ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦା ଅବସ୍ଥାର ସାଂଘାତିକ ପ୍ରଭାବ ପଡିବ ଓଡିଶାରେ, ଜାଣନ୍ତୁ ପରିସ୍ଥିତି କଣ…

Published By : Prameya-News7 Bureau | August 28, 2019 IST

ଭୁବନେଶ୍ବର୨୮|୮; ଆର୍ଥିକ ମାନ୍ଦାବସ୍ଥା ନେଇ ପୂରା ବିଶ୍ବ ଚିନ୍ତିତ । ଦେଶରେ ଏହାକୁ ନେଇ ପ୍ରତିଦିନ ନୂଆନୂଆ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏହି ସମୟରେ  ଓଡିଶାରେ ମଧ୍ୟ ମାନ୍ଦାବସ୍ଥାର  ପ୍ରଭାବ ପଡିବା ଆଶଂକା ଦେଖାଗଲାଣି । ଦେଶର ଜିଡିପି ହାର ସାଧାରଣଠୁ କମ୍ ହେବ ବୋଲି ଆକଳନ ହୋଇଥିଲା । ଏବେ ସେଇ ଟାର୍ଗେଟ ଠାରୁ ବି ଆହୁରି କମିବ ବୋଲି ବିଭିନ୍ନ ସଂସ୍ଥା କହିଲେଣି ।

{"id":150164}

ଏଭଳି ହେଲେ କେନ୍ଦ୍ରୀୟ ଅନୁଦାନ କମିବ । ସେପଟେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେତିକି ଟିକସ ଆଦାୟ ଲକ୍ଷ୍ୟ ରଖିଛନ୍ତି ତାହା ଆଚିଭ୍ କରିବା କଷ୍ଟ ହୋଇପାରେ । ଏଭଳି ସ୍ଥିତିରେ ରାଜ୍ୟର ବିକାଶ କିଭଳି ଗତିଶୀଳ ହେବ ଏବଂ ସରକାର ବଜେଟରେ ଯେଉଁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ତାକୁ କିଭଳି ଭରଣା କରିବେ ତାକୁ ନେଇ ଉପୁଜିଲାଣଇ ଦ୍ବନ୍ଦ ।…

{"id":150165}

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କଣ ପଡିବ ରାଜ୍ୟ ଅର୍ଥନୀତି ଉପରେ । ସରକାର ଯେଉଁ ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ଲକ୍ଷ୍ୟସ୍ଥଳରେ କଣ ପହଂଚି ପାରିବ ଓଡିଶା । ରାଜ୍ୟର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ ହେବ ତ । କେନ୍ଦ୍ର ଯେତିକି ରାଜ୍ୟର ଅଂଶ ବାବଦକୁ ଦେବାକଥା ତାହା ଦେବ ତ ।

{"id":150166}

ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସେମାନଙ୍କ ବଜେଟ କମିଟମେଣ୍ଟ ପୂରଣ ନକରନ୍ତି ତାହାଲେ ବିକାଶର ଗତି କୁଆଡେ ଯିବ । ସାରା ବିଶ୍ବକୁ ଆର୍ଥିକ ମାନ୍ଦାବସ୍ଥା କବଳିତ କରିଥିବା ବେଳେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଲାଣି ସମସ୍ତଙ୍କ ମନରେ । ଅର୍ଥନୀତିଜ୍ଞଙ୍କ ଠାରୁ ଶିଳ୍ପପତି, ସରକାରଙ୍କ ଠାରୁ ସାଧାରଣ ଲୋକେ ଏଥିପାଇଁ ବି ଚିନ୍ତିତ ।

{"id":150167}

ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଉତ୍ସରୁ ଓଡିଶା ସରକାର ଯେଉଁ ୪୬ ହଜାର କୋଟିର ରାଜସ୍ବ ପ୍ରାପ୍ତି ଲକ୍ଷଧାର୍ଯ୍ୟ କରିଛନ୍ତି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜୁଲାଇ ପର୍ଯ୍ୟନ୍ତ, ପ୍ରଥମ କ୍ବାର୍ଟରରେ ରାଜସ୍ବ ସଂଗ୍ରହ ଲକ୍ଷ୍ୟଠାରୁ ଅଧିକା ଥିଲା । ଏବେ ଚିନ୍ତା ଦ୍ବୀତିୟ କ୍ବାର୍ଟରରୁ ରାଜସ୍ବ ସଂଗ୍ରହକୁ ନେଇ ।

{"id":150168}

କାରଣ ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦର ହ୍ରାସ ପାଇଁ ଖଣି କାରବାର ବାଧାପ୍ରାପ୍ତ ହୋଇଛି ଯାହାକି ରାଜ୍ୟ ରାଜସ୍ବର ସବୁଠୁ ବଡ ଉତ୍ସ । ଏବର୍ଷ ଓଡିଶା ୮୫୦୦ କୋଟି ଖଣି ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛି ।  ସେହିଭଳି କେନ୍ଦ୍ରୀୟ ସ୍ତରରେ ଜିଏସଟି କମିବା ଆଶଙ୍କା ଥିବାରୁ ରାଜ୍ୟ ମଧ୍ୟ ତାର ସେୟାର ହରାଇବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ ତାକୁ ନେଇ ଚିନ୍ତା ।

{"id":150171}

୨୦୧୪ ପୂର୍ବରୁ ଉପା ସରକାର ବେଳଠୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହେଲାଣି । ମୋଦି ସରକାରରେ ବିମୁଦ୍ରିକରଣ ଓ ଜିଏସଟି ଲଗାଇବା ଭଳି କିଛି ନିଷ୍ପତ୍ତି ଅର୍ଥନୀତି ଅଗ୍ରଗତି କୁ ଆହୁରି ଧିମା କରିଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଯେଉଁ ପ୍ୟାକେଜ ଦେଇଛନ୍ତି ସେଥିରେ ମାନ୍ଦାବସ୍ଥାରୁ ସେଭଳି ବଡ ନିସ୍ତାର ନମିଳିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି ।

{"id":150172}

 ଅର୍ତନୀତି ମାନ୍ଦାବସ୍ଥାରେ ସବୁଠୁ ବଡ ଉଦବେଗ ପାଲଟିଛି ବ୍ୟାଙ୍କ ଜମାକୁ ନେଇ । ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା କମାଇଦେଇଛନ୍ତି । ଏହାସାଙ୍ଗକୁ ଡିଜିଟାଇଜେସନ ପୁରୁଣା ବିଜିନେସ ହାଉସକୁ ବି କ୍ଷତି ପହଁଚାଇଛି । ଏଭଳି କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରୁ ପଛୁଆ ରାଜ୍ୟ ଓଡିଶା କିଭଳି ବିକାଶର ଗତି ବଜାୟ ରଖିବ ତାକୁ ନେଇ ଚିନ୍ତା ।

{"id":150173}

ସରକାର କହୁଛନ୍ତି ଯାହା ହେଲେ ବି ଭିତ୍ତିଭୂମି କ୍ଷେତ୍ରକୁ ପ୍ରଭାବିତ ହେବାକୁ ଦିଆଯିବନି । ଯଦି ଏହା ହୁଏ ତାହାଲେ ସରକାର ଋଣ ଅଧିକା କରିପାରନ୍ତି । ଅର୍ଥାତ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରୁ ୨୩ ହଜାର ୭୮୪ କୋଟି ଋଣ କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ ତାର ପରିମାଣ ଆହୁରି ବଢିପାରେ ବୋଲି ଆଂଶକା କରାଯାଉଛି ।

{"id":150175}

ମୋଡି ଭଳି ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି ଜାତୀୟ ଅଭିବୃଦ୍ଧି ହାର ଲକ୍ଷ୍ୟଠାରୁ ବି କମିବ । ୨୦୧୯-୨୦ ପାଇଁ ଯେଉଁ ୬ ଦଶମିକ ୮ ପ୍ରତିଶତ ଜିଡିପି ଆକଳନ ଥିଲା ତାହା ୬ ଦଶମିକ ୨କୁ ଖସିବ । ଆସନ୍ତା ବର୍ଷ ଅର୍ଥନୀତି ବି ୭ ଦଶମିକ ୩ ଆକଳନରୁ କମି ୬ ଦଶମିକ ୭ ହେବ ।

{"id":150176}

ଏଭଳି କ୍ଷେତ୍ରରେ ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥନୀତି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା କିଭଳି ସମ୍ଭବ ତାକୁ ନେଇ ଦ୍ବନ୍ଦ ଉପୁଜିଲାଣି । କାରଣ ୫ ଟ୍ରିଲିୟନ ଅର୍ଥନୀତି ପାଇଁ ଜିଡିପି ଅତିକମ୍ ରେ ୮ ପ୍ରତିଶରୁ ଅଧିକା ହେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.