙ୍କ ମନ୍ଦିରରେ ସନ୍ଧ୍ୟା ସମୟରେ ଗାଈ ଘିଅର ଦୀପ ସଂଯୁକ୍ତ କରି ଜଳାନ୍ତୁ।

   Related Posts