ଏକ ଚୁଟକି ସିନ୍ଦୂର କି କିମତ୍ …ଏବେ ଆପଣ ବି ଜାଣି ନିଅନ୍ତୁ କେତେ…

Published By : Prameya-News7 Bureau | February 16, 2019 IST

 ସିନ୍ଦୁର ଆମ ଦେଶର ପ୍ରାୟତଃ ସମସ୍ତ ହିନ୍ଦୁ,ବୈାଦ୍ଧ,ଜୈନ ଏବଂ କିଛି ଅନ୍ୟ ସଂପ୍ରଦାୟର ବିବାହିତା ମହିଳା ନିଜ ସିନ୍ଥିରେ ଲଗାଇଥାଆନ୍ତି। ସିନ୍ଦୁର ପ୍ରତ୍ୟେକ ମହିଳାଙ୍କ ବିବାହିତା ହେବାର ପ୍ରତୀକ ରୂପେ ଦେଖାଯାଇଥାଏ। ମଥାରେ ସିନ୍ଦୁର ଭରିବା ଏକ ପବିତ୍ର ସଂସ୍କାର ବୋଲି ଗ୍ରହଣ କରାଯାଇଥାଏ । ପ୍ରତ୍ୟେକ ନାରୀଙ୍କ ଶୃଙ୍ଗାରରେ ସିନ୍ଦୂରର ସ୍ଥାନ ସବୁଠୁ ପ୍ରଥମେ ଆସିଥାଏ ଏବଂ ଏହାକୁ ସବୁଠୁ ମଙ୍ଗଳକାରୀ ଭାବେ ଜଣାଯାଇଥାଏ। ସିନ୍ଦୁରର ପ୍ରଚଳନ ୫୦୦୦ବର୍ଷ ତଳୁ ଚାଲିଆସିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ଭରିଥାଆନ୍ତି।

{"id":85768,"width":596,"height":334}

ସିନ୍ଦୁର ଲାଲ କିମ୍ବା ନାରଙ୍ଗୀ ରଙ୍ଗର ଏକ ପାଉଡର ହୋଇଥାଏ ଯାହା କମିଲା ନାମକ ବୃକ୍ଷର ଏକ ଚେର, ମୂଳ ଛାଲି ଓ ଫଳରୁ  ପ୍ରସ୍ତୁତ ହୋଇଥାଏ। ଏହି ବୃକ୍ଷ୨୦ରୁ ୨୫ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଏହାର ପେନ୍ଥାରେ ସୋରିଷ ଦାନା ଭଳି ଲାଲ ଓ ନାରଙ୍ଗୀ ରଙ୍ଗର ପରାଗ କଣାରେ ଘୋଡ଼ାଇ ହୋଇ ରହିଥାଏ ଯେଉଁଥିରେ କିଛି ନ ମିଶାଇ ଶୁଦ୍ଧ ଭାବରେ ପେଶି ସିନ୍ଦୂର ପ୍ରସ୍ତୁତ କରାଯାଇଥାଏ।

{"id":85769,"width":596,"height":298}

ଆଜିକାଲି ବଜାରରେ ଶୁଦ୍ଧ ସିନ୍ଦୁର ସହ କେମିକାଲ ମିଶା ସିନ୍ଦୁର ମଧ୍ୟ ମିଳୁଛି। ଏହାର ପ୍ରୟୋଗ ଟିକିଲିରେ ମଧ୍ୟ ହୋଇଥାଏ। କେମିକାଲ ସିନ୍ଦୁର ପାରଦ କିମ୍ବା ସୀସା ଭଳି କେମିକାଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ଏହା ବିଷାକ୍ତ ହୋଇଥାଏ ଏବଂ ଏହା ଲଗାଇବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍।

{"id":85770,"width":597,"height":362}

ଆଜିକାଲି ଅଧିକାଂଶ ମହିଳା କର୍ମଜୀବି । ଅଫିସ୍ ଡେକୋରମ୍ ହିସାବରେ ସିନ୍ଦୁର ଲଗାଇବାର ଫ୍ୟାସନ୍ ମଧ୍ୟ ବଦଳିଗଲାଣି। ବେଳେବେଳେ ଏହାକୁ ଲୁଚାଇ ମଧ୍ୟ ଲଗାଯାଇଥାଏ।

