ଦେଶର ଏହି ସିନେମା ହଲ ବାହାରେ ଜୋତା ଖୋଲି ଫିଲ୍ମ ଦେଖୁଥିଲେ ଦର୍ଶକ, ଜାଣନ୍ତୁ ସେ କେଉଁ ସିନେମା ହଲ

Published By : Prameya-News7 Bureau | December 16, 2018 IST

ଦିଲ୍ଲୀ ୧୬/୧୨ : ଦେଶର ରାଜଧାନୀ ଦିଲ୍ଲୀର ସିନେମା ଇତିହାସ ଆଡକୁ ନଜର ପକାଇଲେ ଦେଖିବାକୁ ମିଳେ ଚାନ୍ଦନି ଚୌକରେ ଅବସ୍ଥିତ ଦିଲ୍ଲୀର ସବୁଠାରୁ ପୁରୁଣା ସିନେମା ହଲ ଉପରେ | ପ୍ରାୟ ସିନେମା ହଲ ୧୯୩୦ ମସିହାର | ସେଥିରୁ କିଛି ସିନେମା ଘର ଆହୁରି ପୁରୁଣା | ସେତେବେଳେ ଏହି ସିନେମା ଘର ବହୁତ ପ୍ରସିଦ୍ଧ ଥିଲା | ମୁସଲମାନଙ୍କ ଜାମା ମସଜିଦ ପାଖରେ ଥିଲା 'ଜଗତ' ସିନେମା ହଲ | ଏପଟେ ଚାନ୍ଦନି ଚୌକରେ ଥିବା 'ମୋତି' ସିନେମା ହଲକୁ ହିନ୍ଦୁମାନେ ପସନ୍ଦ କରୁଥିଲେ | ମୋତି ସିନେମା ହଲ ଭିକ୍ଟୋରିଆ ଏବଂ ମୁଗଲ ବାସ୍ତୁକଳାର ମିଶ୍ରଣରେ ତିଆରି ହୋଇଥିଲା | ଦର୍ଶକ ଜଗତ ସିନେମା ହଲ ବାହାରେ ପିନ୍ଧିଥିବା ଜୋତା ଖୋଲି ଭିତରକୁ ଯାଉ ଫିଲ୍ମ ଦେଖୁଥିଲେ | ଆହୁରି କିଛି ଲୋକେ ସାଙ୍ଗରେ ଧୂପକାଠି ଧରି ଆସୁଥିଲେ |

{"id":64267,"width":588,"height":331}


ଜାମା ମସଜିଦ ପାଖରେ ମାଛ ବଜାର ଥିଲା | ତେଣୁ ଜାମା ମସଜିଦ ମାଛ ଵାଲାଙ୍କ ସିନେମା ହଲ ଭାବେ ଜଣାଶୁଣା ଥିଲା | ଜଗତ ସିନେମା ହଲରେ ପ୍ରାୟ ମୁସଲିମ ସମାଜ ଉପରେ ଆଧାରିତ ଫିଲ୍ମ ପ୍ରସାରଣ ହେଉଥିଲା | ମସଜିଦ ପାଖରେ ଥିବାରୁ ଏଠାରେ ଭଲ ଭଲ ଫିଲ୍ମ ବଛା ହୋଇ ପ୍ରସାରଣ ହେଉଥିଲା | ଦେଶ ସ୍ୱାଧୀନ ହେବା ପରେ ୧୯୫୩ ମସିହାରେ ଏହି ସିନେମା ହଲରେ 'ଅନାରକଲି' ଏବଂ ୧୯୫୪ ମସିହାରେ 'ନାଗୀନ' ପ୍ରଦର୍ଶିତ ହୋଇଥିଲା | ସବୁଠୁ ମଜାଦାର କଥା ହେଲା ବୈଜୟନ୍ତୀ ମାଲାଙ୍କ ନାଗୀନ ଫିଲ୍ମରେ ଲତା ମଙ୍ଗେସକରଙ୍କ 'ମନ ଡୋଲେ ମେର ତନ ଡୋଲେ' ଗୀତ ଶୁଣି ଦର୍ଶକ ପରଦା ଉପରକୁ ଟଙ୍କା ଫୋପାଡ଼ି ଥିଲେ | ସେହି ସିନେମା ହଲରେ ନାଗୀନ ଫିଲ୍ମର ୨୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ କଳାକାର ଏହି ସିନେମା ଘରକୁ ଆସିଥିଲେ |

{"id":64266,"width":591,"height":490}


୧୯୬୬ ମସିହାରେ ପ୍ରଦର୍ଶିତ 'ଫୁଲ ଔର ପଥର' ଫିଲ୍ମର ୨୫ ବର୍ଷ ପ୍ରତି ଅବସରରେ ମିନା କୁମାରୀ ଏବଂ ଧର୍ମେନ୍ଦ୍ର ଏକ ସମାରୋହରେ ଯୋଗ ଦେଇଥିଲେ | ଧର୍ମେନ୍ଦ୍ର ଏବଂ ମିନା କୁମାରୀଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା | ଭିଡ ଏତେ ଥିଲା ଯେ, ଉଭୟଙ୍କୁ ନିଜ କାର ଦରିଆଗଞ୍ଜରେ ଛାଡି ସିନେମା ହଲ ଯାଏଁ ଚାଲି ଚାଲି ଯିବାକୁ ପଡିଥିଲା |
୧୯୩୮ ମସିହାରେ ସି.ବି ଦେଶାଇ ମୋତି ସିନେମା ହଲ କିଣି ସେଠାରେ ଜର୍ମାନୀର ପ୍ରୋଜେକ୍ଟର ଲଗେଇଥିଲେ | ସନ୍ଧ୍ୟା ୪ଟା ରୁ ୭ଟା ପର୍ଯ୍ୟନ୍ତ ଥିବା ଶୋର ଟିକେଟ ଦାମ ଥିଲା ୧ ଟଙ୍କା | ଲାଲ କିଲ୍ଲା ସାମ୍ନାରେ ଥିବା ପଥର କାମ କରୁଥିବା ବଜାର ପାଖରେ ଏହି ସିନେମା ଘର ଥିବାରୁ ଏହାକୁ ପଥର ଵାଲାଙ୍କ ସିନେମା ହଲ ବୋଲି କୁହାଯାଉଥିଲା | ଆଶ୍ଚର୍ଯ୍ୟର କଥା ହେଲା ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହି ସିନେମା ହଲରେ ହଲିଉଡ଼ ଫିଲ୍ମ ପ୍ରଦର୍ଶିତ ହେଉଥିଲା | ମୋତି ସିନେମା ହଲ ରାଜ କାପୁରଂକ ପ୍ରିୟ ସିନେମା ଘର ଥିଲା | ତାଙ୍କ ଅଭିନୀତ ଫିଲ୍ମର ପରିମିୟରରେ ସେ ସବୁବେଳେ ଉପସ୍ଥିତ ରହୁଥିଲେ | 

{"id":64265}


୧୯୮୧ ମସିହାରେ ଜଗତ ସିନେମା ହଲରେ ପ୍ରଦର୍ଶିତ ହୋଇଥିଲା ସମାଁ | ପ୍ରଥମ ସପ୍ତାହରେ ଫିଲ୍ମର ନିର୍ମାତା କାଦର ଖାନ ଯାଇଥିଲେ | ମହିଳାମାନେ କାଦର ଖାନଙ୍କ ଜୋରଦାର ସ୍ୱାଗତ କରିଥିଲେ | ବାହାରେ ଥିବା ଏକ କବାଟ ପାଖେ ଲୋକେ ଜୋତା ଖୋଲି ସିନେମା ଦେଖିବାକୁ ଯାଉଥିଲେ | କିଛି ଲୋକେ ସାଙ୍ଗରେ ଧୂପକାଠି ମଧ୍ୟ ନେଇଯାଉଥିଲେ | ସେତେବେଳେ ସାମ୍ନା ସିଟର ମୂଲ୍ୟ ଥିଲା ୧ ଟଙ୍କା ଏବଂ ଅନ୍ୟ ସିଟର ମୂଲ୍ୟ ଥିଲା ୭୫ ପଇସା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.