ପାକିସ୍ତାନରେ ଚାଲିଛି ଆତଙ୍କବାଦୀ ସ୍କୁଲ : କଣ ରହିଛି କୋର୍ସ ଓ କୋଉଁଠୁ ଆସନ୍ତି ଛାତ୍ର ଜାଣନ୍ତୁ

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧|୩: ପାକିସ୍ତାନରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ବିଶ୍ବ ସମୁଦାୟକୁ ଭାରତ ବାରମ୍ବାର ପ୍ରମାଣ ଦେଇ ଆସିଛି। ଏହି ପ୍ରମାଣ ଭିତରେ ରହିଛି ପାକିସ୍ତାନରେ ଚାଲିଥିବା ଆତଙ୍କବାଦୀ ସ୍କୁଲ। ଟେରରିଷ୍ଟ କ୍ୟାମ୍ପ। ଏହି ଆତଙ୍କବାଦୀ ସ୍କୁଲ ପାଇଁ କେମିତି ପିଲାଙ୍କୁ ସଂଗ୍ରହ କରାଯାଏ, କେମିତି ସେଠାରେ ଆତଙ୍କୀର ପାଠ ପଢ଼ାଯାଏ ଆସନ୍ତୁ ନଜର ପକାଇବା।

ପୃଥିବୀରେ  ୫୦ ମୁସଲମାନ ଦେଶ ରହିଛନ୍ତି। ୧୦୦କୋଟି ମୁସଲମାନ ଏସବୁ ଦେଶରେ ରହୁଛନ୍ତି। କିନ୍ତୁ ମାତ୍ର କିଛି ଦେଶ ବିରୋଧରେ ରହିଛି ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରିବା ଅଭିଯୋଗ । ପାକିସ୍ତାନ ସେମାନଙ୍କ ମଧ୍ୟରୁ ଗୋଟିଏ। ଯେଉଁଠାରେ ଆତଙ୍କବାଦୀଙ୍କ ପାଇଁ ରହିଛି ଖୁଲ୍ଲମଖୁଲ୍ଲା ଆତଯାତ । ଆତଙ୍କବାଦୀ ଏଠାରେ ଗୋପନରେ ନୁହେଁ ଓପନରେ ଚଳାନ୍ତି ସେମାନଙ୍କ କାରବାର। ବ୍ୟାନର, ବିଜ୍ଞାପନ ଦେଇ ସଦସ୍ୟ ସଂଗ୍ରହ କରନ୍ତି ଆଉ ସେମାନଙ୍କୁ ଆତଙ୍କୀର ପାଠ ପଢ଼ାଇ ଭାରତ ବିରୋଧରେ ପ୍ରୟୋଗ କରନ୍ତି। ଆଉ ଏହି ଆତଙ୍କବାଦୀଙ୍କ କାଣ୍ଡକାରଖାନା ବିଷୟରେ ପାକ୍‌ ସରକାର ଖୁବ୍‌ ଅବଗତ ଥାନ୍ତି ଆଉ କୌଣସି ବିସ୍ଫୋରଣ ଆକ୍ରମଣ ପରେ ପାକିସ୍ତାନ ମାଗେ ପ୍ରମାଣ।

{"id":89746}

ଯେତେବେଳେ କି ଶହ ଶହ ପ୍ରମାଣ ପାକିସ୍ତାନ ନାକ ତଳେ ହିଁ ରହିଛି କିନ୍ତୁ ଏହାକୁ ଜାଣି ବି ଅଜଣା ଚାଉଳ ଚୋବାଉଛି ପାକିସ୍ତାନ ।   ପାକିସ୍ତାନରେ ଚାଲୁଥିବା ଶହ ଶହ ଆତଙ୍କବାଦୀ ସ୍କୁଲ ଏସବୁର ଆତଙ୍କବାଦୀ କୋର୍ସର ତଥ୍ୟ ଭାରତ ବାରମ୍ବାର ବିଶ୍ବସମୁଦାୟକୁ ଦେଇଛି। ଆଉ ଏସବୁ କୋର୍ସ ପାଇଁ ଲାଗିଥିବା ବ୍ୟାନର, ବିଜ୍ଞାପନର ମଧ୍ୟ ମିଳିଛି। ଏମିତି ଏକ କୋର୍ସ ହେଲା- ଦୌରା ଏ ତଫଶିର ।୨୦୧୮ ଫେବ୍ରୁଆରି ୧୩ରୁ ୧୮ ଯାଏଁ ଚାଲିଥିଲା ଏହି କୋର୍ସ। ସେହିଭଳି ୯-୨୩ ଯାଏଁ ଚାଲିଥିଲା ଦୌରା ଏ ତାର୍ବିୟା କୋର୍ସ। ଫେବ୍ରୁଆରି ୧୦ରୁ ୨୪ ଦୌରା ଏ ଆସାସିୟା। ବାହାବଳପୁରଠାରେ ଅନୁଷ୍ଠିତ ହୋଇଥିଲା ଆଉ ଏକ କ୍ୟାମ୍ପ। କରାଚୀର ଜାମା ମସଜିଦ ରିସିଦିୟାରେ ଏବଂ ପେଶାୱାରରେ  ଦୌରା ଏ ତାରବିୟା କୋର୍ସ ଚାଲିଥିଲା ମାର୍ଚ୍ଚ ୨ରୁ ୩୦ ତାରିଖ ଯାଏଁ  ।

ଜୈସ ଏ ମହମ୍ମଦର ଆତଙ୍କବାଦୀମାନେ ଗାଁ ଗାଁ ବୁଲି ଅପାଠୁଆ ପିଲାମାନଙ୍କୁ ଭେଟନ୍ତି, ସେମାନଙ୍କ ଅଭିଭାବକଙ୍କ ସହିତ କଥା ହୋଇ ପିଲା ସଂଗ୍ରହ କରନ୍ତି। ଜୈଶ ଏ ମହମ୍ମଦର ଟିମ୍‌ ଶୋବା ଏ ତାରୁଫ ଲାହୋରରେ ବୁଲି ୬ ଦିନ ଭିତରେ ୭ଶହ ଯୁବକଙ୍କୁ ଭେଟିଥିଲା। ଏମାନଙ୍କୁ ମଧ୍ୟରୁ ପ୍ରାୟ ୩୦ ଜଣ ଜୈସ ଏ ମହମ୍ମଦର ଆତଙ୍କବାଦୀର ପ୍ରାଥମିକ କୋର୍ସ ଦୌରା ଏ ତାରବିୟା ପାଇଁ ରାଜି ହୋଇଥିଲେ।

{"id":89747}

ଏମିତି ବିଭିନ୍ନ ସ୍ଥାନରୁ ଯୁବକୀଙ୍କୁ ସଂଗ୍ରହ କରି ଗୋଟିଏ ପରେ ଗୋଟିଏ କୋର୍ସରେ ଟ୍ରେନିଂ ଦିଆଯାଏ।  ଏହି କୋର୍ସରେ ମୂଳ ନିୟନ୍ତ୍ରଣ ଥାଏ ମାସୁଦ ଆଝାର ପାଖରେ।  ୨୭ ନଭେମ୍ବର ୨୦୧୭। ଓକାରା ଜିଲ୍ଲାରେ ହୋଇଥିଲା ଘାଜୱା ଏ ହିନ୍ଦ କ୍ୟାମ୍ପ। ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତ ବିରୋଧରେ ଯୁଦ୍ଧ ଚଳାଇବା। ମାସୁଦ ଆଝାର ନିଜେ ଏହାକୁ ଚଳାଇଥିଲା ଯୁବକମାନଙ୍କୁ ସମ୍ବୋଧନ କରିଥିଲା। ଯେଉଁଥିରେ ପୈଗାମ ଏ ଶୌଧା ବାର୍ତ୍ତା ଦିଆଯାଇଥିଲା। ମାନେ ଯେଉଁ ଆତଙ୍କବାଦୀମାନେ ପ୍ରାଣ ହରାଇଛନ୍ତି ସେମାନେ କେମିତି ଜନତ ପାଇଛନ୍ତି ତାର  ବାର୍ତ୍ତା ଦେଇ ଯୁବକମାନଙ୍କୁ ଆତଙ୍କବାଦୀ ହେବା ପାଇଁ,  ଆତ୍ମଘାତୀ ହେବା ପାଇଁ ମାସୁଦ ଆଝାର ପ୍ରବର୍ତ୍ତାଇଥିଲା। ଏସବୁର ପ୍ରମାଣ ଭାରତ ପାଖରେ ରହିଛି। ଏସବୁର ପ୍ରମାଣ ଭାରତ ଦେଇଛି ବିଶ୍ବସମୁଦାୟକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.