Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସାଇକେଲରେ ବୁଲି ବୁଲି ଆଚାର ବିକୁଥିଲେ ବୋଲି ମହିଳାଙ୍କୁ ଗାଁରୁ ବହିଷ୍କାର କରିଦିଆଯାଇଥିଲା ; ତାଙ୍କ ଆଚାର ଏବେ ବିଦେଶକୁ ରପ୍ତାନି ହେଉଛି

28/01/2019 at 2:22 PM

ଆନନ୍ଦପୁର ୨୮/୧ : ବିହାର ମୁଜାଫରପୁର ଅନ୍ତର୍ଗତ ଆନନ୍ଦପୁର ଗାଁରେ ରୁହନ୍ତି ରାଜକୁମାରୀ ଦେବୀ | ୧୯୭୪ ମସିହାରେ ତାଙ୍କର ବିବାହ ହୋଇଥିଲା | ବହୁ ବର୍ଷ ଯାଏଁ ସନ୍ତାନ ନହେବାରୁ ଶାଶୂ ଘର ଲୋକେ ତାଙ୍କୁ ନାନା ନିର୍ଯ୍ୟାତନା ଦେଉଥିଲେ | ୧୯୮୩ ମସିହାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା | ଝିଅ ଜନ୍ମ ହେଲା ବୋଲି ପୁଣି ଶାଶୂଘର ଲୋକେ ନିର୍ଯ୍ୟାତନା ଦେଇଥିଲେ | ଏପରିକି ତାଙ୍କୁ ଘରୁ ଅଲଗା କରିଦିଆଗଲା | ସେ ବିଲରେ ରହି ଚାଷବାସ କଲେ | ଚାଷବାସରେ ବୈଜ୍ଞାନିକ ଉପାୟ ଅବଲମ୍ବନ କଲେ | ଆଚାର, ମୁରବ୍ବା ଆଦି ତିଆରି କରି ସାଇକେଲ ଯୋଗେ ଗାଁ ଗାଁ ବୁଲି ବିକିବା ଆରମ୍ଭ କଲେ | ଗାଁରେ ତାଙ୍କୁ ଲୋକେ କିଷାନ ଚାଚି ବୋଲି ଡାକୁଥିଲେ |


ଜଣେ ମହିଳା ହୋଇ ଗାଁ ଗାଁ ବୁଲି ଆଚାର ବିକିବା ସମାଜ ପକ୍ଷରେ ହଜମ କରିପାରିନଥିଲା | ଶେଷରେ ତାଙ୍କୁ ଗାଁରୁ ମଧ୍ୟ ବହିଷ୍କାର କରିଦିଆଗଲା | ସେ ସେହି ଗାଁରୁ ବାହାରିଗଲେ ସିନା ହେଲେ ନିଜ କାମ ବନ୍ଦ କଲେ ନାହିଁ | ସେ ପୂର୍ବ ଭଳି ଆଚାର, ମୁରବ୍ବା ତିଆରି କରି ବିକ୍ରି କଲେ | ଗାଁମାନଙ୍କରେ ମେଳା ପଡିଲେ ସେଠାରେ ମଧ୍ୟ ଦୋକାନ କରି ଆଚାର ବିକିଲେ | ୨୦୦୩ ମସିହାରେ ଏକ କିଷାନ ମେଳାରେ ତାଙ୍କୁ ପୁରଷ୍କୃତ କରାଯାଇଥିଲା | ମହିଳାଙ୍କ କାର୍ଯ୍ୟ ଦକ୍ଷତା ଦେଖି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ |

ମହିଳା ଆଚାର ବ୍ୟବସାୟକୁ ବଢାଇବା ଦିଗରେ ମୁଖ୍ୟମନ୍ତ୍ରୀ ବହୁତ ସହାୟତା ମଧ୍ୟ କରିଥିଲେ | କିଷାନ ଚାଚିଙ୍କ ସହ ୨୫୦ ଜଣ ମହିଳା ଏବେ କାମ କରୁଛନ୍ତି | ଏହି ସମସ୍ତ ମହିଳା ଚାଚିଙ୍କ ସହ ମିଶି ଆଚାର ଓ ମୁରବ୍ବା ତିଆରି କରନ୍ତି |

ତାଙ୍କର ଏକ ସଂସ୍ଥା ରହିଛି | ଚାଚି କିନ୍ତୁ ଏବେ ଆଗ ଭଳି ସାଇକେଲରେ ଗାଁ ଗାଁ ବୁଲୁନାହାନ୍ତି | ନିଜ ଟଙ୍କାରେ ସେ ଏକ ସ୍କୁଟି କିଣିଛନ୍ତି | ଏହି ସ୍କୁଟି ଧାରୀ ସେ ଗାଁ ଗାଁ ବୁଲି ଆଚାର ସପ୍ଲାଏ କରୁଛନ୍ତି | ତାଙ୍କ ଆଚାର, ମୁରବ୍ବା ଖାଇବାକୁ ଲୋକେ ଏତେ ପସନ୍ଦ କରନ୍ତି ଯେ, ସେ ବିଦେଶକୁ ମଧ୍ୟ ରପ୍ତାନି ହେଉଛି |


୨୦୦୬ ମସିହାରେ କିଷାନ ଚାଚିଙ୍କୁ ଶ୍ରୀ ସମ୍ମାନ ମିଳିଥିଲା | ସେହିଦିନ ଠାରୁ ମହିଳାଙ୍କ ନାଁ ହୋଇଗଲା କିଷାନ ଚାଚି | ସେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି |

ମୋଦି ସେତେବେଳେ ତାଙ୍କ ଫୁଡ ପ୍ରୋସେସିଂ ମଡେଲକୁ ସରକାରୀ ୱେବସାଇଟରେ ଦେଇଥିଲେ | ୨୦୧୫ ମସିହା ଏବଂ ୨୦୧୬ ମସିହାରେ କିଷାନ ଚାଚିଙ୍କୁ ଅମିତାଭ ବଚ୍ଚନ ତାଙ୍କର ଶୋ ‘କୌନ ବନେଗାଁ କାରୋଡ଼ପତି’ରେ ନିମନ୍ତ୍ରଣ କରିଥିଲେ |

   Related Posts