ଜାଣନ୍ତୁ ମୋହିନୀ ଏକାଦଶୀର ବିଶେଷତ୍ବ : ଏହି ବ୍ରତ ପଢ଼ିଲେ ଏବଂ ଶୁଣିଲେ ମିଳିଥାଏ ସହସ୍ର ଗୋ-ଦାନର ପୁଣ୍ୟ

Published By : Prameya-News7 Bureau | May 04, 2020 IST

ହିନ୍ଦୁ ଶାସ୍ତ୍ରରେ ଏକାଦଶୀ ତିଥିର ବିଶେଷ ମହତ୍ତ୍ବ ରହିଥାଏ। ଏହି ବ୍ରତ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କୁ ସମର୍ପିତ। ଏହି ବ୍ରତ ପ୍ରଭାବରେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ଯେଉଁ ଜାତକର ବ୍ୟକ୍ତି ବ୍ରତ ରଖି ପାରିବେ ନାହିଁ ସେମାନେ ଏହି କଥାକୁ ଶୁଣିବା ଏବଂ ପଢ଼ିବା ଦ୍ବାରା ସହସ୍ର ଗୋ ଦାନ ସମାନ ଫଳ ପାଇ ପାରିବେ।

ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ,‘ କେଶବ,ବୈଶାଖ ମାସର ଶୁକ୍ଳପକ୍ଷରେ ଯେଉଁ ତିଥି ଆସିଥାଏ ତାହାକୁ କେଉଁ ନାମରେ ଡକାଯାଇଥାଏ? ଏହା କରିବା ଦ୍ବାରା କିଭଳି ଫଳ ପ୍ରାପ୍ତି ହୋଇଥାଏ?ଏହାକୁ କିପରି କରାଯାଇଥାଏ? ଏହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ- ‘ଧର୍ମରାଜ ଯୁଧିଷ୍ଠିର! ଏହା ପୂର୍ବରୁ ଏହି ପ୍ରଶ୍ନ ଶ୍ରୀ ରାମଚନ୍ଦ୍ର ମହର୍ଷି ବଶିଷ୍ଠଙ୍କୁ ପଚାରିଥିଲେ। ଉତ୍ତରରେ ବଶିଷ୍ଠ କହିଥିଲେ ଯେ ବୈଶାଖ ମାସର ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ଆସିଥାଏ ଏହାକୁ ମୋହିନୀ ଏକାଦଶୀ ଭାବେ ଜଣାଯାଇଥାଏ। ଏହି ଏକାଦଶୀ ସମସ୍ତ ପାପ କ୍ଷୟ କରିଥାଏ ଏବଂ ସର୍ବୋତ୍ତମ ହୋଇଥାଏ। ଏହି ଉପବାସ କରିବା ଦ୍ବାରା ଜୀବ ମୋହ,ମାୟା ଏବଂ ଯେକୌଣସି ପ୍ରକାର ପାପରୁ ମୁକ୍ତ ହୋଇଯାଇଥାଏ।

ସରସ୍ବତୀ ନଦୀର ମନୋରମ କୂଳରେ ଭଦ୍ରାବତୀ ନାମକ ସୁନ୍ଦର କ୍ଷେତ ଥିଲା। ସେହି ନଗରରେ ଚନ୍ଦ୍ରବଂଶୀ ରାଜା ଧ୍ରୃତିମାନ ରାଜତ୍ବ ଚଲାଉଥିଲେ। ସେହି ନଗରରେ ଜଣେ ସମ୍ଭ୍ରାନ୍ତ ବୈଶ୍ୟ ବାସ କରୁଥିଲେ ଯାହାଙ୍କ ନାଁ ଧନପାଳ ଥିଲା। ସେ ଶ୍ରୀ ହରିଙ୍କ ଭକ୍ତି କରି ଏବଂ ସତକର୍ମ କରି ନିଜ ଜୀବନ ଅତିବାହିତ କରୁଥିଲେ। ତାଙ୍କର ୫ଜଣ ପୁତ୍ର ଥିଲେ- ସୁମନା,ଧ୍ରୃତିମାନ,ମେଧାବୀ,ସୁକୃତ ଏବଂ ଧ୍ରୃଷ୍ଟବୁଦ୍ଧି।

