ଆଉ କରିବାକୁ ପଡ଼ିବନି ୩୫ ଟଙ୍କା ରିଚାର୍ଜ; ଜାଣନ୍ତୁ କ'ଣ କରିବାକୁ ପଡିବ

Published By : Prameya-News7 Bureau | January 13, 2019 IST

ଦିଲ୍ଲୀ ୧୩/୧ : ସମସ୍ତ ଟେଲିକମ କମ୍ପାନୀଗୁଡିକୁ ରିଲାଏନ୍ସ ଜିଓ ପାଇଁ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି | ଯେଉଁଥିପାଇଁ ସବୁ ଟେଲିକମ କମ୍ପାନୀ ଏକ ସର୍ବନିମ୍ନ ରିଚାର୍ଜ ବ୍ୟବସ୍ଥା ସମସ୍ତ ଗ୍ରାହକଙ୍କ ପାଇଁ ଲାଗୁ କରିଛନ୍ତି | ଯଦି ଏହି ସର୍ବନିମ୍ନ ରିଚାର୍ଜ କରିବେନି ତାହେଲେ ଆପଣଙ୍କ ସିମ ବନ୍ଦ ହୋଇଯିବ | ସିମ ଚାଲୁ ରଖିବା ପାଇଁ ସମସ୍ତ ଗ୍ରାହକଙ୍କୁ ସର୍ବନିମ୍ନ ୩୫ ଟଙ୍କାର ରିଚାର୍ଜ କରିବାକୁ ପଡୁଛି | କେବଳ ଜିଓ ୟୁଜର୍ସ ହିଁ ଏହି ୩୫ ଟଙ୍କା ରିଚାର୍ଜ କରିବେନାହିଁ | ଜିଓ ଛଡା ଅନ୍ୟ ସମସ୍ତ ଗ୍ରାହକଙ୍କୁ ୩୫ ଟଙ୍କାର ରିଚାର୍ଜ କରିବାକୁ ହେବ | ଏହାକୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଯଦି ଆପଣଙ୍କ ପାଖରେ ଦୁଇଟି ସିମ ରହିଛି , ଏବଂ ଯଦି ଗୋଟିଏ ନମ୍ବରରେ ଆପଣ ଅନଲିମିଟେଡ଼ ପ୍ୟାକ ରିଚାର୍ଜ କରିଛନ୍ତି ତାହେଲେ ମଧ୍ୟ ଅନ୍ୟ ନମ୍ବର ପାଇଁ ଆପଣଙ୍କୁ ୩୫ ଟଙ୍କା ରିଚାର୍ଜ କରିବାକୁ ପଡୁଛି |

{"id":73400}


୩୫ ଟଙ୍କାର ଏହି ପ୍ଲାନରେ ୨୬ ଟଙ୍କା ଟାକଟାଇମ ମିଳୁଛି | ଏହି ପ୍ଲାନର ସମୟସୀମା ରହିଛି ୨୮ ଦିନ | ଏହି ପ୍ଲାନରେ ଗ୍ରାହକଙ୍କୁ ସେକେଣ୍ଡ ପ୍ରତି ୨.୫ ପଇସା କଲ ଚାର୍ଜ ଦେବାକୁ ହେବ | ଏହି ପ୍ଲାନ ଲାଗୁ କରାଯିବାର କାରଣ ହେଲା ଗ୍ରାହକ ଇନକମିଙ୍ଗ କଲ ପାଇଁ ଏୟାରଟେଲ, ଆଇଡ଼ିଆ କିମ୍ବା ଭୋଡାଫୋନ ନମ୍ବର ବ୍ୟବହାର କରୁଛନ୍ତି କିନ୍ତୁ ରିଚାର୍ଜ କରୁନାହାନ୍ତି |

{"id":73401}


ସବୁ ଗ୍ରାହକଙ୍କ ୩୫ ଟଙ୍କା ରିଚାର୍ଜ ପ୍ଲାନ ବନ୍ଦ କରିବା ପାଇଁ କମ୍ପାନୀ ଅନଲିମିଟେଡ଼ ପ୍ଲାନ କିଣିବା ପାଇଁ କହିଛି | ଟେଲିକମ କମ୍ପାନୀ ଅନୁସାରେ, ଯେଉଁ ଗ୍ରାହକ ଅନଲିମିଟେଡ଼ ପ୍ଲାନ ଅନ୍ୟ କମ୍ପାନୀ ତରଫରୁ ରିଚାର୍ଜ କରୁଛନ୍ତି, ସେମାନେ ଏୟାରଟେଲ, ଆଇଡ଼ିଆ ବା ଭୋଡାଫୋନ ନମ୍ବରକୁ ବନ୍ଦ କରିପାରିବେ | ଯଦି ଆପଣ ୩୫ ଟଙ୍କାର ରିଚାର୍ଜ ପ୍ଲାନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅନଲିମିଟେଡ଼ ପ୍ଲାନ ରିଚାର୍ଜ କରିବାକୁ ପଡିବ | ଏହା ଦ୍ୱାରା ଆପଣଙ୍କୁ ଇନକମିଙ୍ଗ ସୁବିଧା ମଧ୍ୟ ମିଳିବ | ଏହି ସବୁ ପ୍ଲାନରୁ ବଂଚିବା ପାଇଁ ଆପଣ ଆପଣଙ୍କ ନମ୍ବରକୁ ଜିଓ ସିମରେ ପୋର୍ଟ କରିପାରିବେ |

{"id":73402}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.