ଆଜି ଭ୍ୟାଲେଣ୍ଟାଇନ୍ ଡେ, ଜାଣନ୍ତୁ ପୃଥିବୀର ୪ଟି ଶ୍ରେଷ୍ଠ ପ୍ରେମ କାହାଣୀ ସମ୍ପର୍କରେ

Published By : Prameya-News7 Bureau | February 14, 2019 IST

ଫେବୃୟାରୀ ୧୪ତାରିଖ ଦିନ ସବୁଠି ଭ୍ୟାଲେଣ୍ଟାଇନ୍ ଡେ ପାଳନ କରାଯାଏ। ଏହି ଦିନଟିକୁ ଲୋକେ ନିଜ ପ୍ରେମିକ ଏବଂ ପ୍ରେମିକାଙ୍କ ସହ ପାଳନ କରିଥାଆନ୍ତି। ଭଲ ପାଉଥିବା ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଖାସ୍ ହୋଇଥାଏ। ଏହି ଦିନ ଲୋକେ ନିଜ ପ୍ରେମୀଙ୍କୁ ଲାଲ ରଙ୍ଗର ଗୋଲାପ ଫୁଲ ଦେଇଥାଆନ୍ତି। ଏହି ଦୁନିଆରେ ପ୍ରେମ ବହୁକାଳରୁ ଚାଲି ଆସୁଛି। ପ୍ରେମ ସହିତ ଜଡ଼ିତ ଏପରି ଅନେକ କାହାଣୀ ରହିଛି ଯାହା ଖୁବ୍ ପ୍ରସିଦ୍ଧ ଏବଂ ଏଥିରେ ଜଡ଼ିତ ନାଁ ଗୁଡ଼ିକ ମଧ୍ୟ ସମସ୍ତେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।

{"id":85103,"width":594,"height":395}

୧.ଲୈଲା ମଜନୁ: ଲୈଲା ଏବଂ ମଜନୁଙ୍କ କାହାଣୀ ଆଜି ବି ଲୋକେ ମନେ ରଖିଛନ୍ତି। ଏହି କାହାଣୀକୁ ନେଇ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଉଭୟଙ୍କ ନାଁ ଆଜି ବି ସମସ୍ତେ ଏକା ସହିତ ନେଇ ଥାଆନ୍ତି। ଲୈଲା ରାଜପରିବାରର  ଥିଲେ। ମଜନୁ ପ୍ରଥମ ଥର ଲୈଲାଙ୍କୁ ମଦ୍ରାସାରେ ଦେଖିଥିଲେ। ଲୈଲାଙ୍କୁ ପ୍ରଥମ ଦେଖାରେ ହିଁ ଭଲ ପାଇ ବସିଥିଲେ। ଲୈଲା ବି ମଜନୁଙ୍କୁ ଭଲ ପାଇ ବସିଥିଲେ। ଯେତେବେଳେ ଲୈଲାଙ୍କ ପରିବାର ଲୋକେ ତାଙ୍କ ଭଲ ପାଇବା ବିଷୟରେ ଜାଣିଥିଲେ ସେତେବେଳେ ଲୈଲାଙ୍କୁ ଘରେ ବନ୍ଦୀ କରି ରଖିଥିଲେ। କିଛି ଦିନ ପରେ ଲୈଲାଙ୍କ ବିବାହ ମଧ୍ୟ ଅନ୍ୟ ଜଣଙ୍କ ସହ କରାଯାଇଥିଲା। ଏହିପରି ଭାବେ ଲୈଲା ଏବଂ ମଜନୁଙ୍କୁ ପରସ୍ପରଠୁ ଅଲଗା କରିଦିଆଯାଇଥିଲା। ଲୈଲା ଏବଂ ମଜନୁଙ୍କ ପ୍ରେମ କାହାଣୀ ଆରବ ଦେଶ ଅନ୍ତର୍ଗତ। ନିଜାମୀ ଗଜନବୀ ନାମକ ଜଣେ କବି ଏମାନଙ୍କ ପ୍ରେମ କାହାଣୀ ଲେଖିଥିଲେ।

{"id":85104,"width":593,"height":407}

୨.ଶାହଜାହାନ- ମୁମତାଜ : ଶାହଜାହାନ ଏବଂ ମୁମତାଜଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଜାଣିଛନ୍ତି। ଶାହଜାହାନ ତାଜମହଲ ନିର୍ମାଣ କରି ନିଜର ପ୍ରେମ କାହାଣୀକୁ ଆଜି ବି ଲୋକଙ୍କ ମନରେ ଜୀବିତ କରି ରଖିଛନ୍ତି। ମୁମତାଜଙ୍କୁ ଶାହଜାହାନ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ମୁମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଜମହଲ ନିର୍ମାଣ କରିଥିଲେ।

{"id":85105,"width":596,"height":397}

୩.ଏଡ଼ଓ୍ବାର୍ଡ଼ ଏବଂ ଓ୍ବେଲସ୍ ସିମ୍ପସନ୍: ଏଡ଼ଓ୍ବାର୍ଡ଼ ଇଂଲଣ୍ଡର ରାଜପରିବାରର ଥିଲେ। ଦିନେ ତାଙ୍କ ଦେଖା ସାକ୍ଷାତ ଓ୍ବେଲିସ୍ ସିମ୍ପସନଙ୍କ ସହ ହେଉଛି ଯାହାର ବିବାହ ବିଚ୍ଛେଦ ହୋଇଯାଇଛି। ଓ୍ବେଲିସଙ୍କୁ ଦେଖି ଏଡ଼ଓ୍ବାର୍ଡ଼ ତାଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ ଯେତେବେଳେ ଏଡ଼ଓ୍ବାର୍ଡ଼ ୧୯୩୬ମସିହାରେ ରାଜା ହୋଇଥିଲେ ତାଙ୍କୁ ନିଜ ପ୍ରେମ ଏବଂ ରାଜଗାଦି ମଧ୍ୟରୁ ଯେକୈାଣସି ଗୋଟିଏକୁ ବାଛିବାକୁ କୁହାଯାଇଥିଲା। ଏହା ପରେ ଏଡ଼ଓ୍ବାର୍ଡ଼ ରାଜଗାଦି ଛାଡ଼ି ଦେଇଥିଲେ ଏବଂ ନିଜ ଭାଇଙ୍କୁ ଦେଇ ଦେଇଥିଲେ। ତାଙ୍କ ଭାଇ ଶାସନଭାର ସମ୍ଭାଳିବା ପରେ ସେ ଓ୍ବେଲିସଙ୍କୁ ବିବାହ କରିଥିଲେ।

{"id":85106,"width":595,"height":672}

୪.ମେରି କ୍ୟୁରି-ପେରି କ୍ୟୁରି: ମ୍ୟାଡାମ୍ କ୍ୟୁରି ଏକ ଜଣା ଶୁଣା ବୈଜ୍ଞାନିକ ଥିଲେ ଏବଂ ନୋବେଲ୍ ପୁରସ୍କାର ଜିତିଥିଲେ। ମ୍ୟାଡାମ୍ କ୍ୟୁରିଙ୍କୁ ଜୀବନରେ ଥରେ ପ୍ରେମ ହୋଇଥିଲା । ବୈଜ୍ଞାନିକ ପେରୀ କ୍ୟୁରି ମ୍ୟାଡାମ୍ କ୍ୟୁରିଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ମ୍ୟାଡାମ୍ କ୍ୟୁରି ତାଙ୍କ ପ୍ରସ୍ତାବକୁ ଅସ୍ବୀକାର କରିଥିଲେ। କିଛି ଦିନ ପରେ ମ୍ୟାଡାମ୍ କ୍ୟୁରି ମଧ୍ୟ ପେରି କ୍ୟୁରିଙ୍କୁ ଭଲ ପାଇ ବସିଥିଲେ ଏବଂ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ପେରି କ୍ୟୁରିଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ମ୍ୟାଡାମ୍ କ୍ୟୁରି ନିଜକୁ ଅଧିକ ଦକ୍ଷ କରିବାରେ ଲାଗିପଡ଼ିଲେ। ଏବଂ ଏକ ପ୍ରୟୋଗଶାଳା ଖୋଲି ସ୍ବାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.