କ୍ୟାପିଟାଲ କ୍ରାଇମ୍‌/ମଧ୍ୟରାତ୍ରିରେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଅପରାଧର ତାଲିକା ଦେଖିଲେ ଲୋମ ଟାଙ୍କୁରି ଉଠିବ…

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର ୩|୮: ରାଜଧାନୀରେ ଏନକାଉଁଣ୍ଟର । ପୋଲିସ ଗୁଳିରେ ଲହୁଲୁହାଣ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ଭୁବନେଶ୍ବର ଟଙ୍କପାଣି ରାସ୍ତାର ପୁରୁଣା ଜଗନ୍ନାଥ ସଡକରେ ଘଟିଛି ଘଟଣା । ଏକ ବଡଧରଣର ଡକାୟତି ଉଦ୍ୟମକୁ ଫସର ଫଟାଇଦେଇଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।

{"id":140478}

ରାଜଧାନୀରେ ଫୁଟିଲା ପୋଲିସ ଗୁଳି । ପୋଲିସ ଗୁଳିରେ ଆହତ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ବାବୁ ଓରଫ ବିବେକାନନ୍ଦ ମଲିକ ଓ କାଲୁ ଓରଫ ଅରୁଣ ନାଏକ ଜଙ୍ଘରେ ବାଜିଛି ଗୁଳି । ଆହତ ଦୁଇ ଅପରାଧୀଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ  ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

{"id":140479}

ଶୁକ୍ରବାର ରାତି ୩ଟା । ଟଙ୍କପାଣି ରାସ୍ତାର ପୁରୁଣା ଜଗନ୍ନାଥ ସଡକ ଉପରେ  ଠିଆ ହୋଇଥିଲା ଏକ ୱାଗନର କାର । କାର ଭିତରେ ବସି ମଦ ପିଉଥିଲେ ୫ଜଣ ଅପରାଧୀ । ଆଉ ସୋହି ଅଞ୍ଚଳରେ ଏକ ବଡ ଧରଣର ଡକାୟତି କରିବାକୁ କରିଥିଲେ ଯୋଜନା ।

{"id":140480}

କୌଣସି ସୁତ୍ରରୁ ଖବର ପାଇ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ  ସହିତ  ସହିଦନଗର  , ମଞ୍ଚେଶ୍ବର , ଖମଣ୍ଡଗିରି , ଓ କ୍ୟାପିଟାଲ ଥାନା ଅଧିକାରୀ ପହଁଚି ଥିଲେ ଘଟଣା ସ୍ଥଳରେ । ଡକାୟତ ମାନେ ପୋଲିସକୁ ଦେଖି ତାଙ୍କ ଉପରକୁ ଗୁଳି ଚାଳନା କରି ଖସିଯିବାକୁ ପ୍ରୟାସ କରିଥିଲେ । ଆଉ ପୋଲିସ ଡକାୟତମାନଙ୍କୁ ଧରିବାକୁ ପାଞ୍ଚ ରାଉଣ୍ଡ ଗୁଳି ଫୁଟାଇଥିଲା । ବାବୁ ଓ କାଳୁ ଦେହରେ ଗୁଳି ବାଜିଥିବା ବେଳେ ଅନ୍ୟ ତିନିଜଣ ସହଯୋଗି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

{"id":140481}

ରାଜଧାନୀରେ ଗତ ତିନି ମାସ ମଧ୍ୟରେ ଘଟିଥିବା ଅନେକ ଅପରାଧୀକ ମାମଲାରେ ଏହି ଦୁଇ ଦୁର୍ଧନ୍ତ ଅପରାଧୀଙ୍କର ସମ୍ଫୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।  ଗରୁବାର ବାଲିଅନ୍ତା ଥାନା ଅନ୍ତର୍ଗତ  ସାଟେଲାଇଟ ସିଟିରେ ଥିବା ଆଡ୍ଡା ଉପରେ ଚଢାଉ  କରିଥିଲା କମିଶନରେଟ ପୋଲିସ । ହେଲେ ସେଠାରୁ ଖାଲି ହାତରେ ଫେରିଥିଲା ସ୍ପେସାଲ ସ୍ବାର୍ଡ । ଡକାୟତମାନଙ୍କ ଆଡ୍ଡା ଭିତରୁ ପୋଲିସକୁ ମଳିଥିଲା ଅନେକ ସୁରାକ । ଡାକାୟତମାନେ ଧରାପଡିବା ପରେଏମାନଙ୍କ ଅପରାଧର ଚିଠା ଖୋଲିଥିଲା କମିଶନରେଟ ପୋଲିସ ।

{"id":140482}

ଅପରାଧ ନମ୍ବର ୧ -  ମେ ୧୯ , ୨୦୧୯ ଖଣ୍ଡଗିରି ବାରିରୁ ଡ୍ରାଇଭରକୁ ଆକ୍ରମଣ କରି ଲୁଟି ନେଇଥିଲେ ଟାଭେରା କାର

ଅପରାଧ ନମ୍ବର ୨ - ଜୁନ ୨୮ ୨୦୧୯  ପଖୋରୀପୁଟ ଅଞ୍ଚଳରେ ସିଧାର୍ଥ ଦାସଙ୍କ  ଡ୍ରାଇଭରକୁ ମରଣାନ୍ତ ଆକ୍ରମଣ କରି ଲୁଟି ନେଲେ ଡଷ୍ଟର କାର

ଅପରାଧ ନମ୍ବର ୩ - ୧ ଜୁଲାଇ ୨୦୧୯ ଜାଗମରା ଠାରେ ଏକ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଇଥିଲେ ସର୍ବଶ୍ବ

ଅପରାଧ ନମ୍ବର ୪ - ୧୦ ଜୁଲାଇ ୨୦୧୯ ପାହାଳ ନିକଟ ଏକ ବ୍ୟାଙ୍କରୁ ୩୦ ଲକ୍ଷ  ଟଙ୍କା ନେଇ ଆସୁଥିବା ଏକ କାରରୁ ଲୁଟି ନେଇଥିଲେ ଏହି ଲୁଟେରା ଦଳ ।

ଅପରାଧ ନମ୍ବର ୫ - ୩୦ ଜୁଲାଇ ୨୦୧୯  ପାଣ୍ଡରା ଛକରେ ପୁରୁଣା କାର ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ ଲୁଟ । ସେହିଦିନ ରାତିରେ ରୁସୁଲଗଡର  ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ ଉଦ୍ୟମ କରିଥିଲେ ଏହି ଡକାୟତ ଦଳ ।

{"id":140483}

ଏହି ଦୁଇ ଡକାୟତଙ୍କ ସହ ଥିବା ଅନ୍ୟ ସହଯୋଗୀମାନଙ୍କ ପରିଚୟ ଓ ଠିକଣା ପାଇ ସାରିଛି କମିଶନରେଟ ପୋଲିସ । ଖୁବ ଶିଘ୍ର ସେମାନଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ଏହି ଦୁର୍ଦ୍ଦାନ୍ତ ଡକାୟତମାନଙ୍କୁ ଏନକାଉଣ୍ଟର ପରେ ରାଜଧାନୀରେ ବଢି ଚାଳଇଥିବା ଅପରାଧ ସଂଖ୍ୟା କମିବ ବୋଲି  ଆଶା ପ୍ରକାଶ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.