ବିଶ୍ୱର ସବୁଠୁ ରହସ୍ୟମୟ ପୁସ୍ତକ ‘ସୈତାନର ବାଇବେଲ’, ଜାଣନ୍ତୁ କେଉଁଠି ସାଇତା ହୋଇଛି ଅଜଣା ଲେଖକଙ୍କର ଏହି ବହି

Published By : Prameya-News7 Bureau | August 15, 2019 IST

ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି। ଯେଉଁଗୁଡିକ ମନୁଷ୍ୟକୁ ସୁସ୍ଥ ସାମାଜିକ ଜୀବନ ସମ୍ପର୍କରେ ମାର୍ଗଦର୍ଶନ କରିଥାନ୍ତି। ଏଥିରେ ଆମେ ବାଇବେଲ, ଗୀତା, କୁରଆନ ଓ ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥକୁ ଗ୍ରହଣ କରେ। ଏହା ଛଡା ବିଭିନ୍ନ ଦେଶର ମହାମନିଷିମାନେ ମଧ୍ୟ ସେମାନଙ୍କର ଦିବ୍ୟ ଦର୍ଶନକୁ ପୁସ୍ତକ ଓ ଗ୍ରନ୍ଥ ଆକାରରେ ମାନବ ସଭ୍ୟତାକୁ ଦେଇଯାଇଛନ୍ତି। ତେବେ ଏତେ ସବୁ ଉପାଦେୟ ପୁସ୍ତକ ସହ ବିଶ୍ୱରେ ରହସ୍ୟମୟ ‘ଶୈତାନର ବାଇବେଲ’ ଥିବା ନେଇ ଲୋକଙ୍କ ଦନ୍ତ କଥା ଏବେ ସତ୍ୟରେ ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ପୃଥିବୀର କେଉଁଠି ରହିଛି ଏହି ଏହି ବାଇବେଲ ଓ ଏହା ସମ୍ପର୍କରେ ଅନେକ ରହସ୍ୟମୟ କଥା।  

{"id":144696}

ଏହି ପୁସ୍ତକର ନାମ ଯେପରି ପୁସ୍ତକଟି ମଧ୍ୟ ସେହିପରି । ସବୁ ପୁସ୍ତକ, ଗ୍ରନ୍ଥ କାଗଜ ଓ ପୋଥି ଆଦିରେ ଲେଖାଯାଇଥିବା ବେଳେ ସୈତାନର ବାଇବେଲ ଲେଖାଯାଇଛି ଚମଡା ପତ୍ରରେ। ମାତ୍ର ୧୬୦ ପୃଷ୍ଠାର ଏହି ଗ୍ରନ୍ଥର ଓଜନ ପ୍ରାୟ ୮୫ କେଜି ପାଖାପାଖି । ଯାହାକୁ ଉଠାଇବାକୁ ୨ ଜଣ ଲୋକଙ୍କ ଆବଶ୍ୟକତା ପଡିଥାଏ। ସୈତାନର ଆଦେଶରେ ଏହାକୁ ଲେଖାଯାଇଥିବା କୁହାଯାଉଥିବା ବେଳେ ଏହି ପୁସ୍ତକ ପ୍ରତି ସର୍ବଦା ଲୋକଙ୍କ ମନରେ ଭୟ ରହିଆସିଛି। ଏହି ପୁସ୍ତକଟି ଏବେ ସ୍ୱିଡେନର ଗ୍ରନ୍ଥାଗାରରେ ସଂରକ୍ଷିତ ହୋଇ ରହିଛି। ଏହାର ଏଭଳି ନାମକରଣର ଅନ୍ୟ ଏକ କାରଣ ହେଉଛି ପୁସ୍ତକର ମଲାଟରେ ରହିଛି ସୈତାନର ଛବି।

{"id":144697,"width":576,"height":383}

୮୯ ସେଣ୍ଟିମିଟର ଉଚ୍ଚ ଓ ୪୯ ସେଣ୍ଟିମିଟର ଚୌଡା ଏହି ପୁସ୍ତକ ବିଷୟରେ ଶୁଣା ଯାଏ ଯେ ଯିଏବି ଏହାକୁ ଲେଖିଛନ୍ତି ସେ ଗୋଟିଏ ଦିନରେ ସାରା ୧୬୦ ପୃଷ୍ଠା ଲେଖିଛନ୍ତି । ତେବେ ବୈଜ୍ଞାନିକ କିନ୍ତୁ ଏ କଥାକୁ ସ୍ୱୀକାର କରନ୍ତି ନାହିଁ। ପୁସ୍ତକର ପ୍ରାଚୀନତା ଓ ସେ ସମୟର ଲେଖନ ଶୈଳୀ ଅନୁଧ୍ୟାନ କଲେ ଏହାକୁ ଲେଖକ କେବେ ଗୋଟିଏ ଦିନରେ ଲେଖି ପାରିନଥିବ। କିଛି ଗବେଷକଙ୍କ ମତରେ ଯେଉଁ ପ୍ରଣାଳୀରେ ପ୍ରାଚୀନ ପୁସ୍ତକଟି ଲେଖା ଯାଇଛି ସେଥିପାଇଁ ଲେଖକଙ୍କୁ ଅନୁନ୍ୟ ୨୫ରୁ ୩୦ ବର୍ଷ ସମୟ ଲାଗିଥିବ। ତେବେ ଆଉ କିଛି ବୈଜ୍ଞାନିକ ଏହି ପୁସ୍ତକପଛର ରହସ୍ୟ ଏବେ ସାମ୍ନାକୁ ଆଣିଛନ୍ତି। ପୁସ୍ତକ ସମ୍ପର୍କରେ ସେମାନେ ଯାହା କହିଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ଏହି

{"id":144698}

ବୈଜ୍ଞାକନିକମାନଙ୍କ ଅନୁସାରେ ପୁସ୍ତକ ସମ୍ପର୍କରେ ଯାହାବି ଶୁଣା ଯାଉଛି ଓ ଲୋକେ ଯାହା ବି କହୁଛନ୍ତି ତାହା ବାସ୍ତବିକ ସତ୍ୟ। କୌଣସି ବ୍ୟକ୍ତିକୁ ସୈତାନ ବସ କରି ୨୫ କି ୩୦ ବର୍ଷ ନୁହେଁ ମାତ୍ର ଦିନରେ ନିଜର ସବୁ କଥା ଲେଖାଇଥିବା ବୈଜ୍ଞାନିକମାନେ କହିଛନ୍ତି। ତେବେ କୌଣସି ବୈଜ୍ଞାନିକ ଏହା ସ୍ପଷ୍ଟ କରିପାରୁନାହାନ୍ତି ଏହାକୁ ସୈତାନ କେବେ, କାହାଦ୍ୱାରା ଓ କାହିଁକି ଲେଖାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.