Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କୁମ୍ଭମେଳାରେ କିନ୍ନର ସାଧ୍ବୀ ମହାମଣ୍ଡଳେଶ୍ବର ମାଆ ଭବାନୀ ନାଥ : ଜାଣନ୍ତୁ ତାଙ୍କ ସମ୍ପର୍କରେ

28/01/2019 at 11:54 AM

ପ୍ରୟାଗରାଜ ୨୭/୧: ପ୍ରୟାଗରାଜରେ ଏବେ ହିନ୍ଦୁଧର୍ମର ସବୁଠୁ ବଡ଼ ମେଳା କୁମ୍ଭମେଳା ଚାଲିଛି। ଏହି କୁମ୍ଭମେଳାରେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଆସିଥାନ୍ତି। ଏଠାକୁ ବହୁସଂଖ୍ୟକ ସାଧୁ ସନ୍ଥମାନେ ମଧ୍ୟ ଆସିଛନ୍ତି।

ଏଥର କୁମ୍ଭ ମେଳାରେ ପ୍ରତି ଥର ଭଳି ୧୩ଟି ନୁହେଁ ବରଂ ୧୪ଟି ଆଖଡ଼ାର ବ୍ୟବସ୍ଥା କରାଯାଇଛି। ଅନ୍ୟ ଏକ ଆଖଡ଼ାର ବ୍ୟବସ୍ଥା କିନ୍ନରଙ୍କ ପାଇଁ କରାଯାଇଛି। ଏହି ଆଖଡ଼ାର ମହାମଣ୍ଡଳେଶ୍ବର ମାଆ ଭବାନୀ ନାଥ ବାଲ୍ମିକୀ। ସେ ଜଣେ କିନ୍ନର, କିନ୍ତୁ ଜଣେ ସାଧ୍ବୀ ମଧ୍ୟ । ଆସନ୍ତୁ ଜାଣିବା କିଏ ଏହି କିନ୍ନର ସାଧ୍ବୀ…

  ମହାମଣ୍ଡଳେଶ୍ବର ମାଆ ଭବାନୀ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଜୀବନ ବହୁତ ସମସ୍ୟାବହୁଳ ଏବଂ ଚ୍ୟାଲେଞ୍ଜିଙ୍ଗ୍ ଥିଲା। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିଲା।

ସେ ୧୯୭୨ମସିହାରେ ଦିଲ୍ଲୀର ଚାଣକ୍ୟପୁରୀଠାରେ ଜନ୍ମ ଗ୍ରହଣ କରିଥିଲେ। ଆରମ୍ଭରୁ ସେ ସାଧାରଣ ଜୀବନଯାପନ କରୁଥିଲେ କିନ୍ତୁ ୧୩ବର୍ଷ ବୟସରେ ସେ ଅନୁଭବ କରିଥିଲେ ଯେ ସେ ଅନ୍ୟମାନଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ବ୍ୟତୀତ ଭବାନୀ ୨୦୧୧ମସିହାରେ ହିନ୍ଦୁ ଧର୍ମ ତ୍ୟାଗ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ। ମାଆ ଭବାନୀ ଇସଲାମ ଧର୍ମ ଗ୍ରହଣ କରିବା ପରେ ୨୦୧୨ମସିହାରେ ହଜ ଯାତ୍ରା ମଧ୍ୟ କରିଥିଲେ। କିନ୍ତୁ ଏହାର ୫ବର୍ଷ ପରେ ସେ ପୁଣି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ୨୦୧୬ମସିହାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା କିନ୍ନର ଆଖଡ଼ାର ଧର୍ମଗୁରୁ ହୋଇଥିଲେ। ତାଙ୍କୁ ବାସୁଦେବାନନ୍ଦ ସରସ୍ବତୀ ୨୦୧୭ମସିହାରେ ମହାମଣ୍ଡଳେଶ୍ବରର ଉପାଧିରେ ଭୂଷିତ କରିଥିଲେ। ୨୦୧୫ମସିହାରେ ସେ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ସହ ମିଶି କିନ୍ନର ଆଖଡ଼ା ସ୍ଥାପନ କରିଥିଲେ।

ପ୍ରୟାଗରାଜରେ ହେଉଥିବା କୁମ୍ଭମେଳାରେ ମାଆ ଭବାନୀ କିନ୍ନର ଆଖଡ଼ାର ଦାୟିତ୍ବ ସମ୍ଭାଳୁଛନ୍ତି। ସେ ଆଖଡ଼ାରେ ପ୍ରତ୍ୟେକ ଛୋଟ ବଡ଼ ଜିନିଷ କଥାର ଧ୍ୟାନ ରଖୁଛନ୍ତି। ଏହା ବ୍ୟତୀତ ସେ ଶ୍ରଦ୍ଧାଳୁ ଏବଂ କିନ୍ନର ଆଖଡ଼ାର ସଦସ୍ୟଙ୍କ ପାଇଁ ଖାଇବା ବ୍ୟବସ୍ଥା ନିଜେ ତଦାରଖ କରୁଛନ୍ତି।

   Related Posts