Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆପଣ ରାଜଧାନୀ ଫ୍ଲାଟ୍ କିଣୁଛନ୍ତି କି ? ଜାଣି ରଖନ୍ତୁ ସବିଶେଷ ତଥ୍ୟ, ନଚେତ୍ ଠକାମୀର ହେବେ ଶିକାର

19/10/2019 at 10:34 AM

ଭୁବନେଶ୍ବର ୧।୧୦: ରାଜଧାନୀରେ ଲକ୍ଷ ଲକ୍ଷ, ଦେଇ ଗ୍ରାହକ କିଣୁଛନ୍ତି ଫ୍ଲାଟ୍। ହେଲେ ଯେଉଁ ଜମି ଉପରେ ଆପାର୍ଟମେଣ୍ଟ ଛିଡ଼ା ହୋଇଛି ତାହା ରହୁଛି ବିଲଡର୍ସ ନାଁରେ । ବିଲଡର୍ସ ଟଙ୍କାକୁ ଟଙ୍କା ନେଉଛନ୍ତି, ଆଇନକୁ ବାଏଁ ବାଏଁ ଉଡ଼ାଇ ଜମି ଉପରୁ ମାଲିକାନାକୁ ଛାଡୁନାହାନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ ଆସିବାର ୩୭ ବର୍ଷ ପରେ ବି ଏନେଇ ସ୍ପଷ୍ଟ ନୀତି ପ୍ରଚଳିତ ହୋଇପାରିନାହିଁ। ଆମ୍ରପାଲି ବିଲଡର୍ସ ମାମଲାରେ  ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଓ ରେରା ନିୟମରେ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ସରିଲା ପରେ ଜମି ମାଲିକାନା ବିଲଡର୍ସଙ୍କ ନାଁରେ ରହିପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଉଦାସୀନତା ଓ ପ୍ରଭାବି ବିଲଡର୍ସଙ୍କ ସହ ମଧୁ ଚନ୍ଦ୍ରକା ଯୋଗୁଁ  ଫ୍ଲାଟ୍‌ କିଣୁଥିବା ଗ୍ରାହକ ବଡ଼ ଠକେଇର ସମ୍ମୁଖୀନ ହେଉଛନ୍ତି। ଆଉ ଏହି ଠକେଇ କେବଳ ବିଡିଏରେ ୧୮ ହଜାର କୋଟିରୁ ଅଧିକ ହେବ ବୋଲି ଅଭିଯୋଗ ହେଉଛି।

ରାଜଧାନୀ ଭୁବନେଶ୍ବର ହେଉ ବା ରାଜ୍ୟର ପ୍ରମୁଖ ସହର, ଯଦି ଆପଣ ଫ୍ଲାଟ୍ କିଣୁଛନ୍ତି, ଜାଣି ରଖିବା ଦରକାର ସେହି ଆପାର୍ଟମେଣ୍ଟ ଜମି ରହୁଛି କି ବିଲ୍‌ଡର୍ସ କମ୍ପାନୀ ନାଁରେ। ନୂଆ କରି ଆସିବାକୁଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ ଓ ରୁଲ୍‌ ୨୦୧୯ ଡ୍ରାଫ୍ଟ ପଲିସିରେ ଫ୍ଲାଟ୍ କିଣୁଥିବା ଲୋକଙ୍କୁ ଲିଜଧାରୀ ଦର୍ଶାଯାଇଥିବା ବିବାଦ ପରେ ଏବେ ଏନେଇ ଚମକାଇ ଦେଉଥିବା ତଥ୍ୟ ନଜରକୁ ଆସିଛି।  ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ କିଭଳି ବିଲଡର୍ସଙ୍କ ପ୍ରଭାବରେ ସ୍ଥାଣୁ ପଡ଼ିଛି ସେନେଇ ଆଇନ ଅନୁଯାୟୀ ତଥ୍ୟ ପଦାକୁ ଆସିଛି। ଆମ୍ରପାଲି ବିଲଡର୍ସ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ଆପାର୍ଟମେଣ୍ଟ ପ୍ରୋଜେକ୍ଟ ସରିବା ସହ ପ୍ରପର୍ଟି ଟ୍ରାନ୍ସଫର ସଂପର୍କୀତ କନ୍‌ଭେୟାନ୍‌ସ ଡିଡ ସରିବା ପରେ ମାଲିକାନ ଫ୍ଲାଟ୍ ଓନର୍‌ସ ଓ କମନ ଏରିଆର ମାଲିକାନା ଫ୍ଲାଟ ଓନର୍‌ସର ଆସୋସିଏନ୍ କୁ ହସ୍ତାନ୍ତର ହେବା କଥା। ହେଲେ ଆରଟିଆଇ ତଥ୍ୟ ଅନୁଆୟୀ ରାଜ୍ୟରେ ଆପର୍ଟମେଣ୍ଟ କ୍ଷେତ୍ରରେ ଏପର୍ଯ୍ୟନ୍ତ କୌଣସି ଜମିର ମାଲିକାନା ଫ୍ଲାଟ ଓନ୍‌ରସ ଓ ସେମାନଙ୍କ ଆସୋସିଏସନ୍‌କୁ ହସ୍ତାନ୍ତର କରାଯାଇ ନାହିଁ। ରେରା ୧୭ (୧)ରେ ମଧ୍ୟ ଏହାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ନୂଆ କରି ଆସିବାକୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ ଓ ରୁଲ୍‌ ୨୦୧୯ ଡ୍ରାଫ୍ଟ ପଲିସିରେ ଏହାକୁ ବାଦ ଦେବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନୀତି ନିର୍ଦ୍ଧାରଣ ଉପରେ ବଡ଼ ପ୍ରଶ୍ନ ଉଠାଇଛି। କେବଳ ବିଡିଏ ଅଞ୍ଚଳରେ ଏପରି ଚଞ୍ଚକତାକୁ ଯଦି ହିସାବ କରାଯାଏ ତାହା ୧୮ ହଜାର କୋଟିର ହେବ ବୋଲି ଅଭିଯୋଗ ହେଉଛି।

ଜମି ମାଲିକାନ ହସ୍ତାନ୍ତର କରାଯିବାରେ ମୁଖ୍ୟ ପ୍ରତିବନ୍ଧକ ରହିଛି ଫ୍ଲାଟ ଓନ୍‌ର୍‌ସମାନଙ୍କ ଆସୋସିଏସନ୍ ତିଆରି ହୋଇ ନପାରିବା। ରେରା ଆନୁଯାୟୀ କୌଣସି ଆପାର୍ଟମେଣ୍ଟ ପ୍ରୋଜେକ୍ଟରେ ୫୦ ପ୍ରତିଶତ ଘର ବୁକିଂ ପରେ ଆସୋସିଏନ୍ ତିଆରି କରାଯିବା ନିୟମ ରହିଛି। ତେବେ ଆରଟିଆଇ ତଥ୍ୟ ଅନୁଯାୟୀ ଡାଇରେକ୍ଟର ଅଫ୍ ଟାଉନ ପ୍ଲାନିଂରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଇନ ଅନୁସାରେ ଏପର୍ଯ୍ୟନ୍ତ ରାଜ୍ୟରେ ଏପରି କୌଣସି ପ୍ଲାଟ ଓନ୍‌ରସ ଆସେସିଏସନ୍‌କୁ ଆଇନ ଅନୁଯାୟୀ ସ୍ବୀକୃତିପ୍ରାପ୍ତ ନୁହଁନ୍ତି। ଯାହା ଫଳରେ ନାଁ ଆସୋସିଏନ୍‌କୁ ଗଠନ କରିବାକୁ ଦିଆଯାଉଛି ନାଁ ଆପାର୍ଟମେଣ୍ଟ ଜମି ମାଲିକାନା ଫ୍ଲାଟ ଓନ୍‌ରସ୍‌ ଆସୋସିଏସନ୍‌କୁ ଯାଇପାରୁଛି। ବିଡିଏ ୨୦୦୮ ବିଡିଏ ରେଗୁଲେସନ୍‌ ଅନୁଯାୟୀ କୌଣସି ଜମିରେ ମଲ୍‌ଟି ଷ୍ଟୋରେଡ ବିଲ୍‌ଡିଙ୍ଗ ନିର୍ମାଣ ପାଇଁ ଫ୍ଲୋର୍‌ ଏରିଆ ରେସିଓ ଦୁଇ ଗୁଣ ଥିଲା ଯାହା ବଢ଼ି ୨.୭୫ ଗୁଣ  ୨୦୧୫ରେ ବଢିଛି। ତେଣୁ ଜମି ମାଲିକାନା ରଖିଥିବା ବିଲ୍‌ଡର୍‌ସ ମାନେ ଅନେକ କ୍ଷେତ୍ରରେ ୨୦୦୮ରେ ନିଜ ଜାଗା ଉପରେ ଯେଉଁ ୨ ଗୁଣ ନିର୍ମାଣ କରିଥିଲେ ୨୦୧୫ ପରେ ଏହା ଉପରେ ଆଉ .୭୫ ପ୍ରତିଶତ ନିର୍ମାଣ ପାଇଁ ବିଡିଏରୁ ଅନୁମତି ଆଣି ନିର୍ମାଣ କରୁଥିବା ଅଭିଯୋଗ ଆସିଛି। ଏହାସହ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ ଓ ରୁଲ୍‌ ୨୦୧୯ ଡ୍ରାଫ୍ଟ ପଲିସି ବନାଇବା ବେଳେ ରାଜ୍ୟ ଗୁହ ଓ ନଗର ଉନ୍ନୟନ ବିଭାଗ ରେରା ସହ କୌଣସି ପରାମର୍ଶ କରିନଥିବା ରେରା ପକ୍ଷରୁ କୁହାଯାଇଛି। ଆଇନ ବନିଲା ପରେ ଅସଙ୍ଗତି ରହିଲେ ଏହା ରାଜ୍ୟ ସରକାରଙ୍କ ନଜରକୁ ଅଣାଯିବ ବୋଲି ଓଡ଼ିଶା ରେରା ଚେୟାର ପର୍ସନ ଅମୀୟ ମହାପାତ୍ର କହିଛନ୍ତି।

ଯଦି ଆମେ ବିଡିଏ କଥା ଦେଖିବା ଏପର୍ଯ୍ୟନ୍ତ ୬୮ଟି ରିଅଲ୍ ଇଷ୍ଟେଟ ପ୍ରୋଜେକ୍ଟକୁ ଅକ୍ୟୁପେନ୍‌ସି ସାର୍ଟିଫିକେଟ ମିଳିଛି। ଏହାମଧ୍ୟ ସ୍କୁଲ କଲେଜ, ମେଡିକାଲ କୁ ମିଶାଇ ମାତ୍ର ୩୮ଟି ମଲ୍‌ଟି ଷ୍ଟୋରେଡ ବିଲ୍‌ଡିଙ୍ଗକୁ ଅକ୍ୟୁପେନ୍‌ସି ସାର୍ଟିଫିକେଟ ମିଳିଛି। ଶହ ଶହ ସଂଖ୍ୟାରେ ଭୁବନେଶ୍ବର ଓ ଏହାର ଉପକଣ୍ଠରେ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ପ୍ରୋଜେକ୍ଟ ସଂଖ୍ୟା ସହ ଅକ୍ୟୁପେନ୍‌ସି ସାର୍ଟିଫିକେଟକୁ ତୁଳନା କଲେ  ଜଣାପଡ଼େ ଯେ ରାଜ୍ୟ ଗୃହ ଓ  ନଗର ଉନ୍ନୟନ ବିଭାଗ କିଭଳି ଚରମ ଅବହେଳା ମଧ୍ୟରେ କାର୍ଯ୍ୟକରିଆସୁଛି ଓ ଯାହାର ପରିଣାମ ସ୍ବରୁପ ଲକ୍ଷ ଲକ୍ଷ ଟଙ୍କା ଦେଇ ଘର କିଣୁଥିବା ଲୋକ ଅଜାଣତରେ ବଡ ଠକେଇ ସମ୍ମୁଖୀନ ହେଉଛନ୍ତି।

   Related Posts