ସବୁଠୁ ସାନ ପୁଅ ଧ୍ରୃଷ୍ଟବୁଦ୍ଧି ସେମାନଙ୍କଠୁ ବିପରୀତ ସ୍ବଭାବର ଥିଲା। ସେ ସଦା ପାପ କର୍ମରେ ଲିପ୍ତ ରହୁଥିଲା। ଭୁଲ୍ କାମ କରି ନିଜ ବାପାଙ୍କ ନାଁ ଏବଂ ଧନ ବରବାଦ୍ କରୁଥିଲା। ଥରେ ଧନପାଳ କୌଣସି କାର୍ଯ୍ୟରେ ବାହାରକୁ ଯାଉଥିବାବେଳେ ଦେଖିଥିଲେ ଯେ ଧୃଷ୍ଟବୁଦ୍ଧି ଜଣେ ବେଶ୍ୟାଙ୍କୁ ଧରି ବୁଲୁଛନ୍ତି। ଧନପାଳ ଠିକ୍ ସେହି ସମୟରେ ନିଜ ପୁତ୍ରକୁ ତ୍ୟାଗ କରିବା ନିଜ ସମ୍ପତ୍ତିରୁ ମଧ୍ୟ ବେଦଖଲ କରିଦେଲେ। ସବୁ ନିକଟ ସମ୍ପର୍କୀୟମାନେ ତାଙ୍କ ସହ ନିଜ ସମ୍ପର୍କ ଚ୍ଛିନ୍ନ କଲେ।

ଧ୍ରୃଷ୍ଟବୁଦ୍ଧି ପାଖରେ ଧନ ନ ଥିବାରୁ ବେଶ୍ୟା ମଧ୍ୟ ତାଙ୍କୁ ଘରୁ ତଡ଼ି ଦେଇଥିଲା। ସେ ଭୋକ ଶୋଷରେ ଏପଟସେପଟ ବୁଲିଥିଲା। ଦୁଃଖ ଯନ୍ତ୍ରଣା ଶୁଣିବାକୁ କେହି ତାଙ୍କ ପାଖେ ନଥିଲେ। ଥରେ ବୁଲୁ ବୁଲୁ ତାଙ୍କର ପୂର୍ବଜନ୍ମର କୋୗଣସି ପୁଣ୍ୟ ଜାଗୃତ ହୋଇଥିଲା ଏବଂ ସେ ଋଷି କୌଣ୍ଡିନ୍ୟଙ୍କ ଆଶ୍ରମରେ ପହଞ୍ଚିଥିଲେ। ବୈଶାଖ ମାସ ଥିଲା। ପ୍ରବଳ ଗ୍ରୀଷ୍ମ ପଡ଼ିଥିଲା। ଋଷି କୌଣ୍ଡିନ୍ୟ ଗଙ୍ଗାରେ ସ୍ନାନ କରି ଆସିଥିଲେ। ଧ୍ରୃଷ୍ଟବୁଦ୍ଧି କୌଣ୍ଡିନ୍ୟଙ୍କ ପାଖେ ହାତ ଯୋଡ଼ି ଠିଆ ହୋଇ କହିଲେ‘ ଦୟା କରି ତାଙ୍କୁ କୌଣସି ବ୍ରତ ବିଷୟରେ ତାଙ୍କୁ କହିବେ ଯାହାର ପୁଣ୍ୟ ଦ୍ବାରା ସେ ମୁକ୍ତି ପାଇଯିବେ।

କୌଣ୍ଡିନ୍ୟ କହିଥିଲେ,‘​‌​‌ବୈଶାଖ ମାସର ଶୁକ୍ଳପକ୍ଷର ଏକାଦଶୀ ମୋହିନୀ ନାଁରେ ପ୍ରସିଦ୍ଧ। ସେହି ଏକାଦଶୀର ବ୍ରତ କର। ଏହି ବ୍ରତ ପ୍ରଭାବରେ ତାଙ୍କର ଅନେକ ଜନ୍ମର ମହାପାପ ନଷ୍ଟ ହୋଇଯିବ। ମୁନିଙ୍କ କହିବାନୁସାରେ, ଧ୍ରୃଷ୍ଟବୁଦ୍ଧି ମୋହିନୀ ଏକାଦଶୀ ବ୍ରତ କରିଥିଲେ। ବ୍ରତ ପ୍ରଭାବରେ ସେ ନିଷ୍ପାପ ହୋଇ ବିଷ୍ଣୁ ଶରୀର ଧାରଣ କରି ଗରୁଡ଼ରେ ଆରୂଢ଼ ହୋଇ ହରିଙ୍କ ପ୍ରିୟ ହୋଇ ବିଷ୍ଣୁଲୋକକୁ ଚାଲିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.