{"id":85771,"width":592,"height":382}

ଆଜି ଆମେ ଜାଣିବା ସିନ୍ଦୂର ଲଗାଇବାର କିଛି ବୈଜ୍ଞାନିକ ତଥ୍ୟ ବିଷୟରେ

୧.ସ୍ବାମୀଙ୍କ ଦୀର୍ଘ ଜୀବନ : ପାରମ୍ପରିକ ଭାବରେ ଏହା ସ୍ବାମୀଙ୍କ ଦୀର୍ଘ ଜୀବନ ସୁନିଶ୍ଚିତ କରିବା ପାଇଁ ଲଗାଯାଇଥାଏ। ହିନ୍ଦୁ ସମାଜରେ ପ୍ରତ୍ୟେକ ବିବାହିତାଙ୍କ ପାଇଁ ସିନ୍ଦୂର ଲଗାଇବା ଅତ୍ୟନ୍ତ ଜରୁରୀ ହୋଇଥାଏ।

{"id":85772,"width":593,"height":445}

୨.ରକ୍ତଚାପ ନିୟନ୍ତ୍ରଣ : ସିନ୍ଦୂର ଲଗାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ସିନ୍ଦୂର ମାଧ୍ୟମରେ ମହିଳାଙ୍କ ପିଟ୍ୟୁଇଟାରୀ ଗ୍ରନ୍ଥି ସ୍ଥିର ରହିଥାଏ।

{"id":85773,"width":595,"height":334}

୩.ନାରୀ ସଶକ୍ତିକରଣର ପ୍ରତୀକ: ଧର୍ମ ଗ୍ରନ୍ଥରେ ଲାଲ ରଙ୍ଗ ମାଧ୍ୟମରେ ସତୀ ଏବଂ ପାର୍ବତୀଙ୍କ ଶକ୍ତିକୁ ବ୍ୟକ୍ତ କରାଯାଇଛି। ସତୀଙ୍କୁ ହିନ୍ଦୁ ସମାଜରେ ଏକ ଆଦର୍ଶ ପତ୍ନୀର ସ୍ବରୂପ ଭାବରେ ବିଚାର କରାଯାଏ । ଯିଏ ନିଜ ସ୍ବାମୀଙ୍କ ପାଇଁ ନିଜ ଜୀବନକୁ ତ୍ୟାଗ କରିଛନ୍ତି। ହିନ୍ଦୁଙ୍କ ବିଶ୍ବାସ ରହିଛି ଯେ ସିନ୍ଦୂର ଲଗାଇବା ଦ୍ବାରା ଦେବୀ ପାର୍ବତୀ ପ୍ରତ୍ୟେକ ବିବାହିତା ନାରୀଙ୍କୁ ‘ଅଖଣ୍ଡ ସୈାଭାଗ୍ୟବତୀ’ ହେବାପାଇଁ ଆଶୀର୍ବାଦ ଦେଇଥାଆନ୍ତି।

{"id":85775,"width":596,"height":445}

୪.ଶାନ୍ତ ଏବଂ ସୁସ୍ଥ ଚିତ୍ତ: ଏପରି ମଧ୍ୟ ବିଶ୍ବାସ ରହିଛି ଯେ ସିନ୍ଦୂର ସ୍ତ୍ରୀଙ୍କୁ ଶାନ୍ତ ଏବଂ ସୁସ୍ଥ ରଖିବାକୁ ସହାୟକ ହୋଇଥାଏ। ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା ତାହେଲେ ମଧ୍ୟ ଏହା ସତ୍ୟ ପ୍ରମାଣିତ ହୋଇଥାଏ।

{"id":85776,"width":595,"height":357}

୫.ଲକ୍ଷ୍ମୀଙ୍କ ସ୍ବରୂପ: ଏହା କୁହାଯାଇଥାଏ ଯେ ଲକ୍ଷ୍ମୀ ପୃଥିବୀରେ ୫ଟି ସ୍ଥାନରେ ରହିଥାଆନ୍ତି ଏବଂ ତାଙ୍କୁ ହିନ୍ଦୁ ସମାଜରେ ମୁଣ୍ଡରେ ସ୍ଥାନ ଦିଆଯାଇଥାଏ। ଯେଉଁଥିପାଇଁ ଆମେ ମଥାରେ କୁମକୁମ୍ ଲଗାଇ ତାଙ୍କୁ ସମ୍ମାନ ଦେଇଥାଉ। ଦେବୀ ଲକ୍ଷ୍ମୀ ଆମ ପରିବାର ନିମନ୍ତେ ଉତ୍ତମ ଭାଗ୍ୟ ଏବଂ ଧନ ଆଣିବାରେ ସହାୟକ ହୋଇଥାଆନ୍ତି। ସେଥିପାଇଁ ବିବାହିତା ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ।

{"id":85777,"width":596,"height":447}

୬.ଭାବନାତ୍ମକ ବନ୍ଧନ ଏବଂ ଦୈବିକ ମାନ୍ୟତା: ସ୍ବାମୀ ନିଜ ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇଥାଆନ୍ତି ଏବଂ ଏଥିପାଇଁ ପରସ୍ପର ପ୍ରତି ଏକ ଭାବନାତ୍ମକ ବନ୍ଧନ ସୃଷ୍ଟି ହୋଇଥାଏ। ହିନ୍ଦୁ ଧର୍ମରେ ନବରାତ୍ରି,ଦିପାବଳୀ,ସାବିତ୍ରୀ ଭଳି ଅନ୍ୟ ଶୁଭ ଅବସରରେ ସ୍ବାମୀ ନିଜ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ଲଗାଇବା ଶୁଭ ଗଣାଯାଇଥାଏ। ଏହା ସେମାନଙ୍କୁ ଏକାଠି ରଖିବାର ପ୍ରତୀକ ହୋଇଥାଏ ଏବଂ ଏହା ଦ୍ବାରା ସେମାନେ ଦୀର୍ଘ ଦିନ ଯାଏଁ ଏକାଠି ରହିଥାଆନ୍ତି।

{"id":85778,"width":597,"height":318}


୭.ବ୍ୟକ୍ତିତ୍ବରେ ଚମକ: ବିବାହିତାଙ୍କ ପାଇଁ ସିନ୍ଦୂର ଲଗାଇବା ଯେତିକି ମଙ୍ଗଳକାରୀ ହୋଇଥାଏ ତାଙ୍କ ସୈାନ୍ଦର୍ଯ୍ୟରେ ମଧ୍ୟ ସେତିକି ଚମକ ଆଣିଥାଏ ।

{"id":85779,"width":595,"height":452}

୮.ଚର୍ମ କୁଞ୍ଚନ ହୋଇନଥାଏ: ଶରୀର ରଚନା ବିଜ୍ଞାନ କଥା କହିବା ଯଦି ସ୍ତ୍ରୀ ମଥାରେ ଯେଉଁ ସ୍ଥାନରେ ସିନ୍ଦୂର ଲଗାଇଥାଆନ୍ତି ସେହି ସ୍ଥାନ ବ୍ରହ୍ମରନ୍ଧ୍ର ଏବଂ ଅହିମ ନାମକ ମର୍ମସ୍ଥଳର ଠିକ୍ ଉପରେ ରହିଥାଏ। ସିନ୍ଦୂରରେ ଧାତୁ ଅଧିକ ମାତ୍ରାରେ ରହିଥାଏ। ଏଥିପାଇଁ ତ୍ବଚାରେ କୁଞ୍ଚନ ପଡ଼ିନଥାଏ।

{"id":85780,"width":597,"height":382}

ସେଥିପାଇଁ ସିନ୍ଦୂର କମ୍ ଲଗାନ୍ତୁ କି ବେଶୀ ଲଗାନ୍ତୁ,ମଝିରେ ଲଗାନ୍ତୁ କି କଡ଼ରେ ଲଗାନ୍ତୁ,ଦେଖାଇ ଲଗାନ୍ତୁ କି ଲୁଚାଇ ଲଗାନ୍ତୁ ,ଲାଲ ଲଗାନ୍ତୁ କି ନାରଙ୍ଗୀ ଲଗାନ୍ତୁ,ପାଉଡର ଲଗାନ୍ତୁ କି ଲିକୁଇଡ ଲଗାନ୍ତୁ ;;;;କିନ୍ତୁ ନିଶ୍ଚୟ ଲଗାନ୍ତୁ। କାରଣ ଏଥିରୁ ସୈାଭାଗ୍ୟରେ ମିଳିଥାଏ ଏବଂ ବିଜ୍ଞାନ ସମ୍ମତ ମଧ୍ୟ ।   

